• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snana Purnima

Snana Purnima
ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?

Snana Purnima rituals underway in Puri in presence of devotees after 2- yrs of COVID hiatus
ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଆଜି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି । ଏହାସହ ଆଜି ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଦେଖନ୍ତୁ କିଛି ଚିତ୍ର...

Snana Yatra
ଛତିଶା ନିଯୋଗରେ ସ୍ନାନ ନୀତି ନିର୍ଘଣ୍ଟ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ ।

Snana Yatra
ଶ୍ରୀମନ୍ଦିର ଛତିଶା ନିଯୋଗରେ ସ୍ନାନ ନୀତି ନିର୍ଘଣ୍ଟ; ଭୋର ୪ଟାରୁ ସ୍ନାନ ପହଣ୍ଡି, ଦିନ ସାଢ଼େ ୧୧ ସୁଦ୍ଧା ଜଳଲାଗି

ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି ।

snanapurnima
ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ ! ଭକ୍ତଙ୍କ ଆଗମନ ନେଇ ପ୍ରଶାସନ କହିଲା, ଅବସ୍ଥା ଦେଖି ବ୍ୟବସ୍ଥା ହେବ

ପୁରୀ: ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ । ଏଠି ପ୍ରଶ୍ନ କରୋନା କହର ଲାଗି ରହିଥିବାବେଳେ କଣ ଏଥର ବି ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଘୋଷ ଯାତ୍ରାରେ ବି ରଥ ଉପରେ ସିଧାସଳଖ ସାନିଧ୍ୟ ପାଇବେନି…