/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749639729.jpg)
Bengali Devotees At Puri
''ଦୀଘା କେବଳ ଏକ ପର୍ଯ୍ୟଟନସ୍ଥଳୀ, ଏହା ଧାମ ନୁହେଁ । ଜଗନ୍ନାଥ ଧାମ କେବଳ ଗୋଟିଏ ତାହା ପୁରୀ । ପୁରୀ ଜଗନ୍ନାଥ ଧାମ ସହ ଦୀଘାକୁ ତୁଳନା କରିବା ବି ଅପରାଧ ।'' ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିବା କିଛି ବଙ୍ଗୀୟ ପର୍ଯ୍ୟଟକ ଏ କଥା କହିଛନ୍ତି । ଏଥିସହ ଜଗନ୍ନାଥଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୀତିକରଣକୁ ସେ କଡ଼ା ନିନ୍ଦା କରିଛନ୍ତି ।
ଜଣେ ବଙ୍ଗୀୟ ଶ୍ରଦ୍ଧାଳୁ କହିଛନ୍ତି, ଜଗନ୍ନାଥ ଧାମ କେବଳ ପୁରୀ । ମହାପ୍ରଭୁ କାହିଁ କେଉଁ ଅନାଦି କାଳରୁ ଶ୍ରୀକ୍ଷେତ୍ର ପୁରୀରେ ଅଧିଷ୍ଠିତ ଅଛନ୍ତି । କେହି ବି କୋଉଠି ଜଗନ୍ନାଥ ମନ୍ଦିର ନିର୍ମାଣ କରନ୍ତୁ ନା କାହିଁକି ତାହା ଧାମ ହୋଇପାରିବ ନାହିଁ । ଦୀଘା କେବଳ ଏକ ପର୍ଯ୍ୟଟନସ୍ଥଳୀ । ପୁରୀ ଧାମ ସହ ତାହାର ତୁଳନା ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାକୁ ଜଗନ୍ନାଥ ଧାମ କହି ଜଗନ୍ନାଥଙ୍କୁ ଅମର୍ଯ୍ୟାଦା କରିଛନ୍ତି । ପୁରୀ ଧାମକୁ ଗୌଣ କରିବାକୁ ମମତା ବାନାର୍ଜୀଙ୍କ ଏହା ରାଜନୈତିକ ଷଡଯନ୍ତ୍ର । ସବୁ ବଙ୍ଗୀୟ ଭକ୍ତମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଆସନ୍ତୁ ବୋଲି ନିବେଦନ କରିଛନ୍ତି ବଙ୍ଗୀୟ ଶ୍ରଦ୍ଧାଳୁ ।
#ପୁରୀ_ପୁରୀ_ଦୀଘା_ଦୀଘା
ସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଆସିଥିବା ବଙ୍ଗୀୟ ଭକ୍ତ, ଜଗନ୍ନାଥ ଧାମ୍ ବିବାଦ ନେଇ ମମତା ବାନାର୍ଜୀ ଙ୍କ ଉପରେ ବର୍ଷି ଛନ୍ତି। ପୁରୀ ପୁରୀ, ଦୀଘା ଦୀଘା। ଦୀଘା ଗୋଟେ ପର୍ଯ୍ୟଟନ ସ୍ଥଳୀ, ଧାମ୍ ନୁହଁ। ମମତା ଦିଦି ରାଜନୀତି କରୁଛନ୍ତି। #SnanaYatra2025#LordJagannath#Puri#OTV#SnanaJatrapic.twitter.com/1Tnzzoj7se— ଓଟିଭି (@otvkhabar) June 11, 2025
ଅଧିକ ପଢ଼ନ୍ତୁ: ସରିଲା ଦାରୁଦିଅଁଙ୍କ ଦିବ୍ୟ ସ୍ନାନ, ସାଆନ୍ତଙ୍କ ହାତୀବେଶ ଦର୍ଶନ କରିବ ଜଗତ
ସେ ଆହୁରିମଧ୍ୟ କହିଛନ୍ତି, ଓଡ଼ିଶାରେ ପଶ୍ଚିମବଙ୍ଗବାସୀଙ୍କୁ ଉପରେ ଅତ୍ୟାଚାର ହେଉଛି ବୋଲି ଯିଏ ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏଠି କୌଣସି ସେବାୟତ, ଜନସାଧାରଣ ବଙ୍ଗାଳି ଭକ୍ତଙ୍କୁ ହଇରାଣ ହରକତ କରନ୍ତି ନାହିଁ । ମିଛ ଅପପ୍ରଚାର କରାଯାଉଛି । ଏଥିସହ ସ୍ନାନ ପୂର୍ଣ୍ଣିମାରେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି ।
ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ଯଦିଓ ଜଗନ୍ନାଥ ସବୁଠି ସମାନ କିନ୍ତୁ ଦୀଘା ଦୀଘା ପୁରୀ ପୁରୀ । ଚାରିଧାମ ଭିତରୁ ପୁରୀ ଗୋଟିଏ ଧାମ । ଦୀଘା ଜଗନ୍ନାଥ ଧାମ ନୁହେଁ । ଧାମର ମହତ୍ତ୍ୱ ଭିନ୍ନ । କୌଣସି ପର୍ଯ୍ୟଟନସ୍ଥଳୀ ଧାମ ହୋଇପାରିବ ନାହିଁ । ସେଥିପାଇଁ ଆମେ ଦେବସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ଧାମ ପୁରୀକୁ ଆସିଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)