Advertisment

Aiden Markram Century:ମାରକ୍ରମଙ୍କ ଫାଇଟବ୍ୟାକ, ୨୪ ବର୍ଷ ତଳର ସ୍ମୃତି ତାଜା କଲେ

ଏଭଳି ଏକ ଚମତ୍କାରୀ ଇନିଂସ ୨୦୦୧ରେ ଦେଖିବାକୁ ମିଳିଥିବା ବେଳେ ସମାନ କାରନାମା ୨୪ ବର୍ଷ ପରେ ଆଉଥରେ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଥର ଅଷ୍ଟ୍ରେଲଆ ପରାଜିତ ହୋଇଛି।

author-image
Saroj Kumar Jena
eden

eden

ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଆଗୁଆ ରହିଥିବା ଦଳ ସର୍ବଦା ଫାଇଦାରେ ରହିଥାଏ। ତେବେ କ୍ରିକେଟରେ ଏମିତ କିଛି ଅସମ୍ଭବ ସମ୍ଭବ ହୋଇ ପାରିଛି। ଏଭଳି କାରନାମା ପାଇଁ ଆବଶ୍ୟକ ପଡିଥାଏ ଏକ ସ୍ପେସାଲ ଇନିଂସ ବା ସ୍ପେଲ। ଏଭଳି ଏକ ଚମତ୍କାରୀ ଇନିଂସ ୨୦୦୧ରେ ଦେଖିବାକୁ ମିଳିଥିବା ବେଳେ ସମାନ କାରନାମା ୨୪ ବର୍ଷ ପରେ ଆଉଥରେ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଥର ଅଷ୍ଟ୍ରେଲଆ ପରାଜିତ ହୋଇଛି।

Advertisment

ଲର୍ଡସରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ବିଜୟୀ ହୋଇଥିଲା। ପ୍ରଥମ ଇନିଂସରେ ପଛୁଆ ରହିଥିଲେ ମଧ୍ୟ ପ୍ରଥମେ ବୋଲର ମାନେ ଦଳକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ। ପ୍ରଥମ ଇନିଂସରେ ୭୪ ରନରେ ଆଗୁଆ ଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୨୦୭ ରନରେ ଅଲଆଉଟ ହୋଇଥିଲା। ୨୮୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଦଳ ପକ୍ଷରୁ ସଙ୍କଟ ମୋଚକ ଭୂମିକାରେ ନଜର ଆସିଥିଲେ ଏଡେନ ମାରକ୍ରମ।

ଅଧିକ ପଢ଼ନ୍ତୁ: RCB ର ସ୍ୱପ୍ନକୁ କିପରି ସାକାର କଲେ ରଜତ ପଟିଦାର ?

ମାରକ୍ରମ ଚମତ୍କାର ଶତକ ହାସଲ କରିବା ସହ ଦଳକୁ ୨୭ ବର୍ଷ ପରେ ଏକ ଆଇସିସି ଟାଇଟଲ ଜିତାଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟ୍‌ରେ କିଛି ଖାସ୍‌ କରିନପାରି ମାତ୍ର ୧୩୮ ରନରେ ଅଲଆଉଟ୍ ହୋଇଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭୪ ରନ୍‌ରେ ଆଗୁଆ ରହିଥିଲା । ଦ୍ବିତୀୟ ଇନିଂସରେ ମାରକ୍ରମ ଶତକ ହାସଲ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟକ ତେମ୍ବା ବାଭୁମା ୬୬ ରନ୍‌ କରିଥିଲେ ।

Advertisment

ଏହି ମ୍ୟାଚକୁ ଫ୍ୟାନ ମାନେ ୨୦୦୧ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସହିତ ତୁଳନା କରିଥିଲେ। ପ୍ରଥମ ଇନିଂସରେ ଫଲୋଅନ ସତ୍ତ୍ବେ ଭାରତ ଯେଉଁଭଳି ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲା ତାହା ଏବେବି କ୍ରିକେଟ ଫ୍ୟାନଙ୍କ ପାଇଁ ସ୍ମରଣୀୟ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରିଥିଲା। ଜବାବରେ ଭାରତ ୧୭୧ ରନରେ ଅଲଆଉଟ ହୋଇଥିଲା। ଭାରତକୁ ଫଲୋଅନ ଡାକରା ଦିଆଯାଇଥିବା ବେଳେ ଭାରତ ୬୫୭/୭ରେ ଇନିଂସ ଘୋଷଣା କରିଥିଲା। ଭାରତ ୨୭୪ ରନ ପଛରେ ରହିଥିଲା। ଭିଭିଏସ ଲକ୍ଷ୍ମଣ ଖେଳିଥିଲେ ଏକ ସ୍ପେସାଲ ଇନିଂସ। ୪୫୨ ବଲର ମାରାଥନ ଇନିଂସରେ ୪୪ ଚୌକା ସହିତ ସେ ସ୍କୋର କରିଥିଲେ ୨୮୧ ରନ। ଅନ୍ୟ ପକ୍ଷରେ ଲକ୍ଷ୍ମଣଙ୍କ ସହିତ ୩୭୬ ରନର ପାର୍ଟନରଶିପ କରିଥିବା ରାହୁଲ ଦ୍ରାବିଡ ସ୍କୋର କରିଥିଲେ ୧୮୦ ରନ। ଦ୍ରାବିଡ ଜ୍ବରରେ ଥିବା ବେଳେ ମେଡିସିନ ଖାଇ ଦୁଇ ଦିନ ବ୍ୟାଟିଂ କରିଥିଲେ।

ସମାନ ଭାବରେ ୨୦୨୫ ଲର୍ଡ୍ସ ଗ୍ରାଉଣ୍ଡ। କ୍ରିକେଟର ମକ୍କାରେ ପରସ୍ପରକୁ ଭେଟିଥିଲେ ଡବ୍ଲ୍ୟୁଟିସିର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଚୋକର ଭାବେ ପ୍ରସିଦ୍ଧ ଦକ୍ଷିଣ ଆଫ୍ରିକା। ଦଳ ବ୍ୟାଟିଂର ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଆବଶ୍ୟକ ଥିଲା ୨୮୨ ରନ। ଏପରି ସ୍ଥିତିରେ ଲକ୍ଷ୍ମଣଙ୍କ ଭଳି ଏକ ସ୍ବତନ୍ତ୍ର ଇନିଂସ ଖେଳିଥିଲେ ଏଡେନ ମାରକ୍ରମ। ପ୍ରଥମ ଇନିଂସରେ ଖାତା ଖୋଲି ପାରି ନ ଥିବା ମାରକ୍ରମ ଦ୍ବିତୀୟ ଇନିଂସରେ ୨୦୭ ବଲ ଖେଳି ୧୪ ଚୌକା ସହ ମାରିଥିଲେ ୧୩୬ ରନ। ସେହିପରି ରାହୁଲ ଦ୍ରାବିଡଙ୍କ ଭଳି ସମ୍ପୂର୍ଣ୍ଣ ଫିଟ ନ ଥାଇ ମଧ୍ୟ ବାଭୁମା ୬୬ ରନ କରିଥିଲେ। ହାମଷ୍ଟ୍ରିଙ୍ଗ ଟାଣି ହୋଇଥିଲେ ମଧ୍ୟ ସେ ଲଢୁଆ ବ୍ୟାଟିଂ କରିଥିଲେ। ଦୁଇଟି ଭିନ୍ନ ପରସ୍ଥିତିରେ ଉଭୟ ମ୍ୟାଚ ଖେଳା ଯାଇଥିଲେ ମଧ୍ୟ ଉଭୟ ଇନିଂସରେ ଦଳକୁ ଜିତାଇବାର ପ୍ରତିବଦ୍ଧତା ସମାନ ରହିଥିଲା।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ୨୭ ବର୍ଷ ପରେ ଜିତିଲା ICC ଟ୍ରଫି

WTC Final South Africa VVS Laxman Rahul Dravid
Advertisment
Advertisment