Advertisment

Vice President Election: ଘୋଷଣା ହେଲା ଉପରାଷ୍ଟ୍ରପତି ନିର୍ବାଚନ ତାରିଖ

ଉପରାଷ୍ଟ୍ରପତି ପଦ ପାଇଁ ଘୋଷଣା ହେଲା ତାରିଖ। ସେପ୍ଟେମ୍ବର ୯ରେ ହେବ ନିର୍ବାଚନ। ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Vice President Election

Vice President Election

ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ଉପରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛି ଭାରତୀୟ ନିର୍ବାଚନ ଆୟୋଗ। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ଆସନ୍ତା ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

Advertisment

ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବାବେଳେ ୨୨ ତାରିଖରେ ଏହାକୁ ଯାଞ୍ଚ କରାଯିବ। ଅଗଷ୍ଟ ୨୫ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବା ଶେଷ ତାରିଖ। ଏହାପରେ ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ପଦ ପାଇଁ ହେବ ଭୋଟ ଗ୍ରହଣ। ମତଦାନର ସମୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟ ଗ୍ରହଣ ଶେଷ ହେବା ପରେ ସେହିଦିନ ହିଁ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଦେଶକୁ ନୂଆ ଉପରାଷ୍ଟ୍ରପତି ମିଳିବେ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୧ ତାରଖ ରାତିରେ ଭାରତର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୨ ବର୍ଷ ବାକି ରହିଥିଲା। ତେବେ ସେ ଇସ୍ତଫା ଦେବାର ପରଦିନ, ଅର୍ଥାତ ଜୁଲାଇ ୨୨ ତାରିଖ ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଏହାକୁ ଗ୍ରହଣ କରିନେଇଥିଲେ।

Advertisment
Parliament Election Commission Of India Vice President Election Jagdeep Dhankhar
Advertisment
Advertisment