/odishatv-khabar/media/media_files/2025/12/04/minor-girl-found-dead-2025-12-04-13-35-26.jpg)
Minor Girl Found Dead Photograph: (OTV)
ସମ୍ବଲପୁର ଶାନ୍ତି ନଗର ଅଞ୍ଚଳରେ ନାବାଳିକାଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ଟ୍ବିଷ୍ଟ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାମୁ ଘର ଲୋକେ । ପୂର୍ବରୁ ନାବାଳିକାର ମାଆଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ମାମୁଁଘର ଲୋକେ ସିଧା ଅଭିଯୋଗ ଆଣିଛନ୍ତି ।
ତେବେ ନାବାଳିକା ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ଓ ସଂପତ୍ତିର ଏକମାତ୍ର ଅଧିକାରୀ ହୋଇଥିବାରୁ ତାକୁ ହତ୍ୟା କରାଯାଇଥିବା ମୃତକଙ୍କ ମାମୁଁ ଅଭିଯୋଗ କରିଛନ୍ତି। ଯେହେତୁ ଝିଅକୁ ୧୮ ବର୍ଷ ହୋଇନଥିଲା, ତେଣୁ ସଂପତ୍ତି ଝିଅ ନାଁକୁ ସ୍ଥାନାନ୍ତର ହୋଇନଥିଲା । ତେବେ ଏହା ପୂର୍ବରୁ ହିଁ ଝିଅକୁ ହତ୍ୟା କରାଯାଇଛି ଓ ହତ୍ୟାକାଣ୍ଡ ପଛରେ ସଂପତ୍ତି ଲୋଭ ବୋଲି ମାମୁଘର ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ମୃତ ନାବାଳିକାର ପିଉସୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଗତକାଲି ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ନାବାଳିକାଙ୍କ ମୃତଦେହ। ସମ୍ବଲପୁର ଶାନ୍ତି ନଗର ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ ସାଇ ପ୍ରଭା ମିଶ୍ରଙ୍କ ମୃତଦେହ ଘରଠାରୁ ଅଳ୍ପ ଦୂରରେ ଏକ ଡ୍ରେନ ଭିତରୁ ସ୍କୁଟର ସହ ପଡ଼ି ଥିବାର ଦେଖିବାକୁ ମିଳିଥିଲା। ସଦର ହସ୍ପିଟାଲକୁ ଉଦ୍ଧାର କରିଥିବା ବେଳେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି।
ମିଳିଥିବା ସୂଚନା ମୁତାବକ, ମୃତ ଛାତ୍ରୀଙ୍କ ମାଆ କିଛି ବର୍ଷ ଆଗରୁ ଆତ୍ମହତ୍ୟା କରିଥିବା ବେଳେ ଅନେକ ବର୍ଷ ଆଗରୁ ତାଙ୍କ ବାପାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘରେ ସେ ତାଙ୍କ ଜେଜେବାପାଙ୍କ ସହ ରହୁଥିଲେ। ସମ୍ପତ୍ତି ପାଇଁ ତାଙ୍କୁ ହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି।
Gold Rate Today: ସୁନା ଓ ରୁପା ଦରକୁ ନେଇ ବଡ ଖବର, କିଣିବା ପୂର୍ବରୁ ଜାଣନ୍ତୁ କେତେ ରହିଛି ମୂଲ୍ୟ

Fake Documents Case: ଜାଲ୍ ସାର୍ଟିଫିକେଟ୍ ଦେଇ ସ୍ଥଳସେନାରେ କରିଥିଲେ ଚାକିରି , ଭଉଣୀର ବାହାଘର ବେଳେ ଉଠାଇନେଲା ପୋଲିସ

Crime In Delhi: କାରରେ ଡେଡବଡି , ଘରେ ଶୋଇଥିଲା ବିବାହିତ ପ୍ରେମିକ...

Haryana Horror: ବନ୍ଦ ରୁମରେ ସୁନ୍ଦରୀ ମାଉସୀର ଜଘନ୍ୟକାଣ୍ଡ , ଜାଣନ୍ତୁ ପୂରା ଖବର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)