Advertisment

Charidham Brings Festive Buzz : ରିଲିଜ ହୋଇଛି ସିନେମା ଚାରିଧାମ, ଓଡ଼ିଶାର ୬୦ରୁ ଉର୍ଦ୍ଧ୍ବ ହଲରେ ଦେଖିପାରିବେ ଦର୍ଶକ

ପ୍ରଥମରୁ ସିନେମାର ଟ୍ରେଲର ଓ ଗୀତକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । । ସିନେମାରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଏଥିରେ କଣ୍ଠଶିଳ୍ପୀ ଭାବେ ପରିଚିତା ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କ ଯୋଡ଼ି ଜମିଛି  ।

author-image
Manas Ranjan Mohanty
charidham film

charidham film Photograph: (OTV)

ଓଡ଼ିଶାର ୬୦ ରୁ ଉର୍ଦ୍ଧ୍ବ ହଲରେ ରିଲିଜ ହୋଇଛି ସିନେମା ଚାରିଧାମ ।୫ କୋଟି ବଜେଟ ଓ ଦୀର୍ଘଦିନର ଅକ୍ଲାନ୍ତ ପରିଶ୍ରମକୁ ସ୍କ୍ରିନ୍ ରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଯୋଜନା ସୂତ୍ରରୁ ପ୍ରକାଶ ପାଖାପାଖି ୨୦୦ ସ୍କ୍ରିନରେ ଚାରିଧାମ ରିଲିଜ ହୋଇଛି ସିନେମା । 

Advertisment

ପ୍ରଥମରୁ ସିନେମାର ଟ୍ରେଲର ଓ ଗୀତକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । । ସିନେମାରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଏଥିରେ କଣ୍ଠଶିଳ୍ପୀ ଭାବେ ପରିଚିତା ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କ ଯୋଡ଼ି ଜମିଛି  । ଅନ୍ୟାନ୍ୟ ଭୂମିକାରେ ସୁକାନ୍ତ ରଥ, ସୁଜିତ ପାଇକରାୟ, ଅଶୋକ ଦାସଙ୍କ ଭଳି ବରିଷ୍ଠ ଅଭିନେତା ଅଭିନୟ କରିଛନ୍ତି। ।

୫ କୋଟି ଟଙ୍କାର ବଜେଟ

ପରିବାରରେ ପ୍ରେମ, ସଂଘର୍ଷ ଓ ସ୍ୱାମୀ ସ୍ତ୍ରୀଙ୍କ ନିବିଡ଼ତାକୁ ନେଇ ଏକ ଘରୋଇ କାହାଣୀ ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିର୍ଦ୍ଦେଶକ ତାପସ ସରଘରିଆ । କାହାଣୀରେ ଚାରିଧାମକୁ ଯାଇ ହୋଇଛି ସୁଟିଂ । ତେବେ ବ୍ୟୟବହୁଳ ତଥା ୫ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସିନେମା Ollywood ପୂଜା ବଜାରରେ ବେଶ ଭଲ କରିବ ବୋଲି ପୁରା ଟିମ୍ ଆଶାବାଦୀ ରହିଛି । 

Advertisment

Ollywood
Advertisment
Related Articles
Advertisment