Terrorist killed in encounter
ଜମ୍ମୁ କାଶ୍ମୀର ଘାଟୀରେ ଆଜି ଆଉ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଆଜି ଭୋର ବେଳା ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ସୂଚନା ପାଇ ପୋଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ୍ କରିଥିଲେ । ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ ।
ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ତଲାସି କରିବା ସମୟରେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନା କରିଥିଲେ । ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେ ଅଞ୍ଚଳରେ ଏବେଯାଏଁ ତଲାସି ଅଭିଯାନ ଜାରି ରହିଛି । ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କାଶ୍ମୀରର ଶୋପିଆନ୍ରେ ୨ଟି ପୃଥକ୍ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)