Waqf Law Reform
ଖବରର ଶିରୋନାମା ପାଲଟିଛି ୱାକଫ୍ ବିଲ୍ । ଶାସକଙ୍କ ସମର୍ଥନ ଓ ବିରୋଧୀଙ୍କ ବିରୋଧ ପଛରେ ୱାକଫ୍ ଶବ୍ଦର ଅର୍ଥକୁ ନେଇ ଚର୍ଚ୍ଚା । କ'ଣ ଏହି ୱକଫ୍, ଏହାର ଅର୍ଥ କ'ଣ, କାହିଁକି ସରକାର ଏଥିରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି ? ଏସମସ୍ତ ପ୍ରଶ୍ନ ଉତ୍ତର ଜାଣିବା ପୂର୍ବରୁ ପ୍ରଥମେ ବୁଝିବା ୱକଫ୍ କ'ଣ... ପ୍ରକୃତରେ, 'ୱକଫ' ଆରବି ଶବ୍ଦ 'ୱକୁଫା'ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ । ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱକଫ୍ ହୋଇଯାଏ । ଏହି ଦାନ ସମ୍ପତ୍ତିକୁ 'ଆଲ୍ଲହାଙ୍କ ସମ୍ପତ୍ତି' କୁହାଯାଏ । ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରି କରାଯାଇପାରିବ ନାହିଁ କି ଧର୍ମ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)