Advertisment

Ration Card Issue: ଜୀବିତ ଲୋକକୁ ମୄତ ଦର୍ଶାଇ ରାସନ କାର୍ଡରୁ ନାଁ କାଟିଦେଲେ ଡିଲର୍

ବାସୁଦେବପୁର ଯୋଗାଣ ବିଭାଗର ବିଚିତ୍ର ନୀତି। ମୃତ ଲୋକଙ୍କ ନାଁରେ ରାସନ ହଡ଼ପ ହେଉଥିବା ବେଳେ ବିନା ତଦନ୍ତରେ ଜଣେ ଜୀବିତ ଲୋକର ରାସନ କାର୍ଡ କେମିତି କଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।

author-image
Prasan Subudhi
ଅଦ୍ୟତନ ହୋଇଛି
ଜୀବିତ ଲୋକକୁ ମୃତ ଦର୍ଶାଇ କାଟଦେଲେ ରାସନ କାର୍ଡ

ଜୀବିତ ଲୋକକୁ ମୃତ ଦର୍ଶାଇ କାଟଦେଲେ ରାସନ କାର୍ଡ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଯୋଗାଣ ବିଭାଗର ଅବ୍ୟବସ୍ଥା ଏବେ ଦାଣ୍ତରେ ପଡି ହାଟରେ ଗଡୁଛି। ଜୀବିତ ବ୍ୟକ୍ତିଙ୍କୁ ମୄତ ଦର୍ଶାଇ ରାସନ କାର୍ଡରୁ ନାମ କଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି! ରାସନ କାର୍ଡ ନାମ ଯୋଡିବାକୁ ଅଡି ବସିଛନ୍ତି ହିତାଧିକାରୀ! କାର୍ଡ ନାମ ସାଂଯୋଗ ହୋଇପାରିବନି ବୋଲି କହୁଛନ୍ତି ଯୋଗାଣ ନିରୀକ୍ଷକ ! ଏମିତି ଘଟଣା ବେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ଗ୍ରାମରେ। ଏହି ଗ୍ରାମର ରତିକାନ୍ତ ନାୟକ ଜଣେ ଗରିବ ଲୋକ,ରତିକାନ୍ତଙ୍କ କିଡନୀ ସମସ୍ୟା ଏବଂ ଆଖି ରୋଗୀରେ ପୀଡିତ । ସରକାରଙ୍କ ପକ୍ଷରୁ କରାଯାଉଥିବା e-Kyc ମଧ୍ୟ ସେ କରିଛନ୍ତି !

Advertisment

e-Kyc କରିବା ପରେ ରାସନ ଚାଉଳ ନେଉଥିଲେ। ତେବେ ରାସନ ନେଉଥିବା ଡିଲର ପାଖରୁ ରାସନ କାର୍ଡ ବଦଳଳି କରି ଅନ୍ୟ ଡିଲର ପାଖକୁ ଯିବାରୁ ପୂର୍ବରୁ ଦେଉଥିବା ଡିଲର ତାଙ୍କ ରାସନ କାର୍ଡ କାଟି ଦେଇଛନ୍ତି। ଏ କଥା ଜାଣିବା ପରେ ବ୍ଲକ ଯୋଗାଣ ନିରିକ୍ଷଙ୍କ ପାଖରେ ପହଁଚି ଅଭିଯୋଗ କରିଛନ୍ତି ରତିକାନ୍ତଙ୍କ ପତ୍ନୀ ଏବଂ ପୁଅ! ତେବେ ବୁଝୁ ବୁଝୁ ଜଣାପଡ଼ିଲା, ରତିକାନ୍ତଙ୍କ ମୄତ୍ୟୁ ହୋଇଥିବା ଡିଲର କହିବାରୁ ଆମେ କାର୍ଡଟିକୁ କାଟି ଦେଇଥିବା କହିଛନ୍ତି ଯୋଗାଣ ନୀରିକ୍ଷକ। କାର୍ଡ ଏବେ ଆଉ ଯୋଡି ହେବ ନାହିଁ ରତିକାନ୍ତଙ୍କୁ କୁହାଯାଇଛି।

ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରତିକାନ୍ତଙ୍କ ପତ୍ନୀ ପ୍ରମିଳା ନାୟକ ଏବଂ ପୁଅ ଚନ୍ଦ୍ରକାନ୍ତ । ସେମାନେ କହିଛନ୍ତି ଆମେ ଗରିବ ଲୋକ,ରତିକାନ୍ତ ଜଣେ ରୋଗୀଣା ଲୋକ,ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାରୁ ଏବେ ସେ ବଞ୍ଚିତ,ମୋ ସ୍ୱାମୀ ବଞ୍ଚିଥିବା ବେଳେ ମୄତ ବୋଲି ଦର୍ଶାଇ ମୋତେ ବିଧବା ସଜାଇଦେଲେ। ମୋତେ ନ୍ୟାୟ ଦିଅନ୍ତୁ ବୋଲି କହି ଅଡି ବସିଛନ୍ତି ସ୍ତ୍ରୀ ଏବଂ ପୁଅ। ତେବେ ଏହି ଘଟଣାଙ୍କୁ ନେଇ ଯୋଗାଣ ନୀରିକ୍ଷକ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାଁନ୍ତି।

Advertisment

ତେବେ ଘଟଣା ବାବଦରେ ଅଭିଯୋଗ ପାଇଛି ଓ ତନ୍ଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଯୋଗାଣ ନୀରିକ୍ଷକ। ହିତାଧିକାରୀ ଯେମିତି ତାଙ୍କ ପ୍ରାପ୍ୟରୁ ବଞ୍ଚିତ ନହେବେ, ସେକଥା ଡିଲରଙ୍କୁ କୁହାଯାଇଛି ବୋଲି କହିଛନ୍ତି ବିଡିଓ ତନ୍ମିତା କର। ତେବେ ଏଠି ପ୍ରଶ୍ନ ଉଠୁଛି ବାସୁଦେବପୁରରେ ମାଳ ମାଳ ଭୂତ ହିତାଧିକାରୀ ରାସନ ଚାଉଳ ହାତଉଥିବା ବେଳେ ବିଭାଗ ଚୁପ ବସିଛି। ଏଭଳି ପରିସ୍ଥିତିରେ ବିନା ପ୍ରମାଣରେ ଡିଲର କଥା ଶୁଣି ଯୋଗାଣ ନୀରିକ୍ଷକ କେମିତି ରାସନ କାର୍ଡ କାଟିଦେଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

Ration Card Ration Dealers Ration Card Beneficiaries Living
Advertisment
Advertisment