Advertisment

No Women Allowed: ବ୍ୟାନ୍ ହେଲେ ମହିଳା ସାମ୍ବାଦିକା, ଦିଲ୍ଲୀରେ ତାଲିବାନୀ ଫରମାନ୍

ତାଲିବାନୀ ମନ୍ତ୍ରୀଙ୍କ ଇଭେଣ୍ଟରେ ବ୍ୟାନ୍ ହୋଇଥିଲେ ସାମ୍ବାଦିକା । ଫଳରେ ପୁଣି ପଦାରେ ପଡିଥିଲା ତାଲିବାନର ମହିଳା ବିରୋଧୀ ନୀତି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବର୍ଷିଛନ୍ତି ଅନେକ ସାମ୍ବାଦିକ ଓ ରାଜନେତା । ଆମ ଦେଶକୁ ଆସି ନିଜ ମର୍ଜି ଚଲାଇବାକୁ ସେ କିଏ ବୋଲି କରିଛନ୍ତି ପ୍ରଶ୍ନ ।

author-image
Manas Ranjan Mohanty
women-journalists-ban

women-journalists-ban Photograph: (OTV)

'ଭାରତ ମାଟିରେ ଭେଦଭାବ ଚଳିବ ନାହିଁ !' 'ମହିଳାଙ୍କୁ ବଡ଼ ଅପମାନ'... 'ସାମ୍ବାଦିକାଙ୍କୁ ବ୍ୟାନ୍ କରିବାକୁ ସେ କିଏ ?' 'ଏତେ ସାହାସ କେମିତି ହେଲା ?'  ତାଲିବାନ ମନ୍ତ୍ରୀଙ୍କ ପ୍ରେସ୍ କନଫରେନ୍ସରେ ମହିଳା ସାମ୍ବାଦିକଙ୍କୁ ବ୍ୟାନ୍‌ ନେଇ ସୋସିଆଲ ମିଡିଆରେ ହଇଚଇ । ତାତିଛନ୍ତି ସାମ୍ବାଦିକା, ନେତା, ସାଧାରଣ ଜନତା । କିଏ ଟ୍ୱିଟ୍ କରି ତ ଆଉ କିଏ ଭିଡିଓ ମେସେଜ୍‌ରେ କରିଛନ୍ତି କଡା ଭର୍ତ୍ସନା ।

Advertisment

ଆଫଗାନିସ୍ତାନ ମନ୍ତ୍ରୀ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ । ହେଲେ ମହିଳା ସାମ୍ବାଦିକଙ୍କୁ ପଶିବାକୁ ଦେଲେନି କାର୍ଯ୍ୟକ୍ରମରେ । ଦିଲ୍ଲୀରେ ଚାଲିଲା ତାଲିବାନୀ ଫରମାନ ! ବ୍ୟାନ୍ ହେଲା ମହିଳା ସାମ୍ବାଦିକଙ୍କ ଏଣ୍ଟ୍ରି । 

ତାଲିବାନ୍ ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି  ଭାରତ ଗସ୍ତରେ ଏଭଳି ବିବାଦ । ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଆଲୋଚନା ପରେ ଦିଲ୍ଲୀରେ ଥିବା ଆଫଗାନିସ୍ତାନ ଦୂତାବାସରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁତ୍ତାକି । ସମ୍ମିଳନୀରେ ପ୍ରାୟ ୨୦ ଜଣ ସାମ୍ବାଦିକ ଉପସ୍ଥିତ ଥିଲେ । କିନ୍ତୁ ସେମାନଙ୍କ ଭିତରେ ଜଣେ ବି ନଥିଲେ ମହିଳା ସାମ୍ବାଦିକ । କୌଣସି ବି ସାମ୍ବାଦିକାଙ୍କୁ ପଶିବାକୁ ଦିଆଯାଇନଥିଲା କନଫରେନ୍ସରେ । 

Advertisment

ତାଲିବାନୀ ମନ୍ତ୍ରୀଙ୍କ ଇଭେଣ୍ଟରେ ବ୍ୟାନ୍ ହୋଇଥିଲେ ସାମ୍ବାଦିକା । ଫଳରେ ପୁଣି ପଦାରେ ପଡିଥିଲା ତାଲିବାନ (Taliban)ର ମହିଳା ବିରୋଧୀ ନୀତି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବର୍ଷିଛନ୍ତି ଅନେକ ସାମ୍ବାଦିକ ଓ ରାଜନେତା । ଆମ ଦେଶକୁ ଆସି ନିଜ ମର୍ଜି ଚଲାଇବାକୁ ସେ କିଏ ବୋଲି କରିଛନ୍ତି ପ୍ରଶ୍ନ ।

ମିଡିଆ ରିପୋର୍ଟ ଅନୁସାରେ, ପ୍ରେସ କନଫରେନ୍ସରେ କିଏ ଯୋଗ ଦେବେ, ନଦେବେ ତାହା ମୁତ୍ତାକି ଓ ତାଲିବାନୀ ଅଧିକାରୀମାନେ ସ୍ଥିର କରିଥିଲେ । କାର୍ଯ୍ୟକ୍ରମରେ ମହିଳା ସାମ୍ବାଦିକଙ୍କୁ ଅନୁମତି ଦେବାକୁ ଯଦିଓ ଭାରତୀୟ ଅଧିକାରୀ ପରାମର୍ଶ ଦେଇଥିଲେ ହେଲେ ଏକଥା କେହି ଶୁଣିନଥିଲେ । 

ଏ ଘଟଣାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ବି ଆସିଛି ସାମ୍ନାକୁ । ତାଲିବାନ ମନ୍ତ୍ରୀଙ୍କ ପ୍ରେସ କନଫରେନ୍ସରେ ଭାରତର କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛି ମନ୍ତ୍ରଣାଳୟ । ଆଫଗାନିସ୍ତାନରେ ତାଲିବାନ ଶାସନ ପରଠୁ ସେଠି ନର୍କ ହୋଇଯାଇଛି ମହିଳାଙ୍କ ଜୀବନ । ଚାକିରି କରିବା ତ ଦୂରର କଥା, ସେମାନଙ୍କ ପାଠପଢାଠୁ ଆରମ୍ଭ କରି ଘରୁ ବାହାରିବା ଉପରେ ବି ଲାଗିଛି କଟକଣା ।  

Taliban
Advertisment
Related Articles
Advertisment