/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749982495.jpg)
International Father's Day 2025
ବାପା ଓ ସନ୍ତାନ ମଧ୍ୟରେ ସମ୍ପର୍କ ହେଉଛି ସ୍ନେହ, ଦାୟିତ୍ୱ, ସୁରକ୍ଷା ଏବଂ ଭାବନାର। ମା’ଟିଏ ସିନା ପିଲାଟିକୁ ୯ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖି ଯତ୍ନ ନେଇଥାଏ, ହେଲେ ଜଣେ ବାପା ପିଲାଟିକୁ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ଯତ୍ନ ନେଇଥାଏ। ପ୍ରତ୍ୟେକ ବାପା ନିଜ ସନ୍ତାନକୁ କେବଳ ଭଲ ପାଆନ୍ତି ନାହିଁ, ତାଙ୍କ ଭବିଷ୍ୟତକୁ ସଜାଇବା ଏବଂ ତାଙ୍କୁ ଏକ ଆଦର୍ଶ ଜୀବନ ଦେବା ପାଇଁ ବାଟ ତିଆରି କରିଥାନ୍ତି।
‘ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରିରୀକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା ଆଉ ବାପା ସର୍ବ ଶକ୍ତିମାନ। ସେଥିପାଇଁ ତ କୁହାଯାଏ –
“ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମ ତପଃ,
ପିତରି ପ୍ରିତିମାପନ୍ନେ ସର୍ବାଃ ପ୍ରିୟନ୍ତିଃ ଦେବତା।”
ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ଅନେକ ପିଲାଙ୍କ ପାଇଁ ତ ବାପା ହୋଇଯାଆନ୍ତି ସୁପର ହିରୋ। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ସେ ହିଁ ଏହି ଦିନକୁ ପ୍ରଥମେ ପାଳନ କରିଥିଲେ। ତେବେ ଆସନ୍ତୁ ଏହି ଦିବସ କେବେ ପାଳନ କରାଯାଏ ଏବଂ କିଏ ପ୍ରଥମ ପାଳନ କରିଥିଲେ ଜାଣିନେବା।
ଅଧିକ ପଢ଼ନ୍ତୁ: ଖୁବ ମନୋହର ଶ୍ରୀଜିଉଙ୍କ ସ୍ନାନଯାତ୍ରା; ଜାଣନ୍ତୁ କେଉଁ ଠାକୁର କିପରି କରନ୍ତି ସ୍ନାନ
କେବେ ହୁଏ ପାଳନ:
ସମସ୍ତ ଦେଶରେ ପ୍ରତ୍ୟେକ ପିତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସରେ ପିତୃ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଜୁନ୍ ମାସ ତୃତୀୟ ରବିବାର ଦିନ ଏହି ଦିବସ ପାଳନ କରିବାର ପରମ୍ପରା ରହିଛି। ଚଳିତ ବର୍ଷ ଆଜି ବା ୧୫ ଜୁନ୍ରେ ଏହି ଦିବସ ପଡିଛି।
କେବେ ପ୍ରଥମେ ହେଲା ପାଳନ:
୧୯୧୦ରେ ପ୍ରଥମେ ପିତୃ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ର ସ୍ପୋକେନ୍ ସହରରେ ପିତୃ ଦିବସ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ଝିଅ ତାଙ୍କ ବାପାଙ୍କ ସ୍ମୃତିରେ ଗୋଟିଏ ଦିନ ଉତ୍ସର୍ଗ କରିଥିଲେ। ଏହି ଝିଅ ୱାଶିଂଟନର ବାସିନ୍ଦା ଥିଲେ, ଯାହାଙ୍କ ବାପା ତାଙ୍କୁ ତାଙ୍କ ମା ଅପେକ୍ଷା ଅଧିକ ଭଲ ପାଉଥିଲେ।
କିଏ ସେହି ଝିଅ:
ପିତୃ ଦିବସର ପ୍ରତିଷ୍ଠାତା ହେଲେ ସୋନୋରା ଲୁଇସ୍। ସୋନୋରାଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ବାପା ଏକାକୀ ଝିଅକୁ ଲାଳନ ପାଳନ କରିଥିଲେ। ମା’ ପରି ସ୍ନେହ ଓ ବାପା ପରି ସୁରକ୍ଷା ଦେଇଥିଲେ। ବାପାଙ୍କ ସ୍ନେହ ହେତୁ ସୋନୋରା ନିଜ ମା’ଙ୍କ ଅନୁପସ୍ଥିତିକୁ କେବେ ବି ଅନୁଭବ କରି ନଥିଲେ।
ଜୁନ୍ ମାସ କାହିଁକି:
ସୋନୋରା ନିଜ ବାପା ଓ ତାଙ୍କ ପରି କୋଟି କୋଟି ବାପାଙ୍କୁ ଉତ୍ସର୍ଗ କରି ପିତୃ ଦିବସ ପାଳନ କରିବାକୁ ଅନୁରୋଧ କରିଥିଲେ। ଏହାକୁ ସଫଳ କରିବା ପାଇଁ ସେ ଆମେରିକା ପର୍ଯ୍ୟନ୍ତ କ୍ୟାମ୍ପ୍ କରିଥିଲେ। ଶେଷରେ ତାଙ୍କର ଇଛା ପୂରଣ ହେଲା ଏବଂ ୧୯ ଜୁନ୍ରେ ପ୍ରଥମ ଥର ପାଇଁ ପିତୃ ଦିବସ ପାଳନ କରାଯାଇଥିଲା। ଜୁନ୍ ମାସରେ ପିତୃ ଦିବସ ପାଳନ କରିବାର କାରଣ ଏହି ମାସ ହେଉଛି ସୋନୋରାଙ୍କ ପିତାଙ୍କ ଜନ୍ମଦିନ।
ସରକାରୀ ଘୋଷଣା:
ଏହାର ପାଞ୍ଚ ବର୍ଷ ପରେ, ୧୯୧୬ ମସିହାରେ, ଆମେରିକାର ରାଷ୍ଟ୍ରପତି ୱିଡ୍ରୋ ୱିଲ୍ସନ୍ ପିତୃ ଦିବସ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ତା’ପରେ ୧୯୨୪ ମସିହାରେ ରାଷ୍ଟ୍ରପତି କେଲ୍ଭିନ୍ କୁଲିଜ୍ ପିତୃ ଦିବସକୁ ଏକ ଜାତୀୟ କାର୍ଯ୍ୟକ୍ରମ ଭାବେ ଘୋଷଣା କରିଥିଲେ। ତା’ପରେ ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ୍ ଜନ୍ସନ୍ ଜୁନ୍ ତୃତୀୟ ରବିବାରରେ ପିତୃ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ୧୯୭୨ରେ, ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଏହି ଦିନକୁ ଛୁଟିଦିନ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ସଧବା ନାରୀମାନେ ସାବିତ୍ରୀ ବ୍ରତରେ କାହିଁକି ପୂଜା କରନ୍ତି ବରଗଛ
International Nurses Day 2025: ‘ଜାତୀୟ ନର୍ସ ଦିବସ’ ପଛରେ ଅଛନ୍ତି ଜଣେ ମହିୟସୀ ମହିଳା; ଜାଣନ୍ତୁ ସେ କିଏ…

World Hypertension Day 2025: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି… କରନ୍ତୁ ଏହି ଯୋଗାସନ, ମିଳିବ ମୁକ୍ତି

World Environment Day: ବଞ୍ଚିଲେ ପରିବେଶ ବଞ୍ଚିବ ଜୀବଜଗତ

World No Tobacco Day 2025: ଆପଣ ତମାଖୁ ଛାଡିବାକୁ ଚାହୁଁଛନ୍ତି କିନ୍ତୁ ପାରୁ ନାହାନ୍ତି; କରନ୍ତୁ ଏହି ଯୋଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)