Advertisment

'ମୋ ପୁଅକୁ ଯେମିତି ଛଟପଟ କରି ମାରିଛି, ତାକୁ ସେମିତି କଲବଲ କରି ଫାଶୀ ଦିଆଯାଉ'

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ ।

author-image
Otv Khabar Bureau
Manas Mother

Manas Mother

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ । ମୋ ପୁଅକୁ କଲବଲ କରି ମାରିଛନ୍ତି, ସେମାନଙ୍କୁ ଫାଶି ଦିଆଯାଉ ବୋଲି କହିଛନ୍ତି ମାନସଙ୍କ ମାଆ । ମୋ ରୋଜଗାରିଆ ପୁଅକୁ ମାରିଦେଲେ, ଆମେ ଚଳିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ପୋଲିସ ପାଇଁ ଆଜି ମୋ ପୁଅର ମୃତ୍ୟୁ ଘଟିଲା ବୋଲି କହିଛନ୍ତି ମାନସଙ୍କ ମା ଜୟନ୍ତୀ ସ୍ୱାଇଁ । ପୋଲିସ ଦିନ ଗଡ଼ାଇ ଚାଲିଲା ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ପୋଲିସ ତୁରନ୍ତ ପଦକ୍ଷେପ ନେଇଥାନ୍ତା, ମୋ ପୁଅ ଆଜି ବଞ୍ଚି ଥାଆନ୍ତା ବୋଲି କହିଛନ୍ତି ଜୟନ୍ତୀ ସ୍ୱାଇଁ। ମାନସଙ୍କ ଭାଇ ରାକେଶ କହିଛନ୍ତି ଯେ, ଶର୍ମିଷ୍ଠାଙ୍କ ସମେତ ଆଉ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଫାସୀ ଦଣ୍ତ ଦିଆଯାଉ । ପୋଲିସଙ୍କ ତଦନ୍ତରେ ସେ ଖୁସି ନାହାନ୍ତି ବୋଲି ଜଣାଇଛନ୍ତି ।

ଏପଟେ ଶର୍ମିଷ୍ଠା ଦୋଷ କରିଥିଲେ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଶର୍ମିଷ୍ଠାଙ୍କ ମାଆ ବାସନ୍ତୀ ରାଉତ । ତେବେ ପୁଅ ନିର୍ଦ୍ଦୋଷ ବୋଲି କହିବା ସହ ତାକୁ ଛାଡ଼ି ଦେବାକୁ ଅପିଲ୍ କରିଛନ୍ତି । ଶର୍ମିଷ୍ଠା ସହ ବର୍ଷେ ହେଲା କୌଣସି ସଂପର୍କ ନଥିବା କହିଛନ୍ତି ମାଆ ।

Advertisment

ଶେଷରେ ଗିରଫ ହୋଇଛନ୍ତି ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଭୋଇଙ୍କୁ ଭଦ୍ରକ ନଳାଙ୍ଗରୁ ଗିରଫ କରିଛି । ଉଭୟଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ସେଠୁ କ୍ରାଇମବ୍ରାଞ୍ଚ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିବ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ପୂର୍ବତନ OIS ନିରଞ୍ଜନ ସେଠୀ, ରାଜ୍ କମୁନିକେସନ୍‌ର ମାଲିକ ରଞ୍ଜନଙ୍କ ସମେତ ୫ ଜଣଙ୍କୁ ବି ରିମାଣ୍ଡରେ ନେବାକୁ ଆବେଦନ କରାଯିବ ।

ମାନସ ସ୍ୱାଇଁଙ୍କୁ ହତ୍ୟା ପରେ ଫେରାର ଥିଲେ ଶର୍ମଷ୍ଠା ଓ ତାଙ୍କ ସହଯୋଗୀ । ମାନସଙ୍କ ପାଖରେ ଥିବା ଏକ ମେମୋରି ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏଯାଏଁ ତାହା କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ୍ ହାତରେ ଲାଗିନି । ତେଣୁ ସେହି ମେମୋରି ଚିପ୍ ଖୋଜିବା ଏବେ ବଡ଼ ଚ୍ୟାଲେଞ୍ଜ କ୍ରାଇମବ୍ରାଞ୍ଚ ପାଇଁ ହେବ ।

Manas Swain Murder Case Sarmistha Rout
Advertisment
Advertisment