ବିଜେପି ଦଳୀୟ ଅନୁଷ୍ଠାନରେ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା । ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ଦାବି କରିଆସୁଛି ବିଜେଡି ।
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।
ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।
ହଠାତ୍ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍ ଡକାଗଲା? ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ମାତ୍ର ୫ ଦିନର ଅଧିବେଶନରେ ନିଆଯିବ କି କିଛି ବଡ ନିଷ୍ପତ୍ତି?
ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।
ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା ।
ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।
ଖାଲି ସେତିକି ନୁହେଁ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ବୋଲି କୁହାଯାଇଛି ।
ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି ।
ମୋଦି କହିଲେ, ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।
ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ।
ଲୋକସଭାରେ ଆସ୍ଥା-ଅନାସ୍ଥା ଲଢେଇ। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାଂସଦଙ୍କ ତର୍କ ଯୁଦ୍ଧ। ମଣିପୁର ହିଂସା ପ୍ରସଙ୍ଗ ଆଳରେ ସଂସଦରେ ମହାବିତର୍କ..
ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।
ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ ବିଲ୍ ପାସ୍ ବେଳେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସଙ୍ଗକୁ ନେଇ ରାଜନୀତି ବଢୁଥିବା ବେଳେ ବିଜେଡି କହିଛି, ଏ ସଂପର୍କରେ ଦଳର ସୁପ୍ରିମୋ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।...
ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ
ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍ କଥା କଟାକଟି ଚାଲେ ।
ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।
ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।
ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ ।
ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ ।
ପ୍ଲାଷ୍ଟିକ ବୋତଲରୁ ତିଆରି ଜ୍ୟାକେଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି
କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ।
ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଭାରତ, ପାର୍ଲାମେଣ୍ଟରେ ଆଜିଠୁ ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ