/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753092543.jpg)
revenshaw ragging issue
କଟକ: ରେଭେନ୍ସା ରାଗିଂ ଅଭିଯୋଗ ଘଟଣା ପରେ ତାତିଲେ ଛାତ୍ରଛାତ୍ରୀ। ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଛନ୍ତି।..ରେଭେନସାରେ ଆସିଥିବା ରାଗିଂ ଘଟଣାରେ ଆଜି ସକାଳେ ଟ୍ବିଷ୍ଟ ଆଣି ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର। ଏନେଇ କୁଳ ସଚିବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଇଷ୍ଟ ହଷ୍ଟେଲର ନୂତନ ଅନ୍ତେବାସୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଥିବା ୧୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କତ୍ତୃପକ୍ଷ।
ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଓ୍ବାର୍ଡେନ୍ ସୁଦର୍ଶନ ମିଶ୍ର । କହିଛନ୍ତି, ଇଷ୍ଟ ହଷ୍ଟେଲର ସିନିୟର ଛାତ୍ର ମାନେ ଜୁନିଅର ମାନଙ୍କୁ ଗାଳି କରିବା ନେଇ ଆଣ୍ଟି ରାଙ୍ଗି ସେଲ୍ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ କମିଟି ସୁପାରିସରେ ୧୦ ଜଣ ସିନିୟର୍ ଛାତ୍ରଙ୍କୁ ହଷ୍ଟେଲରୁ ନିଲମ୍ବିତ କରାଯାଇଛି। ଯଦି ଅଭିଯୋଗକାରୀ ଏଭଳି କିଛି ଘଟଣାକୁ ଅସ୍ବୀକାର କରୁଛନ୍ତି ତେବେ ଆଣ୍ଟି ରାଙ୍ଗି ସେଲ୍ ଏହାର ତଦନ୍ତ କରିବ ବୋଲି କହିଛନ୍ତି ଚିଫ୍ ଓ୍ବାର୍ଡେନ ସୁଦର୍ଶନ ମିଶ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)