ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ । ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ । ପାଗ ଅନୁକୂଳ ଥିବାରୁ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Published By: Santosh Kumar Sahoo
Last updated: 11 June 2025, 09:27 PM IST
ସ୍ନାନ ମଣ୍ଡପରେ ଦାରୁଦିଅଁ । ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଇଏ ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳନରେ, ରତ୍ନବେଦୀରୁ ଧାଡ଼ିପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଶ୍ରୀଜିଉ ।