ଏନଡିଏ ଓ ଇଣ୍ଡି ମେଣ୍ଟ ଭିତରେ ଆରମ୍ଭ ହୋଇଛି ବଳ କଷାକଷି। ସ୍ଥିତି ଏଭଳି ହୋଇଛି ଯେ, ଦେଶ ସ୍ୱାଧୀନ ହେବା ପରେ ତୃତୀୟଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।
ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ।
ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ । ଆଜି ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ ଏନ୍ଡିଏ ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ବରୀ। ଆଜି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ...ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।
ଆସନ୍ତାକାଲି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।
ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି ।
ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଂଗ୍ରେସ ବହୁ ଚେଷ୍ଟା କଲା, କିନ୍ତୁ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ଆମେ ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍ କରାଯାଇପାରେ ।
୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।
ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ ।
ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..
ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।
ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।
ମୋଟ ୪୭ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ।
ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ ।
ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ସଂସଦର ଅଧିବେଶନ ଚାଲୁଥିବାରୁ ଶନିବାର କିମ୍ବା ରବିବାର ଏହି ସିନ୍ ରିକ୍ରିଏସନ୍ କରାଯାଇପାରେ ବୋଲି ସୂଚନା ମିଳିଛି ।
ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।
ବୁଧବାର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ବଡ଼ ସୁରକ୍ଷା ବିଭ୍ରାଟ ପଛର ରହସ୍ୟ ଭେଦିବାକୁ ଚାଲିଛି ଚେଷ୍ଟା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ଦିଲ୍ଲୀ ପୋଲିସ୍ ଓ ଗୃହ ମନ୍ତ୍ରାଳୟର ହାଇଲେବଲ୍ ତଦନ୍ତ କମିଟି। ଗିରଫ ଅଭିଯୁକ୍ତଙ୍କୁ ପାତିଆଲା ହାଉସ୍ କୋର୍ଟରେ ହାଜର କରି ୪ଜଣଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି....
ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।
ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।
ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ।