ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ରୀ। ଭୁବନେଶ୍ୱର CHSE ଅଫିସ୍ ସାମ୍ନାରେ ଆଜି କିଛି ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମୂଲ୍ୟାୟନକୁ ନେଇ ଅସନ୍ତୋଷ ଥିବା ଛାତ୍ରୀ ଆଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।
ଦୁଷ୍ମନ୍ତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛି ବିଜେପି। ଆଜି କେତେକ ଅସମାହିତ ପ୍ରଶ୍ନ ଉଠାଇ ଏହାର ଜବାବ ମାଗିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଅଭିଯୋଗ କରିଛନ୍ତି- ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କଲେ, ହେଲେ ଗାଁକୁ ଶବ କାହିଁକି ନେଲେ ନାହିଁ। ତାଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ମିଳୁ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ।
ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ପତ୍ନୀଙ୍କୁ ସହାୟତା। ବିଳମ୍ବିତ ରାତିରେ ଘରେ ପହଞ୍ଚି ଲକ୍ଷେ ଟଙ୍କାର ଚେକ୍ ଦେଲେ କୁଜଙ୍ଗ ବିଡିଓ
ଏସସିବିରେ ଭୁଲ ଚିକିତ୍ସା ଅଭିଯୋଗ ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ରାତି ଅଧିଆ ଶବ ବ୍ୟବଚ୍ଛେଦ କରାଯାଇଛି।
ବିଧାନସଭା ଆଗରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ: ତରବରିଆ ଭାବେ ରାତି ଅଧରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା। ପୋଲିସ ଏସ୍କର୍ଟରେ ଶବକୁ ଗାଁକୁ ପଠାଇ ଦିଆଗଲା। ହେଲେ ଏତେ ତରବର ପ୍ରଶାସନ କାହିଁକି ?
ମେଡିକାଲ୍ ପରିସରରେ ଥିବା ଏକ ୪ ମହଲା ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ।
କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ପିଲାଙ୍କୁ କୂଅକୁ ଠେଲି ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି।