କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।
ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।
ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକତ୍ସିତ ହେଉଥିବା ଓଲିଉଡ୍ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି।
ନିଜର ଭୁଲ ସ୍ୱୀକାର କରିବା ସହ ପୁରା ଓନିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କଲେ ଅଭିନେତା ବାବୁସାନ୍ । ଏକ ଭିଡିଓ ବାର୍ତ୍ତା ଜାରି କରି ବାବୁଶାନ୍ ଏଭଳି କହିଛନ୍ତି ।
୧୫ ଦିନ ଯାଏଁ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଚନ୍ତି ହାଇକୋର୍ଟ ।
ପପୁ ଓ ଗିଟୁଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ ।
ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…
ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ।
ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।
ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ।
ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ ।
ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।
ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ?
ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।
ତାଙ୍କ ବିନା ଓଲିଉଡ୍ ଜଗତ ଲାଗେ ଖାଁ ଖାଁ। ଅଭିନୟଠାରୁ ଆରମ୍ଭ କରି କଣ୍ଠଦାନ ପର୍ଯ୍ୟନ୍ତ ସବୁଥିରେ ସେ ସୁପରଷ୍ଟାର୍। ସେଇଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍...
୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ।
ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।
ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ ।
କେତେବେଳେ ରୋମାନ୍ସ ତ ପୁଣି କେତେବେଳେ କମେଡ଼ି...ନିଜର ଅଭିନୟରେ ଦର୍ଶକଙ୍କ ମୁହଁ ନୁହେଁ ମନ ବାନ୍ଧୁଥିଲେ ଓଡ଼ିଆ ସିନେଜଗତର ଭେଟେରାନ ଲିଡର୍ ମିହିର ଦାସ...ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତ ହୃଦୟରେ କିଣିଥିଲେ ଜାଗା...କିନ୍ତୁ ଦୁଃଖର ସାଗରରେ ସମସ୍ତଙ୍କୁ ଛାଡିଦେଇଗଲେ ସେ....
କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।
ଓଃ...ସେମିତି ହେବା ପାଇଁ ଭାବିବା ବି କଷ୍ଟ। ଓଡ଼ିଶା ଓ ବିଶେଷ ଭାବେ ବ୍ରହ୍ମପୁରର ସିନେମା ହଲ ଉପରେ ହିନ୍ଦି, ତେଲୁଗୁ ଫିଲ୍ମର ଦବଦବା ଥିବା ବେଳେ ଉତ୍ତମ ମହାନ୍ତିଙ୍କ ଷ୍ଟାର ଡମ୍ ଏସବୁକୁ ଫିକା କରୁଥିଲା।
ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା ।
ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।
ଓଲିଉଡ୍ର କାକା ଭାବେ ପରିଚିତ ଭେଟ୍ରାନ୍ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।