ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।
ଏମିତିକା ପୋଲ ଆପଣ କେବେ ହେଲେ ଦେଖିନଥିବେ। ମାତ୍ର ୫୦ ମିଟରର ଏହି ବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା। ହେଲେ ଏହି ଛୋଟିଆ ପୋଲ ଖୋଲି ଦେଇଛି ସମସ୍ତଙ୍କ ପୋଲ୍...
ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ ।
ଆଖିରେ ଧାରଧାର ଲୁହ, ଆଉ ଗୋଟିଏ ହିଁ କଥା କହୁଛି ମୋ କଥା ନାଁ ପ୍ରଶାସନ ଶୁଣିଲା, ନାଁ ସରକାର, ମୋତେ ଗୋଟିଏ କାମକର, ଗୁଳିମାରି ହତ୍ୟା କରିଦିଅ ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି।
ମାତ୍ର ଦଶ ବର୍ଷ ବୟସରେ ଗୋବର୍ଦ୍ଧନଙ୍କ ଦୃଷ୍ଟିଶକ୍ତି କମିଗଲା । ପରେ ଆଉ ଦେଖାଗଲାନି । ବହୁତ ଅସୁବିଧାରେ ଥିଲେ । ଓଟିଭିରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ସ୍ୱେଚ୍ଛାସେବୀ । ଚିକିତ୍ସା ପରେ ପୁଣି ନିଜ ଆଖିରେ ଦୁନିଆ ଦେଖିଛନ୍ତି ଗୋବର୍ଦ୍ଧନ।
ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି।
ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ..
ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ପ୍ରଦର୍ଶନ ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ତେବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଆଜି ବି ଅବହେଳିତ ଅବସ୍ଥାରେ କିଏ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାଦାନ ଖଟିବାକୁ ଯାଉଛି ତ କିଏ ଚାକିରି ଖଣ୍ଡେ ପାଇଁ କରୁଛି ସଂଘର୍ଷ। ପୁଳାପୁଳା ସାର୍ଟିଫିକେଟ୍ ଏବଂ ମେଡାଲ୍ ଦିନେ ଖେଳ ପଡ଼ିଆରେ ଝାଳ ବୁହାଇ ଏସବୁ ହାସଲ କରିଥିଲେ ମାତ୍ର ଆଜି ଏହା ତାଙ୍କ ପାଇଁ ମୂଲ୍ୟହୀନ। ଆମେ କହୁଛୁ ଜାତୀୟ ହକି ଖେଳାଳି ସୁନ୍ଦରଗଡ଼ ଲୁଲୁକିଡିହିର ସନ୍ତୋଷ ମାଝୀଙ୍କ କଥା
ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।