Advertisment

Babushaan Immerses Father's ashes: ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ପୁରୀ ମହୋଦଧିରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଆଗାମୀ ଫିଲ୍ମର ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଅଶୀର୍ବାଦ କାମନା କରିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Babushaan Mohanty shaves head

Babushaan Mohanty shaves head

ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ। ଅସ୍ଥି ବିସର୍ଜନ ସହ ମୁଣ୍ଡନ ହେଲେ ଅଭିନେତା ବାବୁସାନ ମହାନ୍ତି। ମାର୍ଚ୍ଚ ମାସରେ ଫିଲ୍ମ ସୁଟିଂ ପାଇଁ ତାଙ୍କ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ଲଣ୍ଡା ହୋଇନଥିଲେ ବାବୁସାନ। ତିଳ ତର୍ପଣ କରି ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଏବଂ ପତ୍ନୀ ତୃପ୍ତି ମଧ୍ୟ ଉପସ୍ଥିତ ଥିଲେ ।

Advertisment

ଅଧିକ ପଢ଼ନ୍ତୁ:ଆମିର ଖାନଙ୍କ ସ୍ୱପ୍ନର ଫିଲ୍ମ ‘ମହାଭାରତ’; ଫିଲ୍ମକୁ ନେଇ କଲେ ବଡ ଖୁଲାସା

ବାବୁଶାନ ପ୍ରୟାଗରାଜରେ ଅସ୍ଥି ବିସର୍ଜନ କରିବା ପରେ ଆଜି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରି ସ୍ନାନ କରିଛନ୍ତି । ଏହା ସହ ପଥଶ୍ରାଦ୍ଧ କରିଛନ୍ତି ବାବୁସାନ । ଏହି ଅବସରରେ ବାବୁସାନ କହିଛନ୍ତି, ଫିଲ୍ମ କାମ ଶେଷ ହୋଇନଥିବା କାରଣରୁ ବାପାଙ୍କ ଅସ୍ଥି ବିସର୍ଜନ କାମ ଅଟକି ରହିଥିଲା । କର୍ମ ଶେଷ  ହେବା ପରେ ବାପାଙ୍କ ଆଶୀର୍ବାଦ କାମନା କରୁଛି । ଆଗାମୀ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି ।

Advertisment

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଏହା ପରେ ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ କ୍ରିୟାକ୍ରମ କରିଥିଲେ ବାବୁସାନ ।

ଅଧିକ ପଢ଼ନ୍ତୁ:ଠକେଇ ମାମଲାରେ ଫସିଲେ ଅରଶଦ ୱାର୍‌ସୀ; ଦେବେ ୫ ଲକ୍ଷ ଟଙ୍କା ଜରିମାନା

Actress Aparajita Mohanty Babushan Mohanty Ollywood Puri
Advertisment
Advertisment