• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୁନ୍ଦରଗଡ଼ କୋଇଡ଼ାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓମିନି ଗାଡିକୁ ଧକ୍କା ଦେଇଛି ହାଇୱା । ଘଟଣାସ୍ଥଳରେ ଦୁଇ ଜଣଙ୍କ ରମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ତାରେ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢନ୍ତୁ: ବାପାର ଶବ ସତ୍କାର ପାଇଁ ଯାଉଥିଲେ ପୁଅ-ବୋହୂ, ନିଜେ ଶବ ହୋଇଗଲେ...

ସୂଚନା ମୁତାବକ, କୋଇଡା ପଟରୁ କମଣ୍ଡ ପ୍ଲାଣ୍ଟ କୁ ଯାଉଥିବା ବେଳେ କୋଇଡା ଥାନା ନିକଟ ଏରିଏନ ଛକ ନିକଟରେ ଏକ ମାରୁତି ଓମିନି ଗାଡ଼ିକୁ ଧକ୍କା ଦେଇଥିଲା ହାଇୱା । ଏଥିରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଓମିନି ଗାଡ଼ିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି । ଗୁରୁତର ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭରକୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ କରୁଛି । 

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓମିନି ଭ୍ୟାନ ଡ୍ରାଇଭର ଚାଳକଙ୍କ ଘର କେନ୍ଦୁଝର ଜିଲ୍ଲାର ବଡବିଲ୍ ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେ ରାଜ୍ୟ ବାହାରର ବୋଲି ଜଣା ପଡିଛି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯିବ । 

ଅଧିକ ପଢନ୍ତୁ: ମୃତ୍ୟୁ ବି ଏମିତି ଆସେ, ସବୁଦିନ ଭଳି ମଇଁଷି ଚରାଉଥିଲେ...ହଠାତ ଟ୍ରେନ୍ ଆସିବାରୁ ଜୋରରେ ଦୌଡ଼ିଥିଲେ