• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sambalpur

Tatoo
ଏବେ ସବୁଆଡ଼େ ଟାଟୁ ଟ୍ରେଣ୍ଡ, ସମ୍ବଲପୁରରେ ବଢ଼ୁଛି ଚାହିଦା

ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।

BJP protest
ସମ୍ବଲପୁର ଜିଲ୍ଲାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।

OTV Senior Reporter Manoranjan Joshi
ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ସାମ୍ବାଦିକ ମନୋରଞ୍ଜନ

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।

Fake Notes
ଜାଲ୍ ନୋଟ କାରବାରର ପର୍ଦ୍ଦାଫାଶ,୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ

ସମ୍ବଲପୁରରେ ଜାଲ୍ ନୋଟ କାରବାର ପର୍ଦ୍ଦାଫାଶ ହୋଇଛି। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୋଲିସ। ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

fake note
୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କଲା ପୋଲିସ୍‌

ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ାରେ ବୋଲି ସୂଚନା ମିଳିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି, ଏହା ସହିତ ଅନ୍ୟ କେଉଁ ଅଞ୍ଚଳକୁ ଏମାନେ ଜାଲ୍ ନୋଟ୍ ପଠାଉଥିଲେ କି ତାର ମଧ୍ୟ ତଦନ୍ତ କରାଯାଇଛି।

man killed 11
ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ। 

durjan munda
ଖଟିଲେ ଖାଉଛନ୍ତି, କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ପୂର୍ବତନ ନାଏବ ସରପଞ୍ଚ

୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।

killed
ସାବାସ୍‌ ସତ୍ୟବାନ୍‌! ନିଜକୁ ମରଣ ମୁହଁକୁ ଠେଲି ଦେଇ ବଞ୍ଚାଇଲେ ସାବିତ୍ରୀଙ୍କ ଜୀବନ

ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ। ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍‌ ଭାରତୀୟ ପାରିବାରିକ ପରମ୍ପରା। କିନ୍ତୁ ଆଜି ଭଳି ଦିନରେ,ଯେଉଁ ଦିନ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ପତ୍ନୀ, ସେହିଦିନ ହିଁ ସମ୍ବଲପୁର ଜିଲ୍ଲାରେ […]

sambalpur
କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ […]

sambalpur
ଶୋଇଥିବା ବେଳେ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ […]

rape
ଥମୁନି ଲଜ୍ଜା : ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ। ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି […]

sambalpur court
ସ୍ତ୍ରୀ, ଛୁଆକୁ ହାଣିଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗାଁର ରମେଶ କୁମାର। କୋର୍ଟକୁ କାଉନସେଲିଂ ପାଇଁ ରମେଶଙ୍କ ପତ୍ନୀ ସଞ୍ଜିତା ଚୌଧୁରୀ, ଶାଶୂ ଲଳିତା ଚୌଧୁରୀ ଓ ଶିବାନୀ ନାମ୍ନୀ ଶିବାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କର […]

toll collection
ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି  ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ […]

bharat bandh
ବିଭିନ୍ନ ଦଳିତ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା, ବୀରମିତ୍ରପୁର, ମାଲକାନଗିରି ଓ ବଲାଙ୍ଗିରରେ ବସ୍‌ ଚଳାଚଳ ବନ୍ଦ […]

toll collection
ଟୋଲ୍‌ ପ୍ଲାଜା ଉଚ୍ଛେଦ ଦାବି

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍‌ଗେଟ୍‌ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି  ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍‌କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବରଗଡ଼ ଟୋଲ୍ […]

dig
ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ ଭୋଇ

ଭୁବନେଶ୍ୱର/ ସମ୍ବଲପୁର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ଏହାସହ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଫୋକସ୍ ରହିବ ବୋଲି କହିଥିଲେ।

ajaya
ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।  ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି […]

Mobile Net Work Problem
ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।

The Great Odisha Political Circus Ep 470 26 Aug 2018 | Odia Stand Up Comedy Show - OTV
The Great Odisha Political Circus Ep 470 26 Aug 2018 | Odia Stand Up Comedy Show - OTV

A stand up comedy show that uses satire to address political issues. Contestants present their talent through ticking the ribs of the audience by using

The Great Odisha Political Circus Ep 471 2 Sep 2018 | Odia Stand Up Comedy Show - OTV

The Great Odisha Political Circus Ep 472 9 Sep 2018 | Odia Stand Up Comedy Show

ଆଶା ଦିଦିଙ୍କ ଆଶା ହେଲା ପୂରଣ  -Odisha Political Comedy

Modi Care Vs Naveen Care -Odisha Political Comedy

The Great Odisha Political Circus Ep 476 16 Sep 2018 | Odia Stand Up Comedy Show

ମୁ ମଦ ଛାଡିଲେ, ରାଜ୍ୟର କଣ ହେବ? - Odisha Political Comedy