Advertisment

ଗିରଫ ହେଲେ ଶର୍ମିଷ୍ଠା ରାଉତ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sarmistha Rout Arrested

Sarmistha Rout Arrested

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ ହୋଇଛନ୍ତି।

Advertisment

ଶର୍ମିଷ୍ଠା ଓ ଝୁନାଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ। ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ। ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇଥିବା ପୂର୍ବତନ OIS ନିରଞ୍ଜନ ସେଠୀ, ରାଜ୍ କମୁନିକେସନ୍‌ର ମାଲିକ ରଞ୍ଜନଙ୍କ ସମେତ ୫ ଜଣଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଆବେଦନ କରାଯିବ।ମାନସଙ୍କ ହତ୍ୟା ପରେ ଫେରାର ଥିଲେ ଶର୍ମଷ୍ଠା ଓ ତାଙ୍କ ସହଯୋଗୀ। ମାନସଙ୍କ ପାଖରେ ଥିବା ଏକ ମେମୋରି ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏଯାଏ ତାହା କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ୍ ହାତରେ ଲାଗିନି। ତେଣୁ ସେହି ମେମୋରି ଚିପ୍ ଖୋଜିବା କ୍ରାଇମବ୍ରାଞ୍ଚ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

Advertisment

ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା। ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋତା ଯାଇଥିଲା। କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ? ଅପରାଧର ପ୍ରତିଟି ପ୍ରମାଣ ସଂଗ୍ରହ କରି କଡ଼ିକୁ କଡ଼ି ଯୋଡୁଛି କ୍ରାଇମବ୍ରାଞ୍ଚ। ଅପହରଣସ୍ଥଳୀରୁ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଗତକାଲି ମର୍ଡର ସ୍ପଟ୍‌ରେ ଫରେନ୍ସିକ୍ ଟିମ୍‌ ପହଞ୍ଚି ଯାଞ୍ଚ କରିଥିଲା। ଦୟାଲ୍ ଆଶ୍ରମରେ ଅତ୍ୟାଧୁନିକ ଥ୍ରୀ-ଡି ସ୍କାନର୍‌ରେ ଚିତ୍ର ଉତ୍ତୋଳନ ସହ ଆଶ୍ରମକୁ ସିଲ୍ କରାଯାଇଥିଲା।

ଚାନ୍ଦବାଲିରୁ ଅପହରଣ ପରେ ଦୟାଲ୍ ଆଶ୍ରମକୁ ମାନସ ସ୍ୱାଇଁଙ୍କୁ ଆଣି ହତ୍ୟା କରାଯାଇଥିଲା। ଆଉ ସେହି ମର୍ଡର୍ ପ୍ଲଟ୍‌ରେ ଘାଣ୍ଟିଛି କ୍ରାଇମବ୍ରାଞ୍ଚ ଟିମ୍। 

Cameraman Manas Swain Murder Case Sarmistha Rout Camera Man Manas Swain
Advertisment
Advertisment