Advertisment

Income Tax Bill: ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ଆସିବ ନୂଆ ବିଲ୍

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ।

author-image
Tapan Kumar Swain
Income Tax Bill

Income Tax Bill

ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ନୂଆ ଆୟକର ବିଲ୍ ଆଗତ କରିବେ ସରକାର। ୬ ଦଶନ୍ଧିର ପୁରୁଣା ଆୟକର ଆଇନର ସ୍ଥାନ ନେବ ନୂଆ ଆଇନ୍ । ...

Advertisment

ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶକୁ ସାମିଲ କରି ଏକ ନୂଆ ଆୟକର ବିଲ୍‌ ଆଗାମୀ ଅଗଷ୍ଟ ୧୧ରେ ଉପସ୍ଥାପନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଏକାଧିକ ସଂସ୍କରଣ ଯୋଗୁଁ ବିଲ୍‌ରେ ଥିବା ଦ୍ୱନ୍ଦ୍ୱ ଏଡାଇବା ସହ କିଛି ପରିବର୍ତ୍ତନ କରାଯିବ ।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ।

Advertisment

ଅନେକ କରଦାତା ଟିଡିଏସ କିମ୍ବା ଟିସିଏସ ପାଇଁ ରିଫଣ୍ଡ ପାଇବାରେ ଦୀର୍ଘ ବିଳମ୍ବର ସମ୍ମୁଖୀନ ହୁଅନ୍ତି। ତେଣୁ ରିଫଣ୍ଡ ପ୍ରକ୍ରିୟା ଶୀଘ୍ର, ସହଜ ଏବଂ ଅଧିକ ପାରଦର୍ଶୀ ହେବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ ।ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ) ମଧ୍ୟ କହିଛନ୍ତି ଯେ “ସହାନୁଭୂତି ସହିତ ପ୍ରୟୋଗ” ନାମକ ନୀତି ଅଧୀନରେ ନୂଆ ନିୟମ ପ୍ରସ୍ତୁତ କରାଯାଉଛି, ଯାହା କରଦାତାଙ୍କ ପାଇଁ ଅସୁବିଧା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

ଅଧିକ ପଢ଼ନ୍ତୁ: ଭାରତ ଆପଣାଉ ଯେସାକୁ ତେସା ନୀତି, ପରାମର୍ଶ ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

Parliament Income Tax Income Tax Return
Advertisment
Advertisment