Advertisment

ତାଲିବାନର ନୂଆ ଫତୱା; ଏଣିକି ମୁହଁ ଘୋଡାଇ ନ୍ୟୁଜ୍‌ ପଢ଼ିବେ ମହିଳା ଆଙ୍କର

ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ମୁହଁ ଘୋଡାଇ ନ୍ୟୁଜ୍‌ ପଢ଼ିବେ ଟିଭି ଆଙ୍କର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Taliban enforces order for Afghan women TV anchors to cover faces

Taliban enforces order for Afghan women TV anchors to cover faces

ଆଫଗାନିସ୍ତାନୀ ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡାଇ ହୋଇ ଟିଭିରେ ଉପସ୍ଥାପନା କରିବେ । ଏନେଇ ତାଲିବାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଲିବାନର ଏହି ନୂଆ ନିୟମକୁ ଯେ କୌଣସି ପରିସ୍ଥିତିରେ ମାନିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି । କେବଳ ଗୋଟିଏ କି ଦୁଇଟି ନୁହେଁ ଆଫଗାନିସ୍ତାନର ସବୁ ଟିଭିରେ ଉପସ୍ଥାପନା ବେଳେ ମହିଳାମାନେ ମୁହଁ ଘୋଡାଇବା ବାଧ୍ୟତାମୂଳକ କରାଯାଇଛି ।

Advertisment

ତାଲିବାନ ସରକାରଙ୍କ ଏପରି ଘୋଷଣା ପରେ ଅନେକ ମହିଳା ଆଙ୍କର ମୁହଁ ଘୋଡାଇ ହୋଇ ଖବର ପଢୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କ୍ଷମତାରେ ଥିବା ବେଳେ ସମସ୍ତ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା । ଗତ ଅଗଷ୍ଟରେ ତାଲିବାନ ପୁଣି କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ପାଇଁ ନିୟମରେ କିଛିଟା କୋହଳ କରାଯାଇଥିଲା ।

ଟୋଲ ନ୍ୟୁଜ୍‌ ଏଜେନ୍ସିର ତଥ୍ୟ ଅନୁସାରେ, ଏନେଇ ଏକ ନ୍ୟୁଜ୍‌ ଆଙ୍କର ସୋନିଆ ନିୟାଜି କହିଛନ୍ତି ଯେ, ‘ଏହା କେବଳ ଏକ ବାହ୍ୟ ସଂସ୍କୃତି ଯାହା ଜବରଦସ୍ତି ଆମ ଉପରେ ଲାଗୁ କରାଯାଉଛି । ଯାହା ଦ୍ୱାରା ମୁହଁ ଘୋଡାଇବାକୁ ଆମକୁ ବାଧ୍ୟ କରାଯାଉଛି । ଫଳରେ ନ୍ୟୁଜ୍ ପଢ଼ିବା ସମୟରେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି’ ।

Advertisment

ଜାତୀୟ ଗଣମାଧ୍ୟନର ରିପୋର୍ଟ ଅନୁଯାୟୀ, ଚଳିତ ମାସ ଆରମ୍ଭରୁ ହିଁ ତାଲିବାନ ମହିଳାମାନଙ୍କୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘୋଡ଼ାଇ ହେବାର ନିର୍ଦ୍ଦେଶ ଦେଇଛି । ଏହାସହ କୁହାଯାଇଛି ଯେ, ମହିଳାମାନେ ଏପରି ନିଜକୁ ଘୋଡାଇବା ଆବଶ୍ୟକ ଯେମିତି କେବଳ ମହିଳାଙ୍କ ଆଖି ଦେଖାଯିବ । ଏହି ନିୟମ ଉଲ୍ଲଙ୍ଘନ କଲେ ମହିଳାଙ୍କ ପରିବାରର ପୁରୁଷମାନେ ମହିଳାଙ୍କୁ ଦଣ୍ଡ ଦେବାକୁ ପଡିବ ବୋଲି ମଧ୍ୟ ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Taliban TV Anchors Afghan Women
Advertisment
Advertisment