ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।
ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ...
ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ।
ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି।
ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।
ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।
ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।
କେବେ ବନ୍ଦ ହେବ ଧଳା ଜହର ବେପାର? ପୋଲିସ ଏବଂ ପ୍ରଶାସନ ପାଖରେ ଏନେଇ ଖବର ଅଛି ତ ? ଦେଶର ଭବିଷ୍ୟତ ନିଶା କବଳରୁ କେବେ ମୁକୁଳିବ ?
ପ୍ରଜାପତି ଉଦ୍ୟାନ, ଏହି ନାଁ ଟା ଶୁଣିଲେ ଆପଣଙ୍କୁ ନୂଆ ଲାଗୁଥିବା। ଆପଣ ବିଭିନ୍ନ ସମୟରେ ଅନେକ ପ୍ରକାରର ଉଦ୍ୟାନର ନାଁ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତ ପ୍ରଥମ ଥର ପାଇଁ ଆପଣ ପ୍ରଜାପତି ଉଦ୍ୟାନ କଥା ଶୁଣୁଥିବେ । ହଁ ଆଜ୍ଞା ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପ୍ରଜାପତି ଉଦ୍ୟାନ।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ । ମନ୍ତ୍ରିମଣ୍ଡଳରୁ ବାଦ୍ ହେବାର ୨ ଦିନ ପରେ ମୋତେ ରୋହିତ ପୂଜାରୀ ଫୋନ୍ କରିଥିଲେ।
ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।
ଗତ ୩ /୪ ଦିନ ହେଲାଣି ବନ୍ଦ ଘରେ ୩ ଜଣଙ୍କ ମୃତଦେହ ପଡ଼ି ରହିଥିଲା। ଗତକାଲି ଦୁର୍ଗନ୍ଧ ବାହାରିବା ପରେ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସିଧା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଛନ୍ତି- ସରକାର ଆମ ଛାଇ ଦେଖି ଡରୁଛନ୍ତି।
ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀରେ ଭର୍ତ୍ତି । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରୁଛନ୍ତି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଏଥିପାଇଁ ସାରା ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ବ୍ୟାନ୍ ରହିଛି ଇଣ୍ଟରନେଟ୍ ସେବା । ଶୋଭାଯାତ୍ରା ପଥରେ କୋହଳ ରହିଛି ୧୪୪ ଧାରା।
ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।
ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।
ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।
ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨(୨୯), ୧୩(୧୪) ଓ ୧୬(୧୧) ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ।
୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।
ବଦମ୍ପତିଙ୍କ ମନ୍ଦିର ପ୍ରବେଶ ଶହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସାରା ସହରର ବିଭିନ୍ନ ପଡାରେ ଥିବା ଶିବ ମନ୍ଦିରକୁ ପ୍ରବେଶ କରିଛନ୍ତି ନବବିବାହିତ ଭୋଲାବାବା ଓ ମାତା ପାର୍ବତୀ ।
ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...
ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।
ପାର୍କ ତିଆରି ନାଁରେ ୭୦ ଲକ୍ଷ ସ୍ୱାହା। ସର୍ବଶିକ୍ଷା ଅଭିଯାନ ବିରୋଧରେ ସାମ୍ନାକୁ ଆସିଲା ସାଙ୍ଘାତିକ ଅବିଯୋଗ...ପାର୍କ ପାଇଁ ବ୍ୟୟଅଟକଳ ଥିଲା ୭୩ ଲକ୍ଷ, ହେଲେ କାମ ପୂରା ଶୂନ୍
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...