Advertisment

ଲସ୍କର ସ୍ଲିପର ସେଲ୍ ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।

author-image
Otv Khabar Bureau
jammu-and-kashmir-3-lashkar-e-taiba-trf-terrorists-killed-in-shopian-encounter

Terrorist Killed, Jammu Kashmir

ପୁଣି ସେନାଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ । ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ଏନକାଉଣ୍ଟର ହୋଇଥିବା ଏହି ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିବାର ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି।

Advertisment

କାଶ୍ମୀରର ପୋଲିସ ଇନ୍ସପେକ୍ଟର ଜେନେରାଲ ବିଜୟ କୁମାରଙ୍କ କହିବାନୁଯାୟୀ, ଏନକାଉଣ୍ଟର ହୋଇଥିବା ଏହି ଆତଙ୍କବାଦୀଙ୍କ ଜଣେ ହେଉଛି ଇଖ୍‌ଲାଖ୍ ହଜାମ୍, ଯିଏକି ନିକଟରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ହାସନପୋରାରେ ହେଡ କନଷ୍ଟେବଳ ଅଲି ମହମ୍ମଦ ଗଣୀଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। କୁମାର କହିଛନ୍ତି ଯେ ଉକ୍ତ ସ୍ଥାନରୁ ଦୁଇଟି ପିସ୍ତଲ ସମେତ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ଜାକୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ଭୋରରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ।

Advertisment

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ଲସ୍କର ଦ୍ୱାରା ଅନୁବନ୍ଧିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ। ଅର୍ଥାତ ଲସ୍କର ଇସାରାରେ ଏମାନେ କାମ କରୁଥିଲେ ବୋଲି ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି।

Terrorist Killed Jammu Kashmir
Advertisment
Advertisment