Advertisment

Healthy Food in Parliament: ଏଣିକି ସଂସଦରେ MP ଓ ଦର୍ଶକଙ୍କ ପାଇଁ ମିଳିବ ସ୍ୱାସ୍ଥ୍ୟକର ଓ ସୁଷମ ଖାଦ୍ୟ

ଏବେ ସଂସଦରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ। ରାଗି-ମାଣ୍ଡିଆ ଇଡଲି ସାଙ୍ଗକୁ ମିଳିବ ଜୁଆର ଉପମା। ଖାଲି ଏତିକି ନୁହେଁ, ଏହା ସହିତ ମିଳିବ ମୁଗ ଡାଲି ପିଠା ଆଉ ଏବଂ ସିଝା ତରଆରୀ ସାଙ୍ଗକୁ ଗ୍ରୀଲ୍ଡ ଫିସ୍।

author-image
Prasan Subudhi
ସଂସଦ କ୍ୟାଣ୍ଟିନ

ସଂସଦ କ୍ୟାଣ୍ଟିନ

ଏବେ ସଂସଦରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ। ରାଗି-ମାଣ୍ଡିଆ ଇଡଲି ସାଙ୍ଗକୁ ମିଳିବ ଜୁଆର ଉପମା। ଖାଲି ଏତିକି ନୁହେଁ, ଏହା ସହିତ ମିଳିବ ମୁଗ ଡାଲି ପିଠା ଆଉ ଏବଂ ସିଝା ତରକାରୀ ସାଙ୍ଗକୁ ଗ୍ରୀଲ୍ଡ ଫିସ୍। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁରୋଧ କ୍ରମେ ଏଭଳି ସୁସ୍ଥ ଖାଦ୍ୟର ମେନୁ ପ୍ରସ୍ତୁତ ହୋଇଛି। ବାଚସ୍ପତିଙ୍କ ଅନୁସାରେ ଜନ କଲ୍ୟାଣ କାମ କରିବା ବେଳେ ସ୍ୱାସ୍ଥ୍ୟ ସହିତ ସାଲିସ୍ ନ କରିବା ଉଚିତ।

Advertisment

କୁହାଯାଉଛି ଯେ ଅଧିବେଶନ ସମୟରେ କାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ ଏବଂ କେତେକ ସମୟରେ ବିଳମ୍ବିତ ରାତି ମଧ୍ୟ ହୋଇଥାଏ। ତେବେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ, ସଂସଦ କ୍ୟାଣ୍ଟିନ୍‌ ପୋଷଣଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ମେନୁ କରିବାର ପଦକ୍ଷେପ ନେଇଛି। ଏଥିରେ ସ୍ୱାସ୍ଥ୍ୟ ଉପଯୋଗୀ ଓ ଦେଶୀ ଖାଦ୍ୟ ପ୍ରଦାନ କରାଯିବ।  

ବର୍ତ୍ତମାନ ସ୍ୱାଦିଷ୍ଟ ଖାଦ୍ୟ ସହିତ, ବାଜରା-ଆଧାରିତ ଖାଦ୍ୟ, ଫାଇବର-ସମୃଦ୍ଧ ସାଲାଡ୍‌ ଏବଂ ପ୍ରୋଟିନ-ପ୍ୟାକ୍ ସୁପ୍ ସଂସଦରେ ମିଳିବ। ପ୍ରତ୍ୟେକ ଖାଦ୍ୟକୁ ବହୁତ ଯତ୍ନର ସହିତ ପ୍ରସ୍ତୁତ କରାଯିବ। ଏଥିରେ କାର୍ବୋହାଇଡ୍ରେଟ୍, ସୋଡିୟମ୍ ଏବଂ କ୍ୟାଲୋରି କମ୍ ସହିତ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଧିକ ପରିମାଣରେ ରହିବ।

Advertisment

ସେହିପରି ପାନୀୟ ମେନୁରେ ହର୍ବାଲ୍ ଟି, ପ୍ରୋଟିନ୍ ଯୁକ୍ତ ଜୁଇସ୍ ଏବଂ ଗୁଡ଼ରେ ତିଆରି ଆମ୍ବ ପଣା ରହିବ।

ରାଗି-ମାଣ୍ଡିଆ ଇଡଲି ସାଙ୍ଗକୁ ମିଳିବ ଜୁଆର ଉପମା। ଖାଲି ଏତିକି ନୁହେଁ, ଏହା ସହିତ ମିଳିବ ମୁଗ ଡାଲି ପିଠା ଆଉ ଏବଂ ସିଝା ତରଆରୀ ସାଙ୍ଗକୁ ଗ୍ରୀଲ୍ଡ ଫିସ୍।

Parliament Visitors Healthy Food Members Of Parliament
Advertisment
Advertisment