• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Maya Civilization
ମାୟା ସଭ୍ୟତା ସହ ଏଲିୟନ୍ସଙ୍କ ସମ୍ବନ୍ଧ

ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।

21 gram theory
ଆତ୍ମାର ଓଜନ ୨୧ ଗ୍ରାମ୍ !

ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର କହିବା କଥା ଆଜିଯାଏ ଏହି ରହସ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନି। ଏନେଇ ଏହାର ଅସ୍ଥିତ୍ୱକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନଙ୍କୁ ଯେତେବେଳେ ଭୂତ୍-ପ୍ରେତ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ଉର୍ଜା ଏହି ବ୍ରହ୍ମାଣ୍ଡରୁ ନଷ୍ଟ ହୋଇ ନ ଥାଏ।

Special Story | Taliban Scales Up Its Armory With US Arsenal
ଆମେରିକାର ଅଚଳ ବିମାନକୁ ଆକାଶରେ ଉଡାଉଛନ୍ତି ତାଲିବାନ ସେନା

ଆକାଶରେ ଆମେରିକା ଯୁଦ୍ଧ ବିମାନ ନେଇ ଉଡ଼ୁଛନ୍ତି ତାଲିବାନୀ। ଅଚଳ ବିମାନକୁ ନିଜସ୍ୱ ଜ୍ଞାନକୌଶଳରେ କରିଛନ୍ତି ସଚଳ।

Special Story | Kuldiha Forest Personnel Toil Hard To Safeguard Wildlife
ଜଙ୍ଗଲ କର୍ମଚାରୀଙ୍କ ଦୁଃଖ କାହାଣୀ, ଟିଙ୍କ ଓ ଜୋକଙ୍କ ସହ ଅଭୟାରଣ୍ୟରେ କଟୁଛି ଦିନରାତି

କାହାକୁ ନାହିଁ ଖାତିର। ଭାଲୁ ହୁଅନ୍ତୁ କି ହାତୀ ପଲ। ବର୍ଷାଦିନେ ଜୋକ, ଆଉ ଖରାଦିନେ ଟିଙ୍କକୁ ବି ନାହିଁ ଡର।

Special Story | Odisha Divyang Boy Bhim Sa Mimics PM Modi And Odisha CM
ଫୋନରେ କଥା ହେଉଛନ୍ତି ମୋଦି-ନବୀନ ! ଦିବ୍ୟାଙ୍ଗ ଭୀମଙ୍କ ମାଇଣ୍ଡ ବ୍ଲୋଇଂ ମିମିକ୍ରି

ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି।

Widow having Husband
ସ୍ୱାମୀ ଥାଇ ବି ସ୍ତ୍ରୀକୁ ହେବାକୁ ପଡେ ବିଧବା

ହିନ୍ଦୁ ଧର୍ମରେ ବିବାହ ପରେ ଏକ ସଧବା ସ୍ତ୍ରୀ ଜୀବନରେ ଶଙ୍ଖା, ସିନ୍ଦୁର, ବିନ୍ଦି, ମେହେନ୍ଦୀ ଆଦି ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ସବୁ ଜିନିଷ ଜଣେ ବିବାହିତା ନାରୀର ସଧବାର ପ୍ରତୀକ ହୋଇଥାଏ। ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ଷୋଳ ବ୍ରତ ରଖିଥାଏ, ପୂଜା ପାଠ କରିଥାଏ। କିନ୍ତୁ ଏଠାରେ ଯେଉଁ କଥା କୁହାଯିବ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏମିତି କିଛି ସମୁଦାୟ ଅଛନ୍ତି ଯେଉଁଠାରେ ପତି ଜୀବିତ ଥାଉ ଥାଉ ପତ୍ନୀ ସବୁ ବର୍ଷ କିଛି ସମୟ ପାଇଁ ବିଧବା ହୋଇ ଜୀଇଥାଏ।

Special Story | ‘Baba Jalandhar’, A Great Stone Of Northern Alliance & Nightmare Of Taliban
ପଞ୍ଜଶିର ଘାଟିରେ ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ମହାକାଳ ‘ବାବା ଜଲନ୍ଧର’

ନାଁ ଶୁଣିଲେ ଥରହର ତାଲିବାନୀ। ପଞ୍ଜଶିର ମାଟି ମାଡିଲେ ଫେରିବା ମୁସ୍କିଲ୍। ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ମହାକାଳ।

Unique School
ଅଦ୍ଭୁତ ବିଦ୍ୟାଳୟ : ପିଲା ଯାଆନ୍ତି ନି, ବିଦ୍ୟାଳୟ ଚାଲି ଆସେ

ପରମ୍ପରାର ଦେଶ ହେଉଛି ଭାରତ। ଗୁରୁ ଦିବସ ସେଥିରୁ ଅନ୍ୟତମ। ତେବେ ଗୁରୁ ଦିବସ ୨୦୨୧ ଅବସରରେ, ଆଜି ଆମେ ଦୁନିଆର ପାଞ୍ଚଟି ଅଜବ ବିଦ୍ୟାଳୟ ବିଷୟରେ ଜାଣିବା, ଯାହା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ। ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସ୍ୱତନ୍ତ୍ରତା ହେତୁ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇଥା’ନ୍ତି। ଅନେକ ଲୋକ ଏହି ବିଦ୍ୟାଳୟଗୁଡ଼ିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସନ୍ତି।

Strange trees
ପୃଥିବୀରେ ଥିବା କେତେକ ବିଚିତ୍ର ଗଛ

ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ। କିଛି ଗଛ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ କିଛି ବିଚିତ୍ର ଦେଖାଯାଆନ୍ତି। ସେହିପରି କିଛି ଗଛରେ ବିଶେଷ ଗୁଣ ମଧ୍ୟ ଦେଖାଯାଏ। ଲୋକେ ଏ ସବୁ ଗଛର ଫୁଲ, ଫଳ, ପତ୍ର ଆଦିକୁ ପସନ୍ଦ କରିଥାନ୍ତି।

Ganesh Puja
ଗଣେଷଙ୍କ ୧୨ ନାମ, ହେଲେ ସେହି ନାଁରେ କଣ ରହିଛି ଯଥାର୍ଥତା ? ପଢ଼ନ୍ତୁ..

ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍‌ । ଯଥା ସମ୍ଭବ କମ୍‌ ଲୋକରେ ହେବ ପୂଜା ବିଧି ।

Yoga for Acidity
ଏସିଡିଟିରୁ ମୁକ୍ତ କରିବ ଏହି ସବୁ ଯୋଗାସନ

ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

Illuminaty
ଦୁନିଆର ସବୁ ବଡ ଘଟଣା ପଛରେ ଇଲୁମିନାଟୀର ହାତ!

ଆପଣମାନେ ବେଳେ ବେଳେ ରହସ୍ୟମୟ ସଂଗଠନ ଇଲୁମିନାଟୀ ବିଷୟରେ ଶୁଣିଥିବେ। ତେବେ ଏହି ସଂଗଠନ କ’ଣ ଓ ଏହା ପଛରେ କି ସତ ଲୁଚିରହିଛି, ଯାହା ଆଜି ବି ରହସ୍ୟ ହୋଇ ରହିଛି। ଅନେକ ଲୋକ କୁହନ୍ତି ଯେ ଦୁନିଆରେ ଯାହାବି କିଛି ହେଉଛି ଏହାର ପଛରେ ଏହି ସଂଗଠନର ହାତ ରହିଛି। ଫ୍ରାନ୍ସର କ୍ରାନ୍ତି ପଛରେ ଏହି ରହସ୍ୟମୟ ସଂଗଠନର ହାତ ଅଛି ବୋଲି ଅନେକ ବିଶ୍ୱାସ କରନ୍ତି। ୧୮୦୦ ଶତାବ୍ଦୀରେ ଏହି ସଂଗଠନର ଆରମ୍ଭ ହୋଇଥିଲା। ସେତେବେଳେ ଏହା ଏକ ଗୁପ୍ତଚର ସଂଗଠନ ଥିଲା।

Hair Washing in Space
ସ୍ପେସ୍‌ରେ କିପରି ଧୁଆଯାଏ ଚୁଟି, ଦେଖନ୍ତୁ ଏହି ଭିଡିଓରେ

ନିକଟରେ ନାସାର ଅନ୍ତରୀକ୍ଷ ଯାତ୍ରୀ ମେଗନ ମେକଆର୍ଥର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ସ୍ପେସ୍‌ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ କିପରି ତାଙ୍କ ଚୁଟିକୁ ଧୋଉଛନ୍ତି। ପୃଥିବୀପୃଷ୍ଠରେ ଆମେ ଯେଉଁ କାମକୁ ଖୁବ ସହଜରେ କରିଦେଉଛେ ସେହି କାମ ଅନ୍ତରୀକ୍ଷରେ କରିବା କେତେ କଷ୍ଟ ଏଥିରୁ ଜଣାପଡୁଛି। ସ୍ପେସ୍‌ରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀ ତୁଳନାରେ ନାହିଁ କହିଲେ ଚଳେ।

Garbage Collect
ଅଳିଆ ଗୋଟେଇ କୋଟିପତି ହେଲେ ମହିଳା

ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

Tortoise
କଇଁଛ କାହିଁକି ବଞ୍ଚେ ଦୀର୍ଘ ସମୟ

ପୃଥିବୀ ପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ। ଏହାର କେତେକ ପ୍ରଜାତି ୧୫୦ ବର୍ଷରୁ ଅଧିକ ମଧ୍ୟ ଜୀଇଁଥାନ୍ତି। ତେବେ ଏହାର ପଛରେ କ’ଣ ରହିଛି କାରଣ? କ’ଣ ରହିଛି ବାୟୋଲୋଜିକାଲ୍ ପ୍ରୋସେସ୍ ଯେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିପାରେ?

Mysterious Events
ଉଠିପାରୁନି ଏହି ରହସ୍ୟରୁ ପରଦା

ଆମ ପୃଥିବୀ ପୃଷ୍ଠରେ ଆଜି ବି ଏପରି ରହସ୍ୟମୟ ଘଟଣା ଅଛି ଯାହାର ଥଳ କୂଳ ବୈଜ୍ଞାନିକମାନେ ମଧ୍ୟ ପାଉ ନାହାନ୍ତି। ଏହିସବୁ ଘଟଣା ସହିତ ଜଡିତ ଅନେକ ରହସ୍ୟମୟ କାହାଣୀ ଆଜି ବି ଜନସମାଜରେ ପ୍ରଚଳିତ। ଏଥିରେ ଜଡିତ କିଛି ସ୍ଥାନ ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ସାହସ କରନ୍ତି ନାହିଁ। ଏହିସବୁ ରହସ୍ୟ ପଛର ତଥ୍ୟକୁ ଜାଣିବା ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି, ହେଲେ ରହସ୍ୟ ଉପରୁ ପରଦା ଉଠି ନାହିଁ। ଏନେଇ ଏ ସ୍ଥାନ ଆଜି ବି କୌତୁହଳ ହୋଇ ରହିଛି।

Orangutan
ମାଙ୍କଡ ଦେଖାଇଲା ମାନବିକତା, ଜାଣନ୍ତୁ କିପରି...

ପ୍ରାୟ ସମସ୍ତେ କହିଥାନ୍ତି ଯେ କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ । ତେଣୁ ଲୋକମାନେ ନିଜ ସୁରକ୍ଷା ପାଇଁ କୁକୁରଙ୍କୁ ପୋଷିଥାନ୍ତି । କିନ୍ତୁ ଏମିତିବି ଘଟଣା ଅଛି ଯେଉଁଠି କୁକୁର ତା’ର ମାଲିକର ଜୀବନ ବଞ୍ଚାଇବାକୁ ଯାଇକି ନିଜ ଜୀବନକୁ ବାଜି ଲଗାଇଦିଏ । ସେପଟେ ମଣିଷ କେତେବେଳେ ତା’ର ମାନବିକତାକୁ ଭୁଲି ପଶୁପକ୍ଷୀଙ୍କ ପ୍ରତି ଅମାନବିକତା ଦେଖାଇଥାଏ ତ ଆଉ କେତେବେଳେ ଆପଣାଇଥାଏ ।

Kuldhara of Rajasthan
ଅଭିଶପ୍ତ ଗାଁ : ଅନେକ ବର୍ଷ ଧରି ନାହିଁ ଜନବସତୀ

ରହସ୍ୟମୟ ଗାଁ। ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ। ଏହି ରହସ୍ୟ ନେଇ ଗାଁଟି ରହିଆସିଛି ସବୁବେଳେ ଚର୍ଚ୍ଚାରେ। ଭାରତରେ ରହିଛି ଏଭଳି ଏକ ଗାଁ। ଆମେ କହୁଛୁ ରାଜସ୍ଥାନର କୁଳଧରା ଗାଁର କଥା। କୁହାଯାଏ ଯେ ଗତ କିଛି ବର୍ଷ ହେବ ଏହି ଗାଁ ଅଭିଶପ୍ତ ହୋଇ ପଡିରହିଛି। କୁଲଧରା ଗାଁର ଏହି ରହସ୍ୟ ପଛରେ ଲୁଚି ରହିଛି ଏକ ଐତିହାସିକ ଘଟଣା। ଏହି ଗାଁରେ ଗତ କିଛି ବର୍ଷ ହେବ ପକ୍ଷୀଟିଏ ବି ବସା ବାନ୍ଧି ନାହିଁ। ଗାଁର ଆଖପାଖ ଲୋକଙ୍କ କହିବା କଥା ଏଠାରେ ଅନେକ ପୈଶାଚିକ ଘଟଣା ଦେଖାଯାଏ। ଏହି କାରଣରୁ ଏଠାକୁ କେହି ବି ଯିବାକୁ ସାହସ କରନ୍ତି ନାହିଁ।

Single Malt Whisky
ସବୁଠୁ ମହଙ୍ଗା ମଦ : ଦାମ ୩୦,୦୦୦ ଆମେରିକୀୟ ଡଲାର୍

ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହା ନାମ ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି। ଏହାକୁ ତିଆରି କହିବା ନେଇ ବହୁତ ପରିଶ୍ରମ ସାଙ୍ଗକୁ ଅନେକ ସମୟ ମଧ୍ୟ ଲାଗିଥାଏ। ଏହି କାରଣକୁ ଏହାକୁ ଚାରିଆଡେ ଅଧିକ ପସନ୍ଦ ମଧ୍ୟ କରାଯାଏ।

Giza Pyramid
ରହସ୍ୟରେ ଗିଜା ପିରାମିଡ୍ ; ନିର୍ମାଣ କରିଥିଲେ କି ଏଲିଏନ୍ସ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍ ବିଷୟରେ ବହୁଦିନ ଧରି ଅଧ୍ୟୟନ କଲା ପରେ ସେ ସମୟରେ ଏହା କିପରି ନିର୍ମାଣ ହୋଇଥିଲା ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦମାନେ ନିଷ୍କର୍ଷ ବାହାର କରିପାରେ ସଫଳ ହୋଇଛନ୍ତି।

Woman Attracted
ଜାଣନ୍ତୁ କେଉଁ ପୁରୁଷଙ୍କ ପ୍ରତି ମହିଳା ହୋଇଥାନ୍ତି ବେଶି ଆକର୍ଷିତ

ସମ୍ପ୍ରତି, ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏକ ଆକର୍ଷଣୀୟ ଅନୁସନ୍ଧାନ କରିଥିଲେ ଯେ ସେହି ଜିନିଷ କ’ଣ ଯାହା ଜଣେ ମହିଳାଙ୍କୁ ପୁରୁଷଙ୍କ ପ୍ରତି ଆକର୍ଷିତ କରିଥାଏ ? ଏହି ଜଟିଳ ପଜଲ୍‌କୁ ବୁଝିବା ପାଇଁ ପ୍ରୟାଶ ଚାଲିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବୁଝା ପଡିନି କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନରେ କେତେକ ବିଷୟ ପ୍ରକାଶ ପାଇଛି ଯାହା ଅଧିକାଂଶ ମହିଳାଙ୍କଠାରେ ସାଧାରଣ ଅଟେ।