• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଓ ସୁନ୍ଦରଙ୍କ କମାଲ୍ । ଟୋକିଓ ପାରାଲିମ୍ପିକ୍ସରେ ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ (F46 ବର୍ଗ)ରେ ଭଲ ପ୍ରଦର୍ଶନ କରି ଭାରତ ଝୋଲିରେ ଢ଼ାଳି ଦେଇଛନ୍ତି ଆଉ ଦୁଇଟି ପଦକ । ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଛି ।

ଜାଭଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଶ୍ରୀଲଙ୍କାର Mudiyanselage Herath । ସେ ୬୭.୭୯ ମିଟର ଥ୍ରୋ କରିଛନ୍ତି । ଦେବେନ୍ଦ୍ର ଝାଝାରିଆ ୬୪.୩୫ ମିଟର ଏବଂ ସୁନ୍ଦର ସିଂ ୬୪.୦୧ ମିଟର ଥ୍ରୋ କରିଛନ୍ତି । ରାଜସ୍ଥାନର ଚୁରୁ ଜିଲ୍ଲାର ଦେବେନ୍ଦ୍ର ଝାଝାରିଆ ପୂର୍ବରୁ ରିଓ ପାରାଲିମ୍ପିକ୍ସ -୨୦୧୬ ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଭାରତ ପକ୍ଷରୁ ପାରାଲିମ୍ପିକ୍ସରେ ଦୁଇଥର ସ୍ୱର୍ଣ୍ଣ ଜିତିବାର ରେକର୍ଡ କରିଛନ୍ତି ।

ଆଜି ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଶାନଦାର ରହିଛି । ଏହାପୂର୍ବରୁ ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ପଦକ ମିଳିବା ଏହା ପ୍ରଥମ ।

ସେପଟେ ଆଜି ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁରିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ଜିତିଛନ୍ତି । ସେ ପୁରୁଷ ଡିସକସ୍ ଥ୍ରୋ ୫୬ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି ତାଙ୍କର ଷଷ୍ଠ ତଥା ଶେଷ ପ୍ରୟାସରେ (୪୪.୩୮ ମିଟର) ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି ।