/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756708624.jpeg)
Tiger footprints found in Beldihi forest of Sundargarh district
ସୁନ୍ଦରଗଡ: ବାଘ ବୁଲୁଛି ଜଙ୍ଗଲରେ, ଖୋଜୁଛି ବନ ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବେଲଡିହି ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ ହେବା ଘଟଣାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାତିରେ ମଧ୍ୟ ପହରା ଦେଉଛନ୍ତି ବନ ବିଭାଗ କର୍ମଚାରୀ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନ ବିଭାଗ ବାଘର ପାଦ ଚିହ୍ନ ନମୂନା ସଂଗ୍ରହ କରି ଏହା କି ପ୍ରକାରର ବାଘ ସେନେଇ ଅନୁଧ୍ୟାନ କରୁଛି ।
Advertisment
ସତର୍କ ରହିବାକୁ ଆଖପାଖ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରି ସଚେତନ କରାଯାଉଛି । ଖୁବଶୀଘ୍ର କ୍ୟାମେରା ଲଗାଇ ବାଘ ଉପରେ ନଜର ରଖାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)