• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sambalpur

VSSUT, Sambalpur
ବୁର୍ଲା ଭିସୁଟର ୬ ଛାତ୍ରଙ୍କ କଟିବ ଗ୍ରେଡ୍ ପଏଣ୍ଟ, ୧୫ ହଜାର ଲେଖାଏଁ ଦେବେ ଫାଇନ୍

ତଦନ୍ତ ପରେ ସତ ଜଣାପଡ଼ିଥିଲା। ବୁର୍ଲା ଭିସୁଟର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

8-YO Boy Goes Missing While Bathing At Power Channel In Sambalpur’s Burla
ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ

ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

Special story
ପଦବୀ ଗଲା ପରେ ପଚାରେ କିଏ ?

ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।

Tution Teacher Arrest
ପୋଲିସ ହାବୁଡ଼ରେ ରସିକିଆ ମାଷ୍ଟର

ଭୁବନେଶ୍ୱରରୁ ନେଇ ସମ୍ବଲପୁର ଅଇଁଠାପାଲିରେ ଘର ଭଡ଼ା ନେଇ ରଖିଥିଲା..ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛି ରସିକିଆ ଟ୍ୟୁସନ ମାଷ୍ଟର.. ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ସଖି ସେଣ୍ଟରରେ ରଖିଛି ପୋଲିସ..

Fire Breaks Out At Gutkha Manufacturing Unit In Sambalpur
ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଶରଧାପାଲିରେ ଘଟିଛି ଏହି ଅଗ୍ନିକାଣ୍ଡ...ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ...

ଆକ୍ରମଣର ଶିକାର ହୋଇଥିବା ଛାତ୍ର
ନାଁ ନକହିପାରିବାରୁ ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର

ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Despite Shelter Homes Availability, Several Homeless Spend Winter Nights On Sambalpur Footpath
ଶୀତରେ ଖୋଲା ଆକାଶ ତଳେ ନିରାଶ୍ରୟ

ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।

Homeless
ରାତ୍ରୀ ଆଶ୍ରୟସ୍ଥଳୀ ବଦଳରେ ଖୋଲା ଆକାଶ : ଶୀତ ରାତିରେ ଥରି ଥରି ରାତି କଟାଉଛନ୍ତି ନିରାଶ୍ରୟ

ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।

Sambalpur's new tourist destination
ସମ୍ବଲପୁରର ନୂଆ ଟୁରିଷ୍ଟ ଡେଷ୍ଟିନେସନ; ବୋଟିଂ ସହ ପାରା ସେଲିଂ ମଜା ନେଉଛନ୍ତି ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଏହି କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ।

Sambalpur\'s new tourist destination
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବୋଟିଂ, ପାରା ସେଲିଂ

ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି ।

Wild Animal Hides Recovered From Poachers In Sambalpur
୫ ଲକ୍ଷ ଡିଲ୍ ବେଳେ ଧରାପଡିଲେ

ସମ୍ବଲପୁର ବାମନା ବନଖଣ୍ଡ ଅଂଚଳରୁ ବାଘଚମଡ଼ା ଜବତ..ବିକ୍ରି ପାଇଁ ଡିଲ ବେଳେ ରେଡ୍ କରି ଧରିଲା ବନବିଭାଗ...ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚାଲିଛି ତନାଘନା.

Jhankarpali PEO In Vigilance Net
ସମ୍ବଲପୁର ଯୁଯୁମୁରାର PEOଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧତ୍କାରୀ। ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି PEOଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ।

Vigilance Conducts Raids At 5 Places In Sambalpur Associated With Jamankira LAMPS MD
ଜମନକିରା ଲ୍ୟାମ୍ପସ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍

ଜମନକିରା ଲ୍ୟାମ୍ପସ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଫଣିନ୍ଦ୍ର ସାହୁଙ୍କ ଘରେ ରେଡ୍ । ଜମନକିରା ଅଫିସ୍, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

pc
ପିସି କାରବାର ଓ ଅନିୟମିତତା ଅଭିଯୋଗ : ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ

କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା

PC Corruption Caught Live From GP Office In Sambalpur
ପଦାରେ ପଡିଲା ସରପଞ୍ଚ ଓ ଠିକାଦାରଙ୍କ କେଳେଙ୍କାରୀ

କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ ।

VIMSAR Corona Infection
ବୁର୍ଲା ଭିମସାରରେ କରୋନା ସଂକ୍ରମଣ ହେଲା କେମିତି, କାରଣ ଖୋଜା ଆରମ୍ଭ

ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ଉପର ହେଉଛି। ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Corona Tension in  institution
ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ପୁଣି କରୋନା ଭୟ

ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Vehicular Movement Between Sambalpur-Sonepur Disrupted As Plasma Blasting Triggers Land Slide
ସମ୍ୱଲପୁର ଏବଂ ସୋନପୁର ଯୋଗାଯୋଗ ବିଚ୍ଛିନ୍ନ

ଧସିଲା ରାଜପଥ ମାଟି । ଏମିତି ଘଟଣା ଘଟିଛି ସମ୍ୱଲପୁର ଏବଂ ସୋନପୁରକୁ ଯୋଗାଯୋଗ କରୁଥିବା ରାସ୍ତା। ଭିଡିଓରୁ ଜାଣନ୍ତୁ ମାଟି ଧସିବାର କାରଣ

Villagers In Sambalpur Allege Non-Payment Of Wages Under MGNREGS
ଖଟିଲେ ହେଲେ ମଜୁରୀ ମିଳିଲାନି

ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..

Special Story | Sambalpur\'s Ace Odissi Guru Sandhya Debnath Suffering In Neglect
ସବୁକୁ ତ୍ୟାଗ କରିଦେଇଥିବା ଓଡ଼ିଶୀ ନୃତ୍ୟଗୁରୁ ସନ୍ଧ୍ୟା ଦେବନାଥ

ଯିଏ ସବୁ କରିପାରିଥାଆନ୍ତେ, ଯାହାଙ୍କୁ ସୁଯୋଗ ସବୁ ଅନେଇ ବସିଥିଲେ ସିଏ ସନ୍ଧ୍ୟା ଦେବାନାଥ। ଆଜିକୁ ୫୦ ବର୍ଷ ତଳେ ସିଏ ଓଡ଼ିଶୀ ନୃତ୍ୟରେ ପାଇଥିଲେ ନୃତ୍ୟ ଆଚାର୍ଯ୍ୟ ସାର୍ଟିଫିକେଟ୍। ସମ୍ବଲପୁର ଛାଡ଼ି ଆସିଥିଲେ ଭୁବନେଶ୍ୱର। ଏକାଧିକ ସିନେମା, ଏକାଧିକ ନିଯୁକ୍ତି ସୁଯୋଗ ସବୁ କିଛି ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ଆମ ସମାଜର ଚିରାଚରିତ ରକ୍ଷଣଶୀଳ ମାନସିତକା ପାଇଁ। ତଥାପି ଆଜି ପରିଣତ ବୟସରେ ନୃତ୍ୟୁକୁ ନିଜ ମନମନ୍ଦିରରେ ସଜେଇ ରଖିଛନ୍ତି ନୃତ୍ୟଗୁରୁ ସନ୍ଧ୍ୟାଦେବୀ।

Ace Odissi Guru From Sambalpur Suffers In Negligence
୭୦ ବର୍ଷରେ ନୃତ୍ୟ ଗୁରୁ

୭୦ ବର୍ଷରେ ନୃତ୍ୟ ଗୁରୁ । ଦିନେ ନିଜେ ଶିଖୁଥିଲେ ଏବେ ଅନ୍ୟଙ୍କୁ ଶିଖାଉଛନ୍ତି । ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ ପରେ ଘରକୁ ଫେରିଥିଲେ । ଏହାପରେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇଥିଲେ ସେ । ତଥାପି ମରିନାହିଁ ତାଙ୍କରି ମନରୁ ନୃତ୍ୟ ସାଧନା ନିଶା । ହେଲେ ଗୋଡ଼ରେ ବେଢ଼ି ସାଜିଛି ଆଥିକ ଅନଟନ । ଦେଖନ୍ତୁ ଏହି ରିପୋର୍ଟ।

2 Brothers Die After Falling Into Well In Odisha\'s Sambalpur
କୂଅରେ ପଡ଼ି ୨ ଭାଇ ମୃତ, ଦେଖନ୍ତୁ ଭିଡିଓ...

ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଅଘଟଣ। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ। ମୃତକ ହେଲେ ସାହୁ କଲୋନିର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ। ସେମାନନଙ୍କ ବୟସ ୩୦ ବର୍ଷ ଓ ୨୫ ବର୍ଷ। ଗତକାଲି ଉଭୟେ କୂଅରେ ପଡ଼ିଯିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା।

ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ
ଦୁଇ ଭାଇଙ୍କ ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ

ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Sambalpur Farmer\'s Son Clears NEET 2021, An Achievement Worth Struggling For!
ବାପା ଚାଷକରନ୍ତି, ମା ବିଡ଼ି ବାନ୍ଧନ୍ତି, ପୁଅ ପଢ଼ିବ ଡାକ୍ତରୀ

ଟଙ୍କା ପଇସା ଅଭାବ ହେଲେ ବହୁତ୍ ସମସ୍ୟା ହୋଇଥାଏ। ଏମିତି ଆମେ ଭାବନ୍ତି। ଅଧର୍ଯ୍ୟ ହୁଅନ୍ତି। ଅନେକ ଭାବନ୍ତି ପଇସା ପତ୍ର ଅଭାବ ହେଲେ ପାଠ ପଢ଼ିବା କାଠିକର ପାଠ। କିନ୍ତୁ ସେ ଯାହା ବି ହେଉ ମା ବାନ୍ଧୁଛନ୍ତି ବିଡ଼ି, ବାପା କରୁଛନ୍ତି ଚାଷ। ପୁଅକୁ ପଢ଼ାଇବେ ଡାକ୍ତରୀ ପାଠ।

Sambalpur
ବାପା ଚାଷୀ, ମାଆ ବିଡ଼ି ବାନ୍ଧି ପରିବାର ପୋଷନ୍ତି....ଆଉ ପୁଅ ଏବେ ହେବେ ଡାକ୍ତର

ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ,ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ସଫଳତା ପାଇଥିବା ସମ୍ବଲପୁର ହୁମାର ଦେବାଶିଷଙ୍କ ପାଇଁ ଆଜି ପରିବାରରେ ଖୁସି କହିଲେ ନ ସରେ