/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751682328.jpg)
BahudaYatra
ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଲା ଲୀଳାଖେଳା । ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯିବେ ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ । ଏହି ବାହୁଡ଼ାଯାତ୍ରାର ଟିକିନିଖି ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Jul 05, 2025 18:56 IST
ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ...
ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ । ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା...ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ...ଅଧିକ ପଢ଼ନ୍ତୁ
- Jul 05, 2025 18:07 IST
କମ୍ପି ଉଠୁଛି ବଡ଼ ଦାଣ୍ଡ; ନାଚୁଛନ୍ତି ଜଗନ୍ନାଥ-କୃଷ୍ଣ-ଚୈତନ୍ୟ...
ଜୟ ଜଗନ୍ନାଥ, ହରିବୋଲେର କମ୍ପି ଉଠୁଛି ବଡ଼ ଦାଣ୍ଡ। ନାଚୁଛନ୍ତି ଜଗନ୍ନାଥ। ନାଚୁଛନ୍ତି କୃଷ୍ଣ ଆଉ ଚୈତନ୍ୟ। ଦୁଇ ଭଉଣୀ ଏକାଠି ହୋଇ ବଡ଼ ଦାଣ୍ଡରେ ମୃଦଙ୍ଗର ତଳେ ତଳେ ଜଗାକୁ ସୁମରି ସୁମରି ନାଚୁଛନ୍ତି। ଅଧିକ ପଢନ୍ତୁ
- Jul 05, 2025 16:58 IST
ଜଗତର ଠାକୁର କାଳିଆ ସାଆନ୍ତ
ରଥରେ ଗଜପତି ମହାରାଜାଙ୍କ ଛେରାପହଁରା । ମହାପ୍ରଭୁଙ୍କ ଆଗରେ କେହି ବି ବଡ଼ ନୁହଁନ୍ତି...ଏହା ହିଁ ପ୍ରତିପାଦିତ କରେ ଏହି ପରମ୍ପରା ।
ରଥରେ ଗଜପତି ମହାରାଜାଙ୍କ ଛେରାପହଁରା । ମହାପ୍ରଭୁଙ୍କ ଆଗରେ କେହି ବି ବଡ଼ ନୁହଁନ୍ତି...ଏହା ହିଁ ପ୍ରତିପାଦିତ କରେ ଏହି ପରମ୍ପରା । #RathYatra2025#ChheraPanhara#JagannathTradition#OdishaFestivals_Jagannath#SpiritualHumility#RathYatraRitual#GajapatiMaharaja#OTVpic.twitter.com/2Mvg8rYEtn
— ଓଟିଭି (@otvkhabar) July 5, 2025
- Jul 05, 2025 16:39 IST
ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ଗଡ଼ିଲା ୩ ରଥ...
ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଛି ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । ଅଧିକ ପଢ଼ନ୍ତୁ
- Jul 05, 2025 16:18 IST
ଗଡ଼ିଲା ନନ୍ଦିଘୋଷ
ତାଳଧ୍ବଜ, ଦର୍ପଦଳନ ପଛରେ ଗହଳି ଲଗାଇ ଗଡ଼ିଲା ନନ୍ଦିଘୋଷ । କାଳିଆ ସାଆନ୍ତଙ୍କ ରଥ ଟାଣିବାକୁ ଭକ୍ତଙ୍କ ପ୍ରବଳ ଭିଡ଼
#ଗଡ଼ିଲା_ନନ୍ଦିଘୋଷ
-ତାଳଧ୍ବଜ, ଦର୍ପଦଳନ ପଛରେ ଗହଳି ଲଗାଇ ଗଡ଼ିଲା ନନ୍ଦିଘୋଷ
-କାଳିଆ ସାଆନ୍ତଙ୍କ ରଥ ଟାଣିବାକୁ ଭକ୍ତଙ୍କ ପ୍ରବଳ ଭିଡ଼#BahudaYatra#bahudajatra2025#Odisha#Puri#Odisha#OTVpic.twitter.com/qhuLFpjYg5— ଓଟିଭି (@otvkhabar) July 5, 2025
- Jul 05, 2025 16:15 IST
ମହାପ୍ରଭୁଙ୍କ ପାଖରେ ନୃତ୍ୟ
'ଆଶା ନଥିଲା ଜଗନ୍ନାଥଙ୍କ ପାଖରେ ନୃତ୍ୟ ପରିବେଷଣ କରିବୁ ବୋଲି।' - ନୃତ୍ୟଶିଳ୍ପୀ
'ଆଶା ନଥିଲା ଜଗନ୍ନାଥଙ୍କ ପାଖରେ ନୃତ୍ୟ ପରିବେଷଣ କରିବୁ ବୋଲି।' - ନୃତ୍ୟଶିଳ୍ପୀ#DevotionalDance#RathYatra2025#DancerDevotion#ArtMeetsFaith#JagannathDanceMoment#PuriPahandi2025#Puri#Odisha#OTVpic.twitter.com/J7vU6M7kjw
— ଓଟିଭି (@otvkhabar) July 5, 2025
- Jul 05, 2025 16:11 IST
ଗଜପତି ମହାରାଜାଙ୍କ ଛେରାପହଁରା
ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷରେ ଛେରାପହଁରା । ଧାର୍ଯ୍ୟ ସମୟଠୁ ଆଗୁଆ ରଥଟଣା ନେଇ ପ୍ରକ୍ରିୟା ।
-ଗଜପତି ମହାରାଜାଙ୍କ ଛେରାପହଁରା
-ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା
-ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷରେ ଛେରାପହଁରା
-ଧାର୍ଯ୍ୟ ସମୟଠୁ ଆଗୁଆ ରଥଟଣା ନେଇ ପ୍ରକ୍ରିୟା#RathYatra2025_Jagannath#PuriFestival_Kalia#OTVpic.twitter.com/eQPm673eNO— ଓଟିଭି (@otvkhabar) July 5, 2025
- Jul 05, 2025 15:06 IST
ରଥଟଣା ଆରମ୍ଭ, ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ
-ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ
-ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା #BahudaYatra#Srimandir#GundichaTemple#OTVpic.twitter.com/ZJvyltb9OL— ଓଟିଭି (@otvkhabar) July 5, 2025
- Jul 05, 2025 14:46 IST
ସରିଛି ପହଣ୍ଡି, କିଛି ସମୟ ପରେ ରଥଟଣା
#ନନ୍ଦିଘୋଷରୁ_ଚାହିଁଛି_ଜଗା
ସରିଛି ପହଣ୍ଡି । ମଥାରୁ ଚାହିଆ ଓହ୍ଲାଇ ରଥରେ ବସିଛି କାଳିଆ । ଆଉ କିଛି ସମୟ ପରେ ଶେଷ ହେବ ସମସ୍ତ ନୀତିକାନ୍ତି । ଟଣାଯିବ ରଥ । #RathYatra2025_Jagannath#PuriFestival_Kalia #PahandiComplete_Odisha#OTV pic.twitter.com/FJuxEf6IIs— ଓଟିଭି (@otvkhabar) July 5, 2025
- Jul 05, 2025 14:15 IST
ଗଜପତି ମହାରାଜାଙ୍କ ଛେରାପହଁରା
ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା
-ଗଜପତି ମହାରାଜାଙ୍କ ଛେରାପହଁରା
-ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା #BahudaYatra#Srimandir#GundichaTemple#OTVpic.twitter.com/cAwKzcUUkd— ଓଟିଭି (@otvkhabar) July 5, 2025
- Jul 05, 2025 13:58 IST
ରଥରେ ବିଜେ ହେଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା
ରଥରେ ବିଜେ ହେଲେ ମଦନମୋହନ, ରାମକୃଷ୍ଣ...ମହାଜନ ସେବାୟତମାନଙ୍କ ଦ୍ୱାରା ପରିବେଷ୍ଟନ ହୋଇ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।
- Jul 05, 2025 13:46 IST
ଜନାରଣ୍ୟ ବଡ଼ଦାଣ୍ଡ
ଜନାରଣ୍ୟ ହୋଇଛି ବଡ଼ଦାଣ୍ଡ । ଚକାଆଖିକୁ ଟିକେ ଦେଖିବାକୁ କାହିଁ କେତେ ଦୂର ଧାଇଁ ଆସିଛି ଭକ୍ତ । ଦେଖନ୍ତୁ ଶାରଧାବାଲିରୁ ଏ ଦୃଶ୍ୟ
- Jul 05, 2025 13:43 IST
ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ଶ୍ରୀଜଗନ୍ନାଥ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ
ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ #BahudaYatra#Srimandir#GundichaTemple#OTVpic.twitter.com/3p36Nr4WIJ
— ଓଟିଭି (@otvkhabar) July 5, 2025
- Jul 05, 2025 12:43 IST
ସରିଲା ପହଣ୍ଡି ବିଜେ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
#ରଥାରୂଢ଼_ଚତୁର୍ଦ୍ଧାମୂର୍ତ୍ତି
-ସରିଲା ପହଣ୍ଡି ବିଜେ ନୀତି, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି
-ଦର୍ପଦଳନରେ ଶ୍ରୀ ସୁଦର୍ଶନ ଓ ଦେବୀ ସୁଭଦ୍ରା
-ତାଳଧ୍ବଜରେ ବିରାଜିଛନ୍ତି ବଡ଼ଠାକୁର ବଳଭଦ୍ର
-ନନ୍ଦିଘୋଷରେ ବିରାଜିଛନ୍ତି କାଳିଆ ସାଆନ୍ତ #BahudaYatra#Srimandir#GundichaTemple#OTVpic.twitter.com/E23hk7EG1d— ଓଟିଭି (@otvkhabar) July 5, 2025
- Jul 05, 2025 12:31 IST
ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି; ଘଣ୍ଟ ନାଦ, ହରିବୋଲରେ ପ୍ରକମ୍ପିତ ଶରଧାବାଲି
ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି; ଘଣ୍ଟ ନାଦ, ହରିବୋଲରେ ପ୍ରକମ୍ପିତ ଶରଧାବାଲି#PuriDham #Puri#Odisha#OTV#BahudaYatrapic.twitter.com/LfHi8KkWtN
— ଓଟିଭି (@otvkhabar) July 5, 2025
- Jul 05, 2025 12:19 IST
ଜଗା ଦର୍ଶନ ପାଇଁ ଧାଇଁ ଆସିଛନ୍ତି ବିଦେଶିନୀ ଭକ୍ତ
ମହାପ୍ରଭୁଙ୍କ ପ୍ରତି ଥିବା ଭଲପାଇବାକୁ ଗୋଟି ଗୋଟି ବର୍ଣ୍ଣନା କରୁଛନ୍ତି ବିଦେଶିନୀ ଭକ୍ତ । ଶୁଣନ୍ତୁ କ’ଣ କହୁଛନ୍ତି ।
- Jul 05, 2025 12:10 IST
ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ
ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ।#PuriDham#Puri#Odisha#OTV#BahudaYatrapic.twitter.com/B8OstyNkkG
— ଓଟିଭି (@otvkhabar) July 5, 2025
- Jul 05, 2025 12:00 IST
ଚାଲିଛି ଶ୍ରୀଜଗନ୍ନାଥଙ୍କ ପହଣ୍ଡି
-ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି
-ଦେବୀ ସୁଭଦ୍ରାଙ୍କ ପରେ କାଳିଆ ସାଆନ୍ତଙ୍କ ଧାଡ଼ି ପହଣ୍ଡି
-ଘଣ୍ଟ ନାଦ, ହରିବୋଲରେ ପ୍ରକମ୍ପିତ ଶରଧାବାଲି#PuriDham #Puri#Odisha#OTV#BahudaYatrapic.twitter.com/P9QZp8jmfT— ଓଟିଭି (@otvkhabar) July 5, 2025
- Jul 05, 2025 11:56 IST
୮୪ ସଂଖ୍ୟାକୁ ନେଇ ଅନେକ କଥା...
ଆସିଛି ୪୨ ଚକ । ଯିବ ବି ୪୨ ଚକ । ସମୁଦାୟ ୮୪ ଚକ । ହେଲେ ଏହି ୮୪ ସଂଖ୍ୟାକୁ ନେଇ ରହିଛି ଅନେକ କିଛି କଥା । ଜାଣନ୍ତୁ...
- Jul 05, 2025 11:53 IST
ଅଧର ଚୁମ୍ବିତ ମାଳା
ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳା ମହାଲକ୍ଷ୍ମୀଙ୍କ ନିକଟକୁ ଯିବା ପୂର୍ବରୁ ଶୁଣନ୍ତୁ କ’ଣ କହୁଛନ୍ତି ସେବାୟତ ।
- Jul 05, 2025 11:41 IST
ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ
ତୁ ଜଗା, ତୁ କୃଷ୍ଣ , ତୁ ଚୈତନ୍ୟ....। ତୁ ବିଶ୍ୱ ନିୟନ୍ତା, ତୁ ଭାବର ଠାକୁର। ଯେପରି ଡାକିଲେ, ଯେଉଁଠି ଡାକିଲେ ଭକ୍ତ ଡାକ ଶୁଣିଥାଉ ତୁ....। ଭକ୍ତ ତୋର , ତୁ ଭକ୍ତର.....।
ତୁ ଜଗା, ତୁ କୃଷ୍ଣ , ତୁ ଚୈତନ୍ୟ....। ତୁ ବିଶ୍ୱ ନିୟନ୍ତା, ତୁ ଭାବର ଠାକୁର। ଯେପରି ଡାକିଲେ, ଯେଉଁଠି ଡାକିଲେ ଭକ୍ତ ଡାକ ଶୁଣିଥାଉ ତୁ....। ଭକ୍ତ ତୋର , ତୁ ଭକ୍ତର.....। #PuriDham#Puri#Odisha#OTV#BahudaYatrapic.twitter.com/9nAP93E9II
— ଓଟିଭି (@otvkhabar) July 5, 2025
- Jul 05, 2025 11:35 IST
ଶୋଧନ ହେଲା ରଥ ଓ ଚାରମାଳ, ବିଜେ କରିବେ ମହାପ୍ରଭୁ
ମହାପ୍ରଭୁ ପବିତ୍ର ଜଳରେ ଶୋଧନ ହେଲା ରଥ ଏବଂ ଚାରମାଳ। ମହାପ୍ରଭୁଙ୍କ ନିତ୍ୟ ଜିନିଷ ବୋହି ଆଣିଲେ ସେବାୟତ, ବାହୁଡ଼ା ପହଣ୍ଡି ବେଳ ହେଲା ।
- Jul 05, 2025 11:21 IST
ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ପ୍ରଭୁ ଶ୍ରୀବଳଭଦ୍ର
ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ବଡ଼ ଠାକୁର ଶ୍ରୀବଳଭଦ୍ର #PuriDham#Puri#Odisha#OTV#BahudaYatrapic.twitter.com/LzrrC35Skq
— ଓଟିଭି (@otvkhabar) July 5, 2025
- Jul 05, 2025 11:15 IST
ଗୁଣ୍ଡିଚା ଶବ୍ଦ ବଡ଼ ବିଚିତ୍ର
ଆଜି ଅପୂର୍ବ ବାହୁଡ଼ା ଯାତ୍ରା । ସରିଗଲା ମହାପ୍ରଭୁଙ୍କ ଲୀଳାଖେଳା । ହେଲେ ଜାଣନ୍ତି ଗୁଣ୍ଡିଚା ଶବ୍ଦ ବଡ଼ ବିଚିତ୍ର। କାରଣ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ କରିଥିଲେ, ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କ ଜନ୍ମବେଦୀ।
- Jul 05, 2025 11:12 IST
ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ
-ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି
-ବଡ଼ ଠାକୁରଙ୍କ ପରେ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି #PuriDham#Puri#Odisha#OTV#BahudaYatrapic.twitter.com/vAAtxxYUCC— ଓଟିଭି (@otvkhabar) July 5, 2025
- Jul 05, 2025 11:09 IST
ଜଗା ବାହୁଡ଼ିଲେ ବର୍ଷେ ଯାଏଁ ବନ୍ଦ ରହିବ ଗୁଣ୍ଡିଚା ମନ୍ଦିର
ଆଜି ପବିତ୍ର ବାହୁଡ଼ାଯାତ୍ରା...ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି...ଆଜିଠୁ ବର୍ଷେ ଯାଏଁ ବନ୍ଦ ରହିବ ଗୁଣ୍ଡିଚା ମନ୍ଦିର...
- Jul 05, 2025 10:50 IST
ବଡ଼ଦାଣ୍ଡ ବିଶ୍ୱର ସବୁଠାରୁ ବଡ଼ ମଞ୍ଚ : ଓଡ଼ିଶୀ ନୃତ୍ୟଶିଳ୍ପୀ
ଏ ବଡ଼ଦାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବଡ଼ ମଞ୍ଚ...ଏଇଠି ମହାପ୍ରଭୁଙ୍କ ଆଗରେ ନୃତ୍ୟ କଲେ ମିଳେ ଅପୂର୍ବ ଆନନ୍ଦ....ବୋଲି କହିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ
- Jul 05, 2025 10:45 IST
ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ
-ଆରମ୍ଭ ହେଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି
-ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି
-ଘଣ୍ଟ ନାଦ, ଶଙ୍ଖ, ହରିବୋଲରେ ପ୍ରକମ୍ପିତ ଶରଧାବାଲି#PuriDham #Puri#Odisha#OTV#BahudaYatrapic.twitter.com/ETeEKgvLlM— ଓଟିଭି (@otvkhabar) July 5, 2025
- Jul 05, 2025 10:43 IST
ପୁରୀ ସହରରେ କଡ଼ା ସୁରକ୍ଷା
‘ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ମନ୍ଦିର ପ୍ରଶାସନ ଦ୍ୱାରା ସବୁ ନୀତିକାନ୍ତି ଚାଲିଛି। ପୋଲିସ ତରଫରୁ ବାହୁଡ଼ା ଯାତ୍ରାରେ ପୁରୀ ଜଗୁଛନ୍ତି ୨୦୫ପ୍ଲାଟୁନ୍ ଫୋର୍ସ। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ ସହର।’ - ୱାଇ.ବି. ଖୁରାନିଆ, ପୋଲିସ ଡିଜି
- Jul 05, 2025 10:36 IST
ନୀଳାଚଳ ହିଁ ଶ୍ରେଷ୍ଠ ଧାମ
ନୀଳାଚଳ ହେଉଛି ଶ୍ରେଷ୍ଠ ଧାମ । ୪ ଯୁଗେ ସାର ଜଗନ୍ନାଥ ଧାମ, ସ୍ବର୍ଗେ ଅନୁପମ ମର୍ତ୍ତେ ଅଭିରାମ । ମର୍ତ୍ତ୍ୟରେ ଏପରି ସୁନ୍ଦର ଜାଗା ଦେଖି ସମସ୍ତେ ଉଲ୍ଲସିତ।
- Jul 05, 2025 10:33 IST
ଚାଲିଛି ପହଣ୍ଡି ବିଜେ, ଉତ୍ସବମୁଖର ଶରଧାବାଲି
-ବାହୁଡ଼ା ଯାତ୍ରା: ଚାଲିଛି ପହଣ୍ଡି ବିଜେ ନୀତି
-ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି
-ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହେଲେ ସୁଦର୍ଶନ
-ଘଣ୍ଟ, ହୁଳହୁଳିରେ କମ୍ପୁଛି ଶରଧାବାଲି
#PuriDham#Puri#Odisha#OTV#Bahudayatrapic.twitter.com/LXQCrTAZc4— ଓଟିଭି (@otvkhabar) July 5, 2025
- Jul 05, 2025 10:25 IST
ଖେଚୁଡ଼ି ଖାଇ ବାହୁଡ଼ିବେ ମହାବାହୁ
ସରିଲା ଜନ୍ମବେଦୀ ଲୀଳା । ଭାଇଭଉଣୀଙ୍କୁ ସାଥିରେ ଧରି ଆଜି ବାହୁଡ଼ିବେ ମହାପ୍ରଭୁ । ହରିବୋଲରେ ଉଛୁଳୁଛି ଶରଧାବାଲି ।
- Jul 05, 2025 10:20 IST
ପହଣ୍ଡି ବିଜେ ନୀତି ଆରମ୍ଭ
ଆରମ୍ଭ ହେଲା ପହଣ୍ଡି ବିଜେ ନୀତି
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି #PuriDham#Puri#Odisha#OTV#Bahudayatrapic.twitter.com/obkx5aok8W— ଓଟିଭି (@otvkhabar) July 5, 2025
- Jul 05, 2025 10:11 IST
ଶରଧାବାଲିରେ ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶିନୀ
ମହାପ୍ରଭୁଙ୍କ ପ୍ରେମରେ ପାଗଳିନୀ ହେଲେ ରାଣୀ ପ୍ରିୟଦର୍ଶିନୀ...ମୀରାବାଇ ବେଶରେ ନାଚୁଛନ୍ତି କହିଲେ ମୋତେ କାଳିଆର ଡୋରୀ ଲାଗିଛି....
- Jul 05, 2025 10:03 IST
ଜନ୍ମବେଦୀରେ ସାରି ଲୀଳା, ବାହୁଡ଼ିବେ ଚକାଡୋଳା। ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି।
ଜନ୍ମବେଦୀରେ ସାରି ଲୀଳା, ବାହୁଡ଼ିବେ ଚକାଡୋଳା। ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି।#PuriDham#Puri#Odisha#OTV#Bahudayatrapic.twitter.com/2qOET2j0LD
— ଓଟିଭି (@otvkhabar) July 5, 2025
- Jul 05, 2025 09:52 IST
ରଥଯାତ୍ରାର ତାତ୍ପର୍ଯ୍ୟ କ'ଣ?
କାହିଁକି ଏହି ରଥଯାତ୍ରା...କ'ଣ ଏହି ରଥର ମାହାତ୍ମ୍ୟ? ରଥଯାତ୍ରାର କଣ ରହିଛି ବୈଶିଷ୍ଟ୍ୟ ଶୁଣନ୍ତୁ କଥାବାଚକଙ୍କ ଠାରୁ...
- Jul 05, 2025 09:45 IST
ରଥ-ପଥ ସବୁ ପ୍ରସ୍ତୁତ...ବାହୁଡ଼ିବେ ମହାପ୍ରଭୁ
ଶରଧାବାଲି ଚଳଚଞ୍ଚଳ । ହରିବୋଲ ହୁଳହୁଳିରେ କମ୍ପୁଛି ତ୍ରିଭୁବନ ।
- Jul 05, 2025 09:36 IST
ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ ସହର
ଆଜି ପବିତ୍ର ବାହୁଡ଼ା ଯାତ୍ରା । କଡ଼ା ସୁରକ୍ଷା ବଳୟରେ ପୁରୀ ସହର । ଟ୍ରାଫିକ୍ ଉପରେ ନଜର ରଖିଛି AI କ୍ୟାମେରା ଓ ଡ୍ରୋନ୍। ଟ୍ରାଫିକ୍ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି କଡ଼ା ନଜର । ଅଧିକ ପଢନ୍ତୁ
- Jul 05, 2025 09:28 IST
'ତାଙ୍କର ଆଖି କାନ କିଛି ନାହିଁ, କିନ୍ତୁ ସବୁ ଦେଖୁଛନ୍ତି'
ମହାପ୍ରଭୁ ଜଗନ୍ନାଥଙ୍କର ଆଖି, କାନ, ହାତ, ଗୋଡ଼ କିଛି ନାହିଁ । ତଥାପି ସେ ସବୁ ଦେଖନ୍ତି ସବୁ କରନ୍ତି। କେବଳ ଜଗନ୍ନାଥଙ୍କ ଚକା ଆଖିରେ ଆଖି ମିଶାଇ ଦେବା କଥା । - ଭକ୍ତ
- Jul 05, 2025 09:18 IST
ସଜେଇ ହୋଇଛି ଶ୍ରୀମନ୍ଦିର, ଫେରୁଛି ଜଗା
ସଜେଇ ହୋଇଛି ଶ୍ରୀମନ୍ଦିର, ଫେରୁଛି ଜଗା #LordJagannath#PuriFestivals#BahudaYatra2025#OTVpic.twitter.com/BVPBZpsAg2
— ଓଟିଭି (@otvkhabar) July 5, 2025
- Jul 05, 2025 09:09 IST
ମହାବାହୁ କରିବେ ଦକ୍ଷିଣାୟନ ଯାତ୍ରା
ଆଜି ବାହୁଡ଼ିବେ ମହାବାହୁ। କରିବେ ଦକ୍ଷିଣାୟନ ଯାତ୍ରା। ଗଡ଼ିଗଡ଼ି ଯିବ ରଥ । ନିଜ ପ୍ରାଣପ୍ରିୟ ପ୍ରଭୁଙ୍କୁ ଦେଖି ବିମୋହିତ ହେବ ଭକ୍ତ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ଗଡ଼ି ଗଡ଼ି ଯିବ ରଥ।
- Jul 05, 2025 09:02 IST
ରାଧାରାଣୀ ତୃପ୍ତ, ଚିନ୍ତାରେ ଲକ୍ଷ୍ମୀ
ହେ ରାଧିକେ, କଥା ଦେଉଛି । ତୁମ ସହ ଲୀଳା କରିବାକୁ ତ ମୁଁ ଏଠିକି ଆସିଛି । ସେଥିପାଇଁ ତ ଏହା ନାମ ରାସୋତ୍ସବ।
- Jul 05, 2025 08:46 IST
କାଳିଆ ଖାଇବ ଅଣଲେଉଟା ଚକୁଳି
ମା’ ପଣତକାନିକୁ ଛାଡ଼ି ଆଜି ନିଳକନ୍ଦରକୁ ଫେରିବେ କାଳିଆ ଠାକୁର। ଛଟପଟ ହେଉଛି ମା’ ମନ । ପୁଅଠୁ ଦୂରତା ବା କୋଉ ମା’ ସହିବ । ତେଣୁ କାଳିଆ ଠାକୁରକୁ ଆଜି ଅଣଲେଉଟା ଚକୁଳି ଖୁଆଇଦେବ ମା’ ।
- Jul 05, 2025 08:39 IST
ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର
ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ନଅ ଦିନର ଯାତ୍ରା ସାରି ଫେରୁଛନ୍ତି ଶ୍ରୀଜିଉ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ୱ ନିଅନ୍ତାଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ଅଧିକ ପଢନ୍ତୁ
- Jul 05, 2025 08:23 IST
ତିନି ଠାକୁରଙ୍କ ଅଶ୍ୱ କଥା
ତିନି ରଥର ଅଶ୍ବ । ବଡ଼ଠାକୁରଙ୍କ ଅଶ୍ବର ରଙ୍ଗ କଳା, କଳାଠାକୁରଙ୍କ ଅଶ୍ବର ରଙ୍ଗ ଧଳା । ରଥଯାତ୍ରାରେ ରଥର ଅଶ୍ବକୁ ନେଇ ଜାଣନ୍ତୁ କିଛି ଅଜଣା କଥା । #BahudaYatra#BahudaJatra#OdishaCulture#JagannathTemple #PuriFestivals#OTV pic.twitter.com/uxMG8W4ikg
— ଓଟିଭି (@otvkhabar) July 5, 2025
- Jul 05, 2025 08:22 IST
ରଥଟଣା ଓ ସଅଳ ନୀତିକାନ୍ତି ପାଇଁ ବ୍ୟାପକ ବ୍ୟବସ୍ଥା...
- Jul 05, 2025 08:12 IST
ସଜେଇ ହୋଇ କାଳିଆକୁ ଅପେକ୍ଷା କରିଛି ସିଂହଦ୍ବାର,ଚାତକ ପରି ଚାହିଁ ରହିଛି ଅରୁଣ ସ୍ତମ୍ଭ
- Jul 05, 2025 08:07 IST
ଜୟ ଜଗନ୍ନାଥ...ଚାଲ ଦେଖିବା ବାହୁଡ଼ା ଯାତ, ଚାଲ ଟାଣିବା କାଳିଆ ରଥ...ବାହୁଡ଼ାରେ ଆଜି ବାହୁଡ଼ିବେ ପ୍ରଭୁ
ଜୟ ଜଗନ୍ନାଥ...ଚାଲ ଦେଖିବା ବାହୁଡ଼ା ଯାତ, ଚାଲ ଟାଣିବା କାଳିଆ ରଥ...ବାହୁଡ଼ାରେ ଆଜି ବାହୁଡ଼ିବେ ପ୍ରଭୁ #LordJagannath#PuriFestivals#BahudaYatra2025#OTVpic.twitter.com/BE4ROKHNMQ
— ଓଟିଭି (@otvkhabar) July 5, 2025
- Jul 05, 2025 08:01 IST
ରଥଯାତ୍ରାକୁ କାହିଁକି କୁହାଯାଏ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ?
- Jul 05, 2025 07:56 IST
ନାଚିଲେଣି ନର୍ତ୍ତକୀ, କାଳିଆକୁ ଅପେକ୍ଷା
#ନାଚିଲେଣି_ନର୍ତ୍ତକୀ_କାଳିଆକୁ_ଅପେକ୍ଷା
ଜନ୍ମବେଦୀରେ ଲୀଳାଖେଳା ସରିଲାଣି ।ଆଜି ରତ୍ନବେଦୀକୁ ବାହୁଡ଼ିବେ ଚକାଡୋଳା। ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି। କାଳିଆକୁ ଅନାଇ ରହିଛି ଭକ୍ତ। ସକାଳୁ ସକାଳୁ ରଥ ଆଗରେ ନାଚିଲେଣି ନର୍ତ୍ତକୀ। #LordJagannath#PuriFestivals#BahudaYatra2025#OTVpic.twitter.com/Slcp98VGG3— ଓଟିଭି (@otvkhabar) July 5, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)