/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752467918.jpg)
Student Suicide Attempt
FM କଲେଜ୍ ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲାରେ ଆରମ୍ଭ ହୋଇଛି ତନାଘନା। କଲେଜରେ ପହଞ୍ଚି ତଦନ୍ତ କରିଛି ୩ ଜଣିଆ ଉଚ୍ଚସ୍ତରୀୟ କମିଟି । ଗତକାଲି ଏହି ଟିମ୍ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା । କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି । ଆଜି ପୁଣି ଥରେ ତିନି ଜଣିଆ କମିଟି ତଦନ୍ତ କରିବ। ଅନ୍ୟପଟେ ଛାତ୍ରୀ ଆତ୍ମାହୂତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବି ଆରମ୍ଭ ହୋଇଛି ତଦନ୍ତ।
କଲେଜରେ ପହଞ୍ଚି ଗତକାଲି ଛାନଭିନ୍ କରିଛି କ୍ରାଇମ ଏଗେନଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍ । କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି । DSP ଓ ଅତିରିକ୍ତ SPଙ୍କୁ ନେଇ ଦୁଇ ଜଣିଆ ଟିମ୍ କଲେଜରେ ପହଞ୍ଚିଥିଲେ। କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଥିଲେ ଟିମ୍। ଘଟଣା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DSP।
ସୂଚନାଯୋଗ୍ୟ, ଗତ ଶନିବାର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । କେହି ନଶୁଣିବାରୁ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଛନ୍ତି । ଛାତ୍ରୀ ଜଣକ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜଣେ ଶିକ୍ଷକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ବସିଥିଲେ ଛାତ୍ରୀ । ପରେ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)