ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍ ହୋଇଛି।
ଆଫ୍ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି
ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି
ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।
ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।
ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ ସାମ୍ନା କରିଥିବା ତାଲିବାନ୍ର ଶାସନ କ୍ରୁରତାକୁ ସହଜରେ ଭୁଲିପାରୁନାହାନ୍ତି ଲୋକେ।
ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା
ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।
ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଫଗାନରେ ଗଠନ ହେବାକୁ ଥିବା ଇସଲାମ୍ ଏମିରେଟ୍ସ ସରକାରର ମୁଖ୍ୟ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଏନେଇ ସଂଗଠନ ପକ୍ଷରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯିବ। ବରାଦରଙ୍କ ସହଯୋଗୀ ଭାବେ କାମ କରିବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ
ତାଲିବାନ୍ ପାଇଁ ମିଶନ ପଞ୍ଜଶିର । ପ୍ରତିରୋଧ ଓ ପ୍ରତିବନ୍ଧକର ଶେଷଗଡ଼ରେ ଘମାଘୋଟ ଲଢ଼େଇ । ଆଫଗାନିସ୍ତାନ ମାନଚିତ୍ରରେ ଇଏ ସେହି ପଞ୍ଜଶିର ଘାଟି ଯେଉଁଠି ଶତ୍ରୁ ପ୍ରବେଶ କରିବାକୁ ବି ଭୟ କରିଥାଏ ।
ତାଲିବାନ ସରକାରର ମୁଖିଆ ଚୟନ ନେଇ ସଂଗଠନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି । ସଂଗଠନର ଅନ୍ୟତମ ବରିଷ୍ଠ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।
ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ଷ୍ଟାନିକଜାଇ।
ତାଲିବାନ ଓ ପଞ୍ଜଶୀର ନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏଫ୍ପି ବୁଧବାର ଏହି ସୂଚନା ଦେଇଛି। ତାଲିବାନର ଆୟୋଗ ତଥା ମାର୍ଗଦର୍ଶନ ଆୟୋଗର ମୁଖ୍ୟ ମୁଲ୍ଲା ଅମୀର ଖାନ ମୁତ୍ତକି କହିଛନ୍ତି ଯେ ପରୱାନ ପ୍ରଦେଶରେ ବୟସ୍କ ଆଦିବାସୀ ତଥା ପଞ୍ଜଶୀର ନେତାଙ୍କ ସହ ଆଲୋଚନା କରିବା ବୃଥା ହୋଇଛି।
ଆଫଗାନିସ୍ତାନ ଉପରେ ଡ୍ରୋନ ଆକ୍ରମଣ କରିବ ଆମେରିକା। ଚୁକ୍ତି ଅନୁସାରେ, ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଥିଲେ ମଧ୍ୟ ପୂରା କାବୁଲ ଉପରେ ନଜର ରଖିଛି। ତେବେ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍ଲାମିକ୍ ଷ୍ଟେଟ୍-ଖୋରସାନ୍ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍ ଆକ୍ରମଣ କରାଯିବ ବୋଲି ଆମେରିକା ସରକାର ସ୍ପଷ୍ଟ ଭାବେ କହିଥିବା କଥା ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି କହିଛନ୍ତି
ଏହି ଘଟଣା ଚର୍ଚ୍ଚା ହେବା ପରେ ପେଂଟାଗନ୍ ମଧ୍ୟ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଛି, କହିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ। ଯୁକ୍ତ ରାଷ୍ଟ୍ରଆମେରିକା ଆଫଗାନିସ୍ତାନ ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ିନାହିଁ। ତେଣୁ ସେହି କୁକୁରମାନଙ୍କୁ ଆଫଗାନିସ୍ତାନ କଣ କରିବ ତାହା ଉପରେ ନିର୍ଭର କରେ। ସେଥିରେ ଆମେରିକାର କୌଣସି କହିବାର ନାହିଁ।
ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା ନିଜର ଅନେକ ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ ଏବଂ ବିମାନ ମଧ୍ୟ କାବୁଲରେ ଛାଡି ଦେଇଛି।
ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ଫେରିବା ନେଇ ଆରମ୍ଭ ହୋଇଛି କଥାବାର୍ତ୍ତା। ଦୋହା ତାଲିବାନ ଅଫିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ତାଲିବାନ ଦୋହା ଅଫିସ ମୁଖ୍ୟ ସେର୍ ମହମ୍ମଦଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟମାନଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନା ହୋଇଛି
ପଡିଲା ଆମେରିକା ଇତିହାସରେ ଦୀର୍ଘତମ ଯୁଦ୍ଧର ଯବନିକା। ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ମାଟି ଖାଲି କରି ସ୍ୱଦେଶ ଫେରିଲେ ସବୁ ସୈନ୍ୟ। ୨୦୨୦ ଫେବ୍ରୁଆରିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ତାଲିବାନ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଅଗଷ୍ଟ ୩୧ ଡେଡଲାଇନ୍ ଦିନକ ପୂର୍ବରୁ କାବୁଲ୍ ଛାଡିଛନ୍ତି ଆମେରିକୀୟ ସୈନ୍ୟ
କାବୁଲ ବିମାନବନ୍ଦରକୁ ଅକ୍ତିଆରକୁ ନେଲେ ତାଲିବାନୀ କମାଣ୍ଡୋ । କାବୁଲର ହମିଦ କାରଜାଇ ଏୟାରପୋର୍ଟ ଉପରେ ତାଲିବାନୀ ସେନା କବଜା କରିଛି । ଏୟାରପୋର୍ଟ ଭିତରେ ଅସ୍ତ୍ରଶସ୍ତ୍ର ସହ ରହିଛନ୍ତି ଶହ ଶହ ସଂଖ୍ୟାରେ କମାଣ୍ଡୋ ।
ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।
୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି
ଆମେରିକା ସେନାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି । ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରିବା, ହଜାର ହଜାର ଲୋକଙ୍କୁ ଆଘାତ ଦେବା ଏବଂ ଅର୍ଥନୈତିକ କ୍ଷତି ଘଟାଇବା ପରେ ଶେଷରେ ଆମେରିକା ଦେଶରୁ ଫେରିଛି । ଏହି ପରିପେକ୍ଷୀରେ ବର୍ତ୍ତମାନ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ତାଲିବାନ୍ ।
କାବୁଲରୁ ଆମେରିକାର ସେନା ପ୍ରତ୍ୟାହାର ଶେଷ । ୧୯ ବର୍ଷ ବର୍ଷ ପରେ ଆଫଗାନିସ୍ତାନରୁ ଓହରି ଆସିଲା ଆମେରିକା ସେନା । ଆମେରିକାର ଶେଷ ତିନୋଟି ସାମରିକ ବିମାନ ମଧ୍ୟ ସୋମବାର ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଛି । ଅଗଷ୍ଟ ବିଳମ୍ବିତ ରାତ୍ରିରେ କାବୁଲର ହମିଦ କରଜାଇ ଏୟାରପୋର୍ଟରୁ ଆମେରିକା ସେନାର ଶେଷ ତିନୋଟି C-୧୭ ବିମାନ ଉଡ଼ାଣ ଭରିବା ସହ ଆମେରାକା ସୈନ୍ୟ ଅଭିଯାନର ଅନ୍ତ ଘଟିଛି ।
ଆଜି ଓ କାଲି ଡେଡଲାଇନ୍ । ଆଫଗାନିସ୍ତାନର ତାଲିବାନ ଦଖଲ ପରେ ଆମେରିକାର ସୈନ୍ୟ ଦେଶ ଛାଡିବାକୁ ଆଉ ମାତ୍ର ଦୁଇ ଦିନ ଅଛି । ଏହାରି ସମୟରେ ୩୦୦ ଆମେରିକୀୟଙ୍କ ସମେତ ପ୍ରାୟ ୪୫,୦୦ ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି । ୩୧ ଅଗଷ୍ଟ ସମୟସୀମା ପୂର୍ବରୁ କିଛି ଦେଶ ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ଘରକୁ ଫେରି ସାରିଛନ୍ତି ।
ଆଫଗାନିସ୍ତାନର ମୋଟ୍ ୩୪ଟି ପ୍ରଦେଶରୁ ୩୩ ଟି ଦଖଲ କରିଥିବା ତାଲିବାନ୍ ଦିନକୁ ଦିନ ଆହୁରି କଠୋର କଟକଣା ଲାଗୁ କରୁଛି । ଶରିଆ ଆଇନ ଅନୁଯାୟୀ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ଶିକ୍ଷା ମନ୍ତ୍ରୀ ହକାନୀ ।