/odishatv-khabar/media/post_attachments/uploadimage/library/16_9/16_9_0/Goldy_Brar_1714627693.jpg)
Goldy Brar
ମୋଷ୍ଟ ୱାଣ୍ଟେଡ୍, ଦୁର୍ଦ୍ଦାନ୍ତ, କୁଖ୍ୟାତ ଆତଙ୍କବାଦୀ ଗୋଲଡି ବ୍ରାର୍କୁ ହତ୍ୟା କରାଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏବେ US ପୋଲିସ ଏହାକୁ ଖଣ୍ଡନ କରିଛି । ସିଦ୍ଧୁ ମୁସେୱାଲା ହତ୍ୟା ଓ ସଲମାନ ଖାନଙ୍କୁ ଧମକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରହିଛି ଗୋଲ୍ଡି ।
ଗୋଲଡି ବ୍ରାର୍ ହେଉଛି । ସେହି ଅଭିଯୁକ୍ତ ଯିଏ ପଞ୍ଜାବୀ ରାପର୍ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା, ଗୋଲଡି ହେଉଛି ସେହି ଅପରାଧୀ ଯିଏ ଆମେରିକାରେ ବସି ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା, ଗୋଲଡି ହେଉଛି ସିଏ ଯିଏ ଆମେରିକାରେ ରହି ଭାରତରେ ଚଲାଇଥିଲା ଗ୍ୟାଙ୍ଗ୍। ଗ୍ୟାଙ୍ଗଷ୍ଟର୍ ଲରେନସ ବିଷ୍ଣୋୟୀର ବେଶ୍ ନିକଟତର ଓ ଆମେରିକାରେ ଗୋଲଡି ହିଁ ସମ୍ବାଳୁଥିଲା ବିଷ୍ଣୋୟୀ ଗ୍ୟାଙ୍ଗ।
ଅଧିକ ପଢ଼ନ୍ତୁ: ଇନ୍ଷ୍ଟାଗ୍ରାମ୍ ରିଲ୍ସ ନିଶା, ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି...
ଆଉ ଏକ ନାଟକୀୟ ଢଙ୍ଗରେ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଅଭିଯୁକ୍ତ ଅନୁଜ ଥପନ ଜେଲରେ ଆତ୍ମହତ୍ୟା କରିଛି। ଗୁଳିମାଡ଼ ଘଟଣାରେ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇ ଅନୁଜ ମୁମ୍ବାଇ ଜେଲରେ ଥିଲା। ତେବେ ଗତକାଲି ଜେଲର ବାଥରୁମରେ ଆତ୍ମହତ୍ୟା କରିଥିବା ଅଭିଯୋଗ ପୋଲିସ୍ କରିଛି। ସଲମାନଙ୍କୁ ଧମକ ଓ ଗୁଳିମାଡ଼ ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗୋଲଡି ବରାଡ୍ ଏବଂ ଅନୁଜଙ୍କ ଗୋଟିଏ ଦିନରେ ମୃତ୍ୟୁ ଅନେକ ପ୍ରଶ୍ନ ଏବେ ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)