Advertisment

‘Pushkara’ Earns Accolades: ରାଜ୍ୟ ପାଇଁ ଗର୍ବ ଆଣିଲା ‘ପୁଷ୍କରା’, ନିଆରା କାହାଣୀ ଓ ଭିନ୍ନ ଅଭିନୟକୁ ସମ୍ମାନ

ଚମକିଲା ଆଉ ଗର୍ବିତ କଲା...ଓଡ଼ିଶାର ପ୍ରତିଟି ଘରେ, ପ୍ରତିଟି ସିନେମା ପ୍ରେମୀର ଅତି ଆପଣାର ସିନେମା ପୁଷ୍ପରାକୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଆଜି ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନ ଗ୍ରହଣ ବେଳେ ତାଳିରେ କମ୍ପିଥିଲା ପୁରା ବିଜ୍ଞାନ ଭବନ।

author-image
Tapan Swain
PUSHKARA

ପୁଷ୍କରା Photograph: (OTV)

୨୦୨୩ ମସିହାର ଏଇ ମାଇଲଷ୍ଟୋନ୍ ତିଆରି ସିନେମା ପଛରେ ରହିଛି ଅନେକ ସଂଘର୍ଷ ଓ ଚ୍ୟାଲେଞ୍ଜପୂର୍ଣ୍ଣ କାହାଣୀ। ହାତ ଗଣତି ହଲରେ ରିଲିଜ୍ ହେଇ ବି ବାଜି ମାରିଥିଲା ସିନେମା, ଖାଲି କମର୍ସିଆଲ୍ ହିଟ୍ ନୁହେଁ ହୃଦୟକୁ ଛୁଇଁଥିଲା ଆଉ ଓଡ଼ିଶା ସିନେମାକୁ ଦେଖାଇଛି ନୂଆ ଦିଶା।

Advertisment

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ସାରା ଦେଶରେ ଚମକିଲା, ଓଡ଼ିଆଙ୍କ ପାଇଁ ଗର୍ବ ଆଣିଲା ପୁଷ୍ପରା। ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ମିଳିଛି ପୁରସ୍କାର। ଆଉ ୟେ ସେଇ ଐତିହାସିକ ମୁହୂର୍ତ୍ତର ଦୃଶ୍ୟ। ଦର୍ଶକଙ୍କ ତାଳିରେ କମ୍ପୁଥିଲା ଦିଲ୍ଲୀର ବିଜ୍ଞାନ ଭବନ। ଖୋଦ୍ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସମ୍ମାନ ଗ୍ରହଣ କରିଛନ୍ତି ପୁଷ୍ପରା ସିନେମାର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ଏବଂ ଓଟିଭି ବିଜେନସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା।...
ପୁଷ୍ପରା ଯେ ଖାଲି ଗୋଟିଏ ସିନେମା ପାଇଁ ସମ୍ମାନ ଥିଲା ତା ନୁହେଁ ପ୍ରତିଟି ଓଡ଼ିଆ ପାଇଁ ଥିଲା ଭିନ୍ନ ଅନୁଭୂତିର ଯାତ୍ରା। ମୌଳିକ କାହାଣୀ, ହୃଦୟକୁ ଛୁଇଁଲା ଭଳି ଅଭିନୟ, କହିବାକୁ ଗଲେ ଖାଣ୍ଟି ଓଡ଼ିଆ ସିନେମା ଟେ। ଖାଲି ସିନେମା ହଲ୍ ରେ ସୀମିତ ନଥିଲା ପୁଷ୍କରା। ଓଡିଶାର ଘରେ ଘରେ ବଡ଼ ପ୍ରଭାବ ପକାଇଥିଲା। କେହି କେବେ ଭାବି ନଥିଲେ ଯେ, ଚିରାଚରିତ ଲଭ୍ ଷ୍ଟୋରୀ ବ୍ୟତୀତ ବି ଓଡ଼ିଆ ସିନେମା ଏତେ ଭଲ ହେଇ ପାରିବ। 
ସାହିତ୍ୟରୁ ସିନେମା, ରିଲ୍ ରୁ ରିୟଲ୍...ଓଡ଼ିଶାରେ ଏବଂ ଓଡ଼ିଆରେ ଅନେକ ବର୍ଷ ପରେ କୌଣସି କାହାଣୀ ସାହିତ୍ୟରୁ ଅନୁପ୍ରାଣିତ ହେଇଥିଲା। ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ଉପନ୍ୟାସରୁ ପୁଷ୍କରା ପରିକଳ୍ପନା ବି ଥିଲା ଅନେକ କଷ୍ଟ ଦାୟକ। ରୋମାନଟିକ୍ ଲୁକ୍ ରୁ ବେଦନାରେ ଜର୍ଜରିତ ପ୍ରେମିକର ଅବତାରରେ ନଜର ଆସିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଆଉ ଅଭିନେତ୍ରୀ ସୁପ୍ରିୟାଙ୍କ ମର୍ମସ୍ପର୍ଶୀ ଅଭିନୟ ଲୋକଙ୍କୁ କନ୍ଦେଇଥିଲା। କାହାଣୀର ପ୍ରତ୍ୟେକଟି କଳାକାରକୁ ନିଚ୍ଛକ ଭାବେ ଅତି ନିକଟରୁ ସଜେଇ ଥିଲେ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ। 

ପୁଷ୍କରାର ସଫଳତା ଗୋଟିଏ ଦିନ କିମ୍ବା ଗୋଟିଏ ରାତିର ନୁହେଁ, ଏଇ ରାସ୍ତା ନଥିଲା ଏତେ ସହଜ। କରୋନା ମହାମାରୀ ପରେ ଭାଙ୍ଗି ପଡ଼ିଥିବା ସିନେମା ଜଗତ, ହାତ ଗଣତି କିଛି ହଲ୍, ନାନା ସମସ୍ୟା ଭିତରୁ ଯୁଝୁଥିବା ଓଡ଼ିଆ ଫିଲ୍ମର ଖରାପ ଟ୍ରେଣ୍ଡ ଭିତରେ ପୁଷ୍କରା ଭଳି ବୋଲ୍ଡ କାହାଣୀକୁ ନେଇ ହଲ୍ କୁ ଓହ୍ଲାଇବା ବି ଥିଲା ବଡ଼ ଚ୍ୟାଲେଞ୍ଜ। ଲାଭ କ୍ଷତିର ହିସାବକୁ ଭୁଲି ତରଙ୍ଗ ସିନେ ପ୍ରଡକ୍ସନ ସାରା ରାଜ୍ୟରେ ରିଲିଜ୍ କରେଇ ଥିଲା ଫିଲ୍ମ ଆଉ ଯେଉଁଠି ହଲ୍ ନଥିଲା ସେଠି ରଙ୍ଗମଞ୍ଚ ପାଲଟିଥିଲେ ସିନେମା ସ୍କ୍ରିନ। 

Advertisment

ଖାଲି ଓଡିଶାରେ ନୁହେଁ ମୁମ୍ବାଇ, ବେଙ୍ଗାଳୁରୁ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟରେ ବି ରିଲିଜ୍ ହେଇଥିଲା ପୁଷ୍କରା। ଏହାପରେ ଦମ୍ଭ ମିଳିଥିଲା ଆଉ ସାହସ ଜୁଟେଇ ମୌଳିକ କାହାଣୀରେ ଗଲା ଦୁଇ ବର୍ଷରେ ଦଶରୁ ଅଧିକ ଓଡ଼ିଆ ସିନେମା ରିଲିଜ୍ ହେଇଛି ଆଉ ଭଲ ବ୍ୟବସାୟ ବି କରିଛି।... 

Ollywood Draupadi Murmu New President Of India President Of India National Film Award
Advertisment
Related Articles
Advertisment