• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଦେଶ ମାଟିରେ ନିପାତ ହେଉଛନ୍ତି ଆତଙ୍କବାଦୀ । ଭାରତର ଶତ୍ରୁ ଭାବେ ପରିଚିତ କିଛି ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରାଯାଉଛି । ଆତଙ୍କବାଦୀଙ୍କ ନିଦ ଏବେ ଉଡ଼ିଯାଇଛି । ନିଜାର୍‌ଠୁ ଆରମ୍ଭ କରି ସାହିଦ ଲତିଫ ପର୍ଯ୍ୟନ୍ତ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ଗୋଟି ଗୋଟି କରି ହତ୍ୟା କରାଯାଉଛି ।

ପାକିସ୍ତାନରେ ରହୁଥିବା ଆତଙ୍କବାଦୀମାନଙ୍କ ନିଦ ଏବେ ଉଡିଯାଇଛି । ଭାରତର ଶତ୍ରୁ ଭାବେ ପରିଚିତ କିଛି ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି । ତେବେ କିଏ ସେ ଅଜଣା ବ୍ୟକ୍ତି? ପାକିସ୍ତାନରେ ରହି ଭାରତର ଶତୃମାନଙ୍କୁ କିଏ କରୁଛି ନିପାତ ? ପାକିସ୍ତାନରେ ଖୁଲମଖୁଲା ବୁଲୁଥିବା ଆତଙ୍କବାଦୀମାନଙ୍କୁ କିଏ ହତ୍ୟା କରୁଛି? ଏବେ ଏମିତି କିଛି ପ୍ରଶ୍ନ ଦୁଇ ଦେଶ ମଧ୍ୟରେ ଉଙ୍କି ମାରୁଛି ।

ସାହିଦ ଲତିଫ:

ଗତ ମାସ ସିଆଲକୋଟରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସାହିଦ ଲତିଫକୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ପାକିସ୍ତାନର ବାଜୋରରେ ଲଶ୍କର-ଏ-ତୋଇବା କମାଣ୍ଡର ଆକରମ ଖାନ ଓରଫ ଆକରମ ଗାଜିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୨୦୧୬ ପଠାନକୋଟ୍‌ ଆତଙ୍କୀ ହମଲାର ମାଷ୍ଟରମାଇଣ୍ତ ଥିଲା ଲତିଫ୍‌ ।

ରିଆଜ୍‌ ଅହମ୍ମଦ:

ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ରିଆଜ୍‌ ଅହମ୍ମଦ ଓରଫ୍‌ ଅବୁ କାସିମ୍‌ଙ୍କୁ ମଧ୍ୟ ସେପ୍ଟେମ୍ବରରେ ପାକିସ୍ତାନ ରାୱଲକୋଟ୍‌ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଜାନୁଆରୀ ୧ ରଜୌରୀର ଧାଙ୍ଗରି ଗ୍ରାମରେ ହୋଇଥିବା ଆତଙ୍କୀ ହମଲାର ମାଷ୍ଟରମାଇଣ୍ତ ଥିଲା ଅବୁ କାସିମ୍‌ । ଏହି ଆକ୍ରମଣରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଥିଲେ।

ହରଦୀପ ସିଂ ନିଜାର୍‌:

୨୦୨୦ରେ ଭାରତ ସରକାରଙ୍କ ପକ୍ଷରୁ ହରଦୀପ ସିଂ ନିଜାର୍‌ଙ୍କୁ ଆତଙ୍କବାଦୀ ବୋଲି ଘୋଷିତ କରାଯାଇଥିଲା । ସେ ଖଲିସ୍ତାନ ଟାଇଗର୍‌ ଫୋର୍ସ ପାଇଁ ଲୋକଙ୍କୁ ତାଲିମ ଦେବା ଓ ନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଥିଲା । ନିକଟରେ ଜୁନ୍‌ ମାସରେ ତାଙ୍କୁ କାନାଡ଼ାର ଏକ ଗୁରୁଦ୍ୱାରା ଆଗରେ ଦୁଇଜଣ ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ ।

ବସିର୍‌ ଅହମ୍ମଦ ପିର୍‌:

ହିଜାବ୍‌ ଉଲ୍‌ ମୁଜାହିଦିନ୍‌ ଆତଙ୍କୀ ସଂଗଠନର ମୁଖ୍ୟ ବସିର୍‌ ଅହମ୍ମଦ ପିର୍‌ଙ୍କୁ ମଧ୍ୟ ପାକିସ୍ତାନ ରାୱଲପିଣ୍ତିର ଏକ ଦୋକାନ ସମ୍ମୁଖରେ ଗୁଳିକରି ହତ୍ୟା କରାଯାଇଥିଲା । ସେ ଜମ୍ମୁକାଶ୍ମୀରରେ ଲୋକଙ୍କୁ ଦେଶବିରୋଧି କାର୍ଯ୍ୟକଳାପ ପାଇଁ ପ୍ରବର୍ତ୍ତାଉଥିଲେ ।

ପରମଜିତ୍‌ ସିଂ ପନୱାର୍‌:

ଖଲିସ୍ତାନ କମାଣ୍ତୋ ଫୋର୍ସର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ପରମଜିତ୍‌ ସିଂ ପନୱାର୍‌ଙ୍କୁ ମେ ମାସରେ ପାକିସ୍ତାନର ଲାହୋର୍‌ରେ ଦୁଇଜଣ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ । ଶିଖ ବିଦ୍ରୋହକୁ ପୁନର୍ଜୀବିତ କରିବାରେ ପରମଜିତ ସିଂ ପନୱାର ଜଡିତ ଥିଲେ । ହତ୍ୟା, ଅପହରଣ, ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ତାଙ୍କୁ ପୋଲିସ ବହୁଦିନରୁ ଖୋଜାଖୋଜି କରୁଥିଲା ।

ଏମିତି ଅନେକ ଭାରତ ବିରୋଧୀ ଆତଙ୍କବାଦୀ ବିଦେଶରେ ନିପାତ ହୋଇଛନ୍ତି । କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି । ଆକରମ ପୂର୍ବରୁ ପଠାନକୋଟ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍‌ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଶାହିଦ ଲତିଫ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ନିକଟତମ ବିବେଚିତ ହୋଇଥିବା ମୁଫତି କାଇସର ଫାରୁକକୁ ହତ୍ୟା କରାଯାଇଥିଲା ।