ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି।
ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଂଗଠନର ତାଲିବାନର କବ୍ଜା ଓ କାବୁଲରୁ ଆସୁଥିବା ଭୟଙ୍କର ବିଶୃଙ୍ଖଳା ।
ତାଲିବାନର ଅପ୍ରତ୍ୟାଶିତ ଅଗ୍ରଗତିକୁ ଦେଖି ନିଜ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ। କାରଣ ଭାରତୀୟ ଦୂତାବାସ କର୍ମଚାରୀ ତାଲିବାନର ରାଡାରରେ ଥିଲେ ।ତେବେ ତାଲିବାନର ଦ୍ରୁତ ଅଗ୍ରଗତି ଯୋଗୁ ଏହି କାର୍ଯ୍ୟ ଅତି ଆହ୍ୱାନପୂର୍ଣ୍ଣ ହୋଇଥିଲା। କାବୁଲ ବିମାନ ବନ୍ଦରରେ ଚରମ ବିଶୃଙ୍ଖଳା ସତ୍ତ୍ୱେ ବାୟୁସେନାର ସି-୧୭ ମାଲବାହୀ ବିମାନ ୧୫ ତାରିଖରେ ଏଠାରେ ଅବତରଣ କରିଥିଲା।
ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।
ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ତୁର୍କୀ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଆଗମନକୁ ଭୟ କରୁଛି। ତେଣୁ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ତୁର୍କୀ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି। ତୁର୍କୀ ଏହାର ଇରାନ ସୀମାରେ ୨୯୫ କିଲୋମିଟର ଲମ୍ବର ପ୍ରାଚୀର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।
ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ। ଆଫଗାନିସ୍ତାନକୁ ନିଜ କବଜାକୁ ନେବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଏବେ ଅଧିକ ସୁରକ୍ଷିତ ରହିବ। ତେବେ ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।
ବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା
ଆଫଗାନିସ୍ତାନରେ ତାଲିବାନୀ ରାଜ୍। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି
ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ ଦୟନୀୟ ସ୍ଥିତି ଅନୁଭବ କରି ନଥିଲେ ବୋଲି କହିଛନ୍ତି
ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏୟାରପୋର୍ଟରେ ଗୁଳିମାଡ଼ ସାଙ୍ଗକୁ ଦଳାଚକଟା ଓ ଉଡ଼ନ୍ତା ବିମାନରୁ ଖସି ଅନେକ ଲୋକଙ୍କ ମୃତ୍ୟୁର ବି ସୂଚନା ମିଳୁଛି।
ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍ ଖୁଣ୍ଟରେ ଝୁଲାଇ ଦେଇଥିଲା।
ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବ୍ଜାରେ ଆଫଗାନିସ୍ତାନ। ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି । କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇ ଯାଇଛନ୍ତି ।
ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ।
କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।
ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।
କାବୁଲରେ ପଶିଲା ତାଲିବାନ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ତାଲିବାନ । ଆଫଗାନିସ୍ତାନର ସମସ୍ତ ପ୍ରମୁଖ ସହରକୁ କବଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ । ଆଉ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି କୁହାଯାଉଛି
ଆଫଗାନିସ୍ତାନର ଅସରଫ ଘାନି ସରକାରଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । ତାଲିବାନ ଯୁଦ୍ଧବିମାନ କାବୁଲ ନିକଟରେ ପହଞ୍ଚିଯାଇଛି ଓ ରାଜଧାନୀ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଛି । ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ତାଲିବାନ ବିଦ୍ୟୁତ ଯୋଗାଣ କାଟି ଦେଇଥିବା ସୂଚନା ମିଳିଛି । ତାଲିବାନ ସହ ବିବାଦ ଏହାର ମୋଡ଼ରେ ପହଞ୍ଚିଛି ।
ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦିଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ।
କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ
ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ।
ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ଆଣୁଛି । ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଏବେ ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ସିଧାସଳଖ ବିପଦ ନାହିଁ । କିନ୍ତୁ ଅଧିକ ସମୟ ଧରି ନିୟନ୍ତ୍ରଣ ବଜାୟ ରଖିବା ଆଫଗାନିସ୍ତାନ ସରକାରଙ୍କ ପାଇଁ କଷ୍ଟକର ହୋଇ ପଡ଼ିବ । ୩୦ ଦିନ ମଧ୍ୟରେ କାବୁଲକୁ ଅଲଗା କରିବା ସହ ସମ୍ଭବତ ୯୦ ଦିନ କବଜା କରିପାରେ ବୋଲି ଆମେରିକାର ପ୍ରତିରକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି ।
ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ମଧ୍ୟ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି।
ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍ ବୋଲ୍ଡକ୍ ଏବଂ ତରଖୁମ୍ ପ୍ରବେଶ ପଥରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନେକ ମୃତଦେହ ହସ୍ତାନ୍ତର କରାଯାଇଛି। ବେଲୋଚିସ୍ତାନରୁ ଯାଇଥିବା ଏହି ଯୁବକମାନେ ଆଫଗାନିସ୍ତାନର ସରକାରୀ ଫୋର୍ସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।