/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725631587.jpg)
Rahul Dravid
ଆଇପିଏଲକୁ ପୁଣି ଫେରିଲେ ରାହୁଲ ଦ୍ରାବିଡ । ଦୀର୍ଘଦିନ ବ୍ୟବଧାନ ପରେ ଦ୍ରାବିଡ ପୁଣିଥରେ ତାଙ୍କ ପୁରୁଣା ଦଳ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି । ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିବା ରାହୁଲ ଦ୍ରାବିଡ ଆଇପିଏଲ ୨୦୨୫ ଆରମ୍ଭ ପୂର୍ବରୁ ଏହି ଫ୍ରାଞ୍ଚାଇଜ୍ର ମୁଖ୍ୟ କୋଚ୍ ଭାବେ ଯୋଗ ଦେଇଛନ୍ତି । ଦ୍ରାବିଡଙ୍କୁ ନେଇ ଦୀର୍ଘଦିନ ହେବ ଆଲୋଚନା ଜାରି ରହିଥିବାବେଳେ ଶୁକ୍ରବାର ଔପଚାରିକ ଭାବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି ।
Rahul Dravid, India's legendary World Cup-winning coach, is set for a sensational return to Rajasthan Royals! 🇮🇳🤝
The cricket icon was captured receiving his Pink jersey from the Royals Sports Group CEO Jake Lush McCrum. It is believed that the RR Admin was present too,… pic.twitter.com/C6Q8KRDFgW
— Rajasthan Royals (@rajasthanroyals) September 6, 2024
ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଆସିବା ପୂର୍ବରୁ ସେ ୨୦୧୪ ଏବଂ ୨୦୧୫ରେ ରାଜସ୍ଥାନର ମେଣ୍ଟର ଓ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପରେ ରାହୁଲ ଦ୍ରାବିଡ କହିଛନ୍ତି, 'ମୁଁ ଅନେକ ବର୍ଷ ଧରି' ଘର 'ବୋଲି କହିଥିବା ଫ୍ରାଞ୍ଚାଇଜକୁ ଫେରି ବହୁତ ଖୁସି । ବିଶ୍ୱକପ ପରେ, ମୁଁ ଭାବୁଛି ମୋ ପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ନେବା ପାଇଁ ଏହା ଉପଯୁକ୍ତ ସମୟ ।
ରାହୁଲ ଦ୍ରାବିଡଙ୍କ ବ୍ୟତୀତ କୁମାର ସାଙ୍ଗାକାରାଙ୍କ ସମର୍ଥନ ମଧ୍ୟ ରାଜସ୍ଥାନ ରୟାଲ୍ସ ସହିତ ରହିବ । ୨୦୨୨ ପରଠାରୁ ରାଜସ୍ଥାନ ଦଳ ସହ ଜଡିତ ଥିବା ସାଙ୍ଗାକା ଆସନ୍ତା ସିଜିନରେ ରାଜସ୍ଥାନର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଦୁଇ ମହାନ କ୍ରିକେଟରଙ୍କ ମିଶ୍ରଣ ରାଜସ୍ଥାନ ଦଳର ଭାଗ୍ୟ ବଦଳାଇବ କି ନାହିଁ ତାହା କେବଳ ସମୟ କହିବ। ରାଜସ୍ଥାନ ରୟାଲ୍ସ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ନେଇ ସୂଚନା ଦେଇଛି ।
Watch it till the end because yes, this is happening! 🔥💗 pic.twitter.com/yh5Ozz395E
— Rajasthan Royals (@rajasthanroyals) September 6, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)