Advertisment

Sambalpur City Submerged: ୧୮୦ ମିଲିମିଟର ନନଷ୍ଟପ୍ ବର୍ଷାରେ ଉବୁଟୁବୁ ସମ୍ବଲପୁର ସହର, ଘରେ ଆଣ୍ଠୁଏ ତ ବାହାରେ ଅଣ୍ଟାଏ ପାଣି...ନାକେଦମ୍ ସମ୍ବଲପୁରବାସୀ

ମାତ୍ର କେଇ ଘଣ୍ଟାର ଲଗାଣ ବର୍ଷାରେ ବଦଳି ଗଲା ସମ୍ବଲପୁର ସହରର ଚିତ୍ର। ଜଳବନ୍ଦୀ ଅବସ୍ଥାକୁ ଚାଲିଗଲା ସହରର ଅନେକ ଅଞ୍ଚଳ। ରାସ୍ତାରେ ଛୁଟିଲା ନଈ ବଢି ଭଳି ବର୍ଷା ପାଣିର ସୁଅ। ବେଆଇନ୍ ଅବରୋଧ ଓ ଡ୍ରେନେଜ୍ ସଫେଇ ଅଭାବରୁ ଆଜି ସମ୍ବଲପୁର ସହରରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ।

author-image
Manas Ranjan Mohanty
SAMBALPUR RAIN

SAMBALPUR RAIN Photograph: (OTV)

ଗୋଟିଏ ରାତିରେ ଲଗାଣ ବର୍ଷାରେ ନାକେଦମ୍ ସମ୍ବଲପୁର। ଘର ଦ୍ବାର, ରାସ୍ତାଘାଟ, ଅଫିସ ବାଡ଼ି, ମଠ ମନ୍ଦିର। ସବୁଠି ପାଣି ଆଉ ପାଣି।...ଗତକାଲି ରାତିରେ ଅବିଶ୍ରାନ୍ତ ବର୍ଷା ପରେ ଏକପ୍ରକାର ବେହାଲ ସମ୍ବଲପୁର। ଇଏ ସହରର ପ୍ରମୁଖ ଅଞ୍ଚଳ ସତସଙ୍ଗ ବିହାର। ଏଠି ଲୋକଙ୍କ ଘରେ ଭିତରେ କାଲି ଅଧ ରାତିରୁ ରାଜୁତି କରୁଛି ବର୍ଷା ପାଣି। କେହି କିଛି ବୁଝିବା ପୂର୍ବରୁ ହଠାତ ଆଣ୍ଠୁଏ ଉଚ୍ଚର ପାଣି ଜମିଯିବା ପରେ ଘର ଭିତରୁ ଆଉ ସାମଗ୍ରୀ ନେବାକୁ ସମୟ ନାହିଁ।

Advertisment

ସହରର ସଂଭ୍ରାନ୍ତ ଅଞ୍ଚଳ ପ୍ରଧାନପଡ଼ା। ପ୍ଲାନିଂ ଆଉ ଡିଜାଇନ ଭିତରେ ଛିଡ଼ା ହୋଇଥିବା ବଡ଼ ବଡ଼ ଅଟ୍ଟାଳିକାରୁ ବାହାରିବାକୁ ରାସ୍ତା ବନ୍ଦ। କାରଣ କଲୋନୀ ରାସ୍ତାରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି। ଆଉ ଯେଉଁଠି ଟିକିଏ ଖାଲୁଆ ଅଞ୍ଚଳ, ସେଠି ନଈ ବଢ଼ି ଭଳି ଦୃଶ୍ୟ। ପ୍ରଖର ଶ୍ରୋତ ସହ ଆଗକୁ ସୁଅ କାଟି ଚାଲୁଛି ଅମାନିଆ ବର୍ଷା ପାଣି। କେଉଁଠି ରାସ୍ତାଘାଟ ବୁଡ଼ିଛି, ତ କେଉଁଠି ମାର୍କେଟ୍ କଂପ୍ଲେକ୍ସ। କେଉଁଠି ହ୍ରଦ ପାଲଟିଛି ଜାତୀୟ ରାଜପଥ ତ ଆଉ କେଉଁଠି ନଦୀ ରୂପ ନେଇଛି ଛୋଟିଆ ଡ୍ରେନେଜ୍। ଲଗାଣ ବର୍ଷାରେ ସହରର ଧନୁପାଲି, ଅଇଁଠାପାଲି, ଦାନୀପାଲି, ସାକ୍ଷୀପଡ଼ା, ଜଗନ୍ନାଥ କଲୋନୀ, ପୁଟି ବନ୍ଧ, କୁଲୁଥକାନୀ, ଭଳି ଅଞ୍ଚଳର ସ୍ଥିତି ଅତି ଶୋୟନୀୟ ହୋଇପଡ଼ିଛି। ଅବସ୍ଥା ଏମିତି ଯେ ଲୋକେ ସେପଟେମ୍ବର ମାସରେ ବି ଭୋଗୁଛନ୍ତି ବନ୍ୟାର ଯନ୍ତ୍ରଣା।...

ଜଳ ପ୍ରଳୟ ପଛର କାରଣ

ତେବେ ସମ୍ବଲପୁରରେ ହଠାତ ଏଭଳି ଜଳ ପ୍ରଳୟ ପଛର କାରଣ କଣ ? ଗୋଟିଏ ରାତିର ବର୍ଷାରେ କାହିଁକି ଏ ସ୍ଥିତି ? ସହରବାସୀ ଏଥିପାଇଁ ସମ୍ବଲପୁର ମହାନଗର ନିଗମକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଡ୍ରେନ୍ ଗୁଡ଼ିକ ସଫା ନ ହେବା, ବେଆଇନ ଅବରୋଧ ନ ହଟାଇବା, ଘର ନିର୍ମାଣ ବେଳେ ତ୍ରୁଟିପୂର୍ଣ୍ଣ ଡିଜାଇନ ଓ ପୂର୍ତ୍ତ ବିଭାଗ ଏବଂ ମହାନଗର ନିଗମ ମଧ୍ୟରେ ସମନ୍ବୟର ଅଭାବ ହିଁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା, ସେମାନେ ଅଭିଯୋଗ କରିଛନ୍ତି।

Advertisment

 ଏପଟେ ସହରରେ ସୃଷ୍ଟି ହୋଇଥିବା ଏ ଅଭାବନୀୟ ପରିସ୍ଥିତିରୁ ଯେମିତି ଅତିଶୀଘ୍ର ମକୁଳି ହେବ, ସେଥିପାଇଁ ସଂପୂର୍ଣ୍ଣ ଶାସନକଳକୁ କାମରେ ଲଗାଇ ଦେଇଛି ଜିଲ୍ଲା ପ୍ରଶାସନ। ବର୍ଷା ଭିତରେ ବି ଡ୍ରେନେଜ୍ ସଫା, ଜନବସତି ଅଞ୍ଚଳରୁ ମୋଟର ଲଗାଇ ପାଣି ଖାଲି କରିବା, ଖାଲୁଆ ଅଞ୍ଚଳରେ ଓଡ୍ରାଫ୍ ବାହିନୀ ମୁତୟନ ସହ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରିଲିଫ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ, କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।...

ଏଣେ ସମ୍ବଲପୁର ବ୍ୟତୀତ ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ବି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ଲଗାଣ ବର୍ଷା। ସହରର ଶାସ୍ତ୍ରୀନଗର ପଡାରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ବହୁ ଲୋକ। ସେହିଭଳି ନୂଆପଡ଼ା ଜିଲ୍ଲାରୁ ବର୍ଷାର ପ୍ରଭାବ ଓ କ୍ଷୟକ୍ଷତି ଚିତ୍ର ଆସିବାରେ ଲାଗିଛି।

Sambalpur Rain
Advertisment
Related Articles
Advertisment