Advertisment

Pade Akasha Biopic Release: ଆଜି ରିଲିଜ୍ ହେବ ଫିଲ୍ମ 'ପାଦେ ଆକାଶ'

ତରଙ୍ଗ ସିନେପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ପାଦେ ଆକାଶ’ ଆଜି ରିଲିଜ୍ ହେବ । ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା ସାହୁ । ବଲିଉଡ ଅଭିନେତା ରାଜେଶ ଜୈସ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
Pade Akasha

Pade Akasha

ଫିଲ୍ମ ଫ୍ରାଇଡରେ ଆଜି ମୁକ୍ତିଲାଭ କରିବ ସିନେମା 'ପାଦେ ଆକାଶ' । ତରଙ୍ଗ ସିନେପ୍ରଡକ୍ସନ ପ୍ରଯୋଜିତ ‘ପାଦେ ଆକାଶ’ ସିନେମା ବିଶିଷ୍ଟ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ସିନେମାରେ ସ୍ମୃତିଙ୍କ ଭୂମିକାରେ ନଜର ଆସିଛନ୍ତି ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତାଙ୍କ ସହ ବଲିଉଡ ଅଭିନେତା ରାଜେଶ ଜୈସ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ।

Advertisment

 

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ 'ପାଦେ ଆକାଶ' ସ୍ମୃତି ମହାପାତ୍ରଙ୍କ ଜୀବନୀ ଆଧାରିତ । ଅର୍ଚ୍ଚିତା ଓ ଅଙ୍କିତ କୁମାର ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ । ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ୱାସର ସହ ଦମ୍ଭଧରି ଆଗକୁ ବଢେ । ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ଦୃଢ଼ମନା ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର । ତାଙ୍କରି ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ ।

ଅଧିକ ପଢ଼ନ୍ତୁ: 'ଗଦର ୨' ପରେ ବଢିଲା ସନ୍ନି ଦେଓଲ୍‌ଙ୍କ ଚାହିଦା; ‘ଜାଟ୍’ ପାଇଁ ନେଲେ ମୋଟା ଅଙ୍କ

Advertisment

ଜଣେ ଝିଅ, ଯାହାଙ୍କ ସ୍ୱପ୍ନ ଥିଲା ଆଇଏଏସ ହେବା । କିନ୍ତୁ ସେ ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡିତ ହୁଅନ୍ତି । ସ୍ୱପ୍ନ ଅଧାରୁ ଭାଙ୍ଗିଗଲା ପରେ ସେହି ଝିଅକୁ ସାହସ ଦେଉଛନ୍ତି ତାଙ୍କ ବାପା । ଝିଅଟି କିଭଳି ସଂଘର୍ଷ କରି ଜଣେ ଭିନ୍ନ ପ୍ରେରଣା ପାଲଟୁଛି ଏବଂ ଦିବ୍ୟାଙ୍ଗଙ୍କ ସ୍ୱର ସାଜୁଛି ତାହା ସିନେମାର କାହାଣୀ ।

ପାଦେ ଆକାଶର ସୁଟିଂ ହରିଦ୍ୱାର, ଦିଲ୍ଲୀ, ଉତ୍ତରାଖଣ୍ଡ ସମେତ କଟକ ଓ ଭୁବନେଶ୍ୱରରେ ହୋଇଛି । ସିନେମାରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଭାର ସମ୍ଭାଳି ଥିବାବେଳେ ଲିରିକ୍ସରେ ଅଛନ୍ତି ବିଜୟ ମଲ୍ଲ ଓ ମ୍ୟୁଜିକ କମ୍ପୋଜର କରିଛନ୍ତି ପ୍ରେମ ଆନନ୍ଦ ।  

ଅଧିକ ପଢ଼ନ୍ତୁ: ‘ବିଗ୍‌ ବସ୍’ ଖୋଲିଦେଲା ୟାମିନୀଙ୍କ ଭାଗ୍ୟ; କରିବେ ବଲିଉଡ୍‌ରେ ଡେବ୍ୟୁ

Ollywood Archita Sahu Tarang Cine Production
Advertisment
Advertisment