/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754023385.jpg)
Yuzvendra Chahal
ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଏକ ବଡ଼ ଖୁଲାସା କରିଛନ୍ତି। ଚହଲ କହିଛନ୍ତି ଯେ ଧନଶ୍ରୀ ବର୍ମାଙ୍କ ଠାରୁ ଡିଭୋର୍ସ ପରେ ତାଙ୍କ ଅବସ୍ଥା କିପରି ଗମ୍ଭୀର ହୋଇପଡ଼ିଥିଲା। ଏକ ପୋଡକାଷ୍ଟରେ ଏ ବିଷୟରେ କଥା ହୋଇଛନ୍ତି ଚହଲ ।
କହିଛନ୍ତି "ମୁଁ ଚାରି-ପାଞ୍ଚ ମାସ ପର୍ଯ୍ୟନ୍ତ ଡିପ୍ରେସନରେ ଥିଲି। ମୋତେ ଏଂଜାଇଟି ଆଟାକ ହେଉଥିଲା। ମୋ ଆଖି ଆଗରେ ଅନ୍ଧକାର ଛାଇ ଯାଉଥିଲା। ଏହି କଥା କେବଳ କିଛି ଲୋକ ଜାଣିଥିଲେ, ଯେଉଁମାନେ ସେହି ସମୟରେ ମୋ ସାଙ୍ଗରେ ଥିଲେ। ଏହା ବ୍ୟତୀତ ମୁଁ ଏହି କଥା କାହା ସହ ଆଲୋଚନା କରିନଥିଲି। ଏହି ସମୟରେ ମୋ ମନରେ ଆତ୍ମହତ୍ୟା କରିବାର ଚିନ୍ତା ମଧ୍ୟ ଆସୁଥିଲା, କାରଣ ସେହି ସମୟରେ ମୋ ମନ ବିଲକୁଲ କାମ କରୁନଥିଲା।
ଚହଲ ଆଗକୁ କହିଛନ୍ତି ଯେ ଟେନସନ କାରଣରୁ ତାଙ୍କୁ ନିଦ ମଧ୍ୟ ହେଉନଥିଲା ଏବଂ ସେ ମାତ୍ର ତିନି ଘଣ୍ଟା ଶୋଇପାରୁଥିଲେ । ବାକି ସମୟ ସେ ତାଙ୍କ ବନ୍ଧୁମାନଙ୍କ ସହ ଯୋଗାଯୋଗରେ ରହୁଥିଲେ। ପୋଡକାଷ୍ଟରେ ଚହଲ ଆହୁରି କହିଛନ୍ତି ଯେ ଏହି ଟେନସନ କାରଣରୁ ସେ କ୍ରିକେଟଠାରୁ ଦୂରେଇ ରହିଥିଲେ।
ସେ କହିଛନ୍ତି ମୁଁ ଏହି ସମୟରେ ମୈଦାନରେ ମୋର ୧୦୦ ପ୍ରତିଶତ ଦେଇ ପାରୁନଥିଲି। ତେଣୁ ମୁଁ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲି। ସମସ୍ତ ସୁବିଧା ମୋ ପାଖରେ ଥାଇ ମଧ୍ୟ ମୁଁ ନିଜ ଭିତରେ ଏକ ଶୂନ୍ୟତା ଦେଖୁଥିଲି। ମୋ ମନରେ ବାରମ୍ବାର ଚିନ୍ତା ଆସୁଥିଲା ଯେ ଏହି ଜୀବନର କ’ଣ କରିବି।
ଚହଲ ପୋଡକାଷ୍ଟରେ ଆଗକୁ କହିଛନ୍ତି ଯେ ଯେତେବେଳେ ଡିଭୋର୍ସ ବିଷୟରେ ଆଲୋଚନା ହେଲା , ଅନେକ ଲୋକ ତାଙ୍କୁ ପ୍ରତାରକ ବୋଲି କହିଥିଲେ, କିନ୍ତୁ ଏହି କଥା ବିଲକୁଲ ଭୁଲ। ସେ କହିଛନ୍ତି, "ମୁଁ କାହାକୁ ପ୍ରତାରଣା କରିନାହିଁ। ମୁଁ ମୋ ଲୋକମାନଙ୍କ ପାଇଁ ହୃଦୟରୁ ଚିନ୍ତା କରେ। ମୁଁ କାହାଠାରୁ କିଛି ମାଗିନାହିଁ, କେବଳ ଦେଇଛି।
ଯେତେବେଳେ ଲୋକମାନଙ୍କୁ କିଛି ଜଣା ନଥାଏ, ସେମାନେ ଯାହା ପାଆନ୍ତି ଲେଖି ଦିଅନ୍ତି। ମୋର ଦୁଇଜଣ ଭଉଣୀ ଅଛନ୍ତି, ତେଣୁ ମୁଁ ଜାଣେ ମହିଳାମାନଙ୍କୁ କିପରି ସମ୍ମାନ ଦେବାକୁ ହୁଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)