Advertisment

କଶ୍ମୀରରେ ୩ ହିଜବୁଲ ଆତଙ୍କୀ ନିପାତ; ଅମରନାଥ ଯାତ୍ରାକୁ କରିଥିଲେ ଟାର୍ଗେଟ୍‌

ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Terrorist killed in encounter

Terrorist killed in encounter

ପୁଣି ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ଜମ୍ମୁ କଶ୍ମୀର ପହଲଗାମ୍‌ର ଅନନ୍ତନାଗ ଜିଲ୍ଲାରେ ୩ ହିଜବୁଲ ଆତଙ୍କୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କୁହାଯାଉଛି କି ଅମରନାଥ ଯାତ୍ରାରେ ବାଧା ଆଣିବା ପାଇଁ ଏମାନେ ମାଷ୍ଟର ପ୍ଲାନ ଚଳାଇଥିଲେ । ଆତଙ୍କବାଦୀଙ୍କୁ ମାରି ଗଳାଇବା ପୋଲିସଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

Advertisment

କାଶ୍ମୀର ପୋଲିସଙ୍କ କହିବାନୁଯାୟୀ ଆଜି ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଅଶରଫ ମୌଲବୀ ଦୀର୍ଘ ଦିନ ଧରି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ । ପହଲଗାମ ଠାରେ ଅଶରଫଙ୍କ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ବଟକୁଟ ଜଙ୍ଗଲରେ ଅଶରଫ ଲୁଚିଥିବା ଖବର ପାଇବା ପରେ ପୁଲିସ ଓ ସେନାର ୧୯ ଆରଆର ସଂଯୁକ୍ତ ଟିମ୍ ବଟକୁଟ ଜଙ୍ଗଲକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଅଶରଫ ଓ ତାର ସହଯୋଗୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସର ପାଲଟା ଗୁଳିରେ ଅଶରଫ ସମେତ ଅନ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Advertisment

ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଟାର୍ଗେଟ କରିଥିବାର ଶୁଣିବାକୁ ମିଳିଛି । ଯାହାକୁ ସୁରକ୍ଷାକର୍ମୀମାନେ ବିଫଳ କରିବାରେ ସମର୍ଥ ହୋଇଛନ୍ତି । ସୂଚନା ମୁତବାକ, ମହାମାରୀ କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଆସନ୍ତା ଜୁନ୍‌ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିରେ ସାରା ଦେଶର ପାଞ୍ଚ ଲକ୍ଷରୁ ବି ଅଧି ଯାତ୍ରୀ ଭାଗ ନେବେ।

Terrorist Killed Jammu Kashmir
Advertisment
Advertisment