/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744542671.jpg)
Viral Video
ନୀଳ ଆକାଶ ମେଘାଚ୍ଛନ୍ନ ଥିଲା । ଶ୍ରୀକ୍ଷେତ୍ରରେ ମେଘ ଗୁମୁରୁଥିଲା । ନୀଳଚକ୍ରରୁ ପତିତପାବନକୁ ଫିଟାଇ ଆକାଶରେ ଉଡ଼ିବୁଲିଲା ଚିଲ । କୁହଯାଏ କାଳିଆ ପାଖରେ ଜାତି ଅଜାତି ନଥାଏ । କାଳିଆ ପାଖରେ ଛଆଁ ଅଛୁଆଁ ନଥାଏ । କାଳିଆ ପାଖରେ ନଥାଏ ଶୁଭ-ଅଶୁଭ । ସର୍ବ ମଙ୍ଗଳ ଜଗନ୍ନାଥ, ସବୁ ହୁଏ ସିଦ୍ଧି ।
ତାକୁ ଥରେ ଡାକି ଯେଉଁ କାମ କଲେ ସବୁ ଶୁଭ ହୋଇଯାଏ । ସବୁ ବାଧା ବିଘ୍ନ ଟଳିଯାଏ । ଆଉ ଶ୍ରୀକ୍ଷେତ୍ରରେ ସେମିତି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସାମାନ୍ୟ ପକ୍ଷୀ ଟାଏ । ଭଗବାନ ଦେଇଛନ୍ତି ଛୋଟିଆ ଜୀବନ । ହେଲେ ସେଇଥିରେ ଯେମିତି ସେ ମହାପ୍ରଭୁଙ୍କ ଟିକିଏ କୃପା ପାଇବାକୁ ଶ୍ରୀମନ୍ଦିର ଚାରିପଟେ ଘୂରି ବୁଲୁଛି ।
ସବୁ କିଛି ମହାପ୍ରଭୁଙ୍କ ଉପରେ ଛାଡ଼ି ନିଜର ସ୍ୱର ନଫିଟିଲେ ବି ମନ ଭିତରେ ମହାପ୍ରଭୁଙ୍କୁ ରଖିଛି । ଆଉ ସେଇଥିପାଇଁ ସେ ପତିତପାବନ ବାନାକୁ ଧରି ନୀଳ ଆକାଶରେ ଆନନ୍ଦର ସହ ଉଡ଼ିଯାଉଛି । କେହି କେହି ଏହି ଦୃଶ୍ୟକୁ ଶୁଭ ବୋଲି କହୁଥିବା ବେଳେ କେହି କେହି ଏହାକୁ ଅଶୁଭ ବୋଲି କହୁଛନ୍ତି । ହେଲେ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା କିଛି ବି ସମ୍ଭବ ନୁହେଁ । ସାମାନ୍ୟ ପକ୍ଷୀଟାଏ ବାନାକୁ ଧରି ଉଡିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଶନିବାର ସନ୍ଧ୍ୟା ୫ଟା ସମୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାନା ଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା'ନ୍ତି । ଆଉ ଠିକ୍ ସେହି ସମୟରେ ଏକ ବଡ଼ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ସମୁଦ୍ର ଆଡ଼କୁ ଉଡ଼ିଯାଇଥିଲା ।
ଆଉ ମାତ୍ର କିଛି ସମୟ ମଧ୍ୟରେ ଉଭାନ ହୋଇଯାଇଥିଲା । ପରେ ପରେ ହଠାତ୍ କାଳବୈଶାଖି ବର୍ଷା ଆସି ପ୍ରବଳ ପବନ ହୋଇଥିଲା । କିନ୍ତୁ, ଏତେଟା ବର୍ଷା ହୋଇନଥିଲା । ହେଲେ ବାନାକୁ ଚିଲ ନେଇ ଯିବାର ଏହି ଦୃଶ୍ୟ ସାଧାରଣରେ ସଂଶୟ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)