ଦୁଇ ହାତରେ ସମାନ ସ୍ପିଡ୍ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍ ଗୋଲ ଗୋଲ ରହିଛି।
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ
ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।
୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।
ସପ୍ତାହେ ହେବ ଶୀତ ବଢିଥିବାରୁ ସବୁଠି ହାଡ଼ଭଙ୍ଗା ଜାଡ଼। ତେବେ କୂଳଡ଼ିହା ଆଭ୍ୟନ୍ତରୀଣ ଜଙ୍ଗଲରେ ଜାଡ଼ର ମାତ୍ରା ଅଧିକ ରହିଛି। ସକାଳୁ ସକାଳୁ ଘାସ ଉପରେ ଧଳା କାକର ତୁଷାରପାତର ଭ୍ରମ ସୃଷ୍ଟି କରୁଛି। କିଭଳି ଅଛି ଜଙ୍ଗଲ ଭିତରେ ଥଣ୍ଡାର ପରିମାଣ ସେ ନେଇ ଅଧିକ ସୂଚନା ଦେଉଛନ୍ତି ବିଶ୍ୱମ୍ବର ଦାସ.
ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଦୁଇ ଜଣ ମହିଳା ଡାକ୍ତର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି...ମହାରାଷ୍ଟ୍ର ନାଗପୁରରେ ନିଆରା ନିର୍ବନ୍ଧ ସରିଲା.. ଗୋଆରେ ଉଭୟ ବିବାହ କରିବେ... ଘର ଲୋକଙ୍କ ବି କୌଣସି ଆପତ୍ତି ନାହିଁ
ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ନିଇତି ପ୍ରାୟ ୨୦୦ କିମି ସାଇକେଲ୍ ଛୁଟାନ୍ତି ଶ୍ୟାମସୁନ୍ଦର। ତାଙ୍କ ସାଇକେଲ୍ ଗଡ଼ିଲେ ମୋଟର ଗାଡ଼ି ବି ପଛରେ ପଡ଼ିଯାଏ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ୟାମସୁନ୍ଦର ବିଏ ପାସ୍ କରିଛନ୍ତି। ଇଏ ଏମିତି ଜଣେ ନିଆରା ମଣିଷ ଯିଏ ତାଙ୍କ କଥା ଶୁଣିବ ଆଉ ତାଙ୍କ ଜୀବନଶୈଳୀ ଦେଖିବ ସହଜରେ ବୁଝି ପାରିବନି। କିନ୍ତୁ ତାଙ୍କ ନିଜ ଧାରାରେ ସିଏ ନିଜେ ରାଜା।
ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା...ଦେଖନ୍ତୁ ଏହି ଭିଡ଼ିଓ
ପୁଣି ବିବାଦରେ ଉବର। ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ନେଲା ୧୦ ହଜାର ଟଙ୍କା। ଅଭିଯୋଗ ପରେ ସଫେଇ ଦେଇ କହିଲା ଗ୍ରାହକଙ୍କୁ ପଡ଼ିଥିଲା ଓଭର ଚାର୍ଜିଂ...
ବର୍ମିଂହାମ ସହରର ବିଭିନ୍ନ ଗଳିକନ୍ଦିରେ ବିବାହ ବିଜ୍ଞାପନ । ବିବାହ କରିବାକୁ ବିକଳ ହେଉଥିବା ଜଣେ ବ୍ୟକ୍ତି ସହରରେ ହୋର୍ଡିଂ ଲଗାଇ ଯୋଗ୍ୟ ପାତ୍ରୀ ଖୋଜୁଛନ୍ତି ।
ସେବା ମନୋବୃତ୍ତି ପାଇଁ ଟଙ୍କା ଦରକାର ନାହିଁ । ଦରକାର ହୁଏ ତ ବଡ଼ ହୃଦୟ । ଆଉ ଏପରି ବଡ଼ ହୃଦୟ ଦେଖାଉଛନ୍ତି ପ୍ରମୋଦ ।
ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ସୈନିକ ଗଢୁଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ । ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ । ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍ ।
ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହିସବୁ ମୋବାଇଲ୍ରେ ଆଉ କାମ କରିବନି ହ୍ୱାଟ୍ସଆପ୍, ଜାଣିରଖନ୍ତୁ ଆପଣଙ୍କ ମୋବାଇଲ ଏହା ଭିତରେ ଯାଉଛି କି ନାହିଁ?
ସାରା ଦେଶରେ ଚର୍ଚ୍ଚାକୁ ଆସିଲେଣି ବ୍ରହ୍ମପୁରର ଯବାନ ଟୋକା ହାବିଲଦାର ସୀମାଞ୍ଚଳ ବାରିକ। ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ଗଢୁଛନ୍ତି ସୈନିକ। ୟୁଟ୍ଯୁବରେ ଦେଖି ସୁନ୍ଦର ସ୍ୱାସ୍ଥ୍ଯ ପାଇଁ ସାରା ଦେଶରୁ ଯୁବକ ଯୁବତୀ ତାଙ୍କ ପାଖକୁ ଛୁଟିଛନ୍ତି। ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ। ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍।
୨୦ ବର୍ଷ ପରେ ସୀମାରୁ ଫେରିଲା ଗାଁର ପୁଅ । ସ୍ୱାଗତ କରିବାକୁ ସାରା ଗାଁରେ ଉତ୍ସବ ।
ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ ତା ପରର ଦୃଶ୍ଯ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।
ଚର୍ଚ୍ଚାରେ ସୁବ୍ରତ। ନୂଆବର୍ଷରେ ଗରିବ ଭୋକିଲାଙ୍କୁ ରେସ୍ତୋରାଁକୁ ନେଇ ଦେଲେ ମାଗଣା ଖାଇବା....କେକ୍ କାଟିବା ସହ ସୁସ୍ୱାଦୁ ଖାଇବା ଖାଇ ବିଭୋର ହେଲେ ଅନେକ ଭୋକିଲା, ଦେଖନ୍ତୁ ସେହି ଭିଡ଼ିଓ
ଏଣିକି ବରଯାତ୍ରୀରେ ଟ୍ରେନ୍ ବୁକିଂ କରିବା ହେବ ଅତି ସହଜ । କାରଣ ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।
ଯୋଧପୁରର ଗୋଟିଏ ପରିବାର ନିଜ ଘରେ ୩ଟି ଗାଈ ରଖିଛନ୍ତି । ପରିବାର ଲୋକେ ଗାଈ ପାଇଁ ଏକ ସ୍ୱତନ୍ତ୍ର ବେଡ୍ରୁମ୍ ପ୍ରସ୍ତୁତ କରିଛନ୍ତି ।
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...