Advertisment

Stray Bulls Menace: ଷଣ୍ଢ ଆତଙ୍କ; ଥରହର ଲୋକେ... ମଙ୍ଗଳବାର ଯାଇଥିଲା ଜଣଙ୍କ ଜୀବନ

ଟ୍ବିନସିଟି କଟକ-ଭୁବନେଶ୍ବର ସମେତ ବିଭିନ୍ନ ସହରରେ ବଢିଚାଲିଛି ବୁଲା ଷଣ୍ଢଙ୍କ ଉପଦ୍ରବ। ବୁଲା ଷଣ୍ଢଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି କିଏ ଖଣ୍ଡିଆ ଖାବରା ହେଉଛି ତ କାହାର ଜୀବନ ଯାଉଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Stray Bulls Menace

Stray Bulls Menace

ସହରରେ ଷଣ୍ଢ ଆତଙ୍କ। ଷଣ୍ଢ ଆତଙ୍କରେ ଥରହର ଲୋକେ। କେଉଁଠି ରାସ୍ତାଘାଟରେ ମାଳ ମାଳ ହୋଇ ବସୁଛନ୍ତି, କେଉଁଠି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଶୋଇ ରହୁଛନ୍ତି। ଅନେକ ସମୟରେ ଲଢ଼ାଲଢ଼ି ହୋଇ ଧନ ଜୀବନ ବି କ୍ଷତି ଘଟାଉଛନ୍ତି। ଟ୍ବିନସିଟି କଟକ-ଭୁବନେଶ୍ବର ସମେତ ବିଭିନ୍ନ ସହରରେ ବଢିଚାଲିଛି ବୁଲା ଷଣ୍ଢଙ୍କ ଉପଦ୍ରବ।

Advertisment

ତେବେ ଷଣ୍ଢ ଉପଦ୍ରବକୁ ନେଇ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସାଙ୍ଘାତିକ। ମୁଖ୍ୟ ରାସ୍ତା ସହ ଗଳିକନ୍ଦିରେ ବି ବୁଲା ଷଣ୍ଢଙ୍କ ରାଜ୍। ସ୍ଥିତି ଏପରି ଯେ, ଲୋକେ ଘରୁ ବାହାରିବା ବେଳେ ବି ଭୟରେ ଭୟରେ ଯାଉଛନ୍ତି। ଗତକାଲି ହିଁ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଅଭାବନୀୟ ଘଟଣା। ବୁଲା ଷଣ୍ଢଙ୍କ ପାଇଁ ଜଣଙ୍କର ଜୀବନ ଚାଲିଯାଇଛି। ଧଉଳି ଥାନା ଅଞ୍ଚଳର ୩୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ବୁଲା ଷଣ୍ଢଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି କିଏ ଖଣ୍ଡିଆ ଖାବରା ହେଉଛି ତ କାହାର ଜୀବନ ଯାଉଛି। ଏଭଳି ସ୍ଥିତିରେ ପ୍ରଶାସନର କିନ୍ତୁ ନିଘା ନାହିଁ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାତିରେ ଷଣ୍ଢ ସହିତ ବାଇକ ଧକ୍କାରେ ଓଡିଶାର ସୁପ୍ରତିଷ୍ଠିତ ବଡି ବିଲଡର, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିଥିବା ସନ୍ତୋଷ କୁମାର ବଡ଼ଜେନା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁରେ ତାଙ୍କ ଘର। ମଙ୍ଗଳବାର ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ ଦୟା ବ୍ରିଜ ଉପରେ ଶୋଇଥିବା ଏକ ଷଣ୍ଢକୁ ବାଇକ ଧକ୍କା ଦେବା ପରେ ସେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପଟାଲ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ତାଙ୍କ ଚକ୍ଷୁ ଦାନ କରିଥିଲେ। 

Advertisment
Odisha News Bhubaneswar Twin City Cuttack
Advertisment
Advertisment