ଘର, ବାରଣ୍ଡା, ଛାତ ଯୁଆଡ଼େ ଚାହିଁବେ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି।
JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି। ସ୍ଥାନୀୟ ଆର୍ଆର୍ କଲୋନୀ ଓ ଆଖପାଖ ଅଞ୍ଚଳରେ ଏହା ମାଡ଼ି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛିା
ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।
ସମ୍ବଲପୁରରେ ଚାଲିଛି ଜମି ମାଫିଆଙ୍କ ରାଜ୍ । ସମ୍ବଲପୁରରେ ଥିବା ପ୍ରାକୃତିକ ନାଳ ପୋତାଯାଇ ଚଳାଇଛନ୍ତି ବେଆଇନ ନିର୍ମାଣ ଏବଂ ପ୍ଲଟିଂ କାମ । ପ୍ରଶାସନର ନାକ ତଳେ ଏ ସବୁ ଚାଲିଥିଲେ ମଧ୍ୟ ଚୁପ୍ ବସିଛନ୍ତି ସରକାରୀ ବାବୁ ।
ମାଆ ସମଲେଇଙ୍କ ପାଇଁ ତିଆରି ହେବ ରୁପା ପରଭା ଓ ଛତର। ମାଆଙ୍କ ଆସ୍ଥାନର ପଛ ପାର୍ଶ୍ୱରେ ଏହି ପରଭା ଲାଗିବ। ପ୍ରାୟ ୮୦ ରୁ ୯୦ କିଲୋ ଓଜନର ରୁପା ଲାଗିବ
ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଳକ ହୋଇଥିବା ଜଣାପଡିଛି ।
BR ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ। SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
ପାଣି ସ୍ଥିର ଥାଇବି କୂଳରେ ଗାଧୋଇବା ବେଳେ ଏଭଳି ବଡ଼ ଅଘଟଣ କାହିଁକି ଘଟିଲା? ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀ ଓ ସ୍କୁବା ଡ୍ରାଇଭର ଆଶ୍ଚର୍ଯ୍ୟକର କଥା କହିଛନ୍ତି।
ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସମ୍ବଲପୁରରେ ମା ସମଲେଇଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଖାଇ ଜୁହାର ଭେଟର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଉଦ୍ଘାଟନ କରିବା।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ଖର୍ଲା ନଦୀ ଉପରେ ଝୁଲେନ୍ ଠାରେ ରହିଥିବା ବ୍ରିଟିଶ ଅମଳର ପୋଲଟି ଭୁଶୁଡ଼ି ପଡ଼ିଛି।
ସମ୍ବଲପୁର ଗୋପାଳମାଳର ମହିଳାଙ୍କ ମହାନତା। ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା।
ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି।
ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।
ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।
ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍ସିଟ୍ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।
ସମ୍ବଲପୁରରେ ଜାଲ୍ ନୋଟ କାରବାର ପର୍ଦ୍ଦାଫାଶ ହୋଇଛି। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୋଲିସ। ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ାରେ ବୋଲି ସୂଚନା ମିଳିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି, ଏହା ସହିତ ଅନ୍ୟ କେଉଁ ଅଞ୍ଚଳକୁ ଏମାନେ ଜାଲ୍ ନୋଟ୍ ପଠାଉଥିଲେ କି ତାର ମଧ୍ୟ ତଦନ୍ତ କରାଯାଇଛି।
ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ।
୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।
ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ। ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍ ଭାରତୀୟ ପାରିବାରିକ ପରମ୍ପରା। କିନ୍ତୁ ଆଜି ଭଳି ଦିନରେ,ଯେଉଁ ଦିନ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ପତ୍ନୀ, ସେହିଦିନ ହିଁ ସମ୍ବଲପୁର ଜିଲ୍ଲାରେ […]
ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ […]
ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ […]
ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ। ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି […]