Advertisment

ଆସନ୍ତାକାଲି ଓଡ଼ିଶା ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Bandh Tomorrow

Odisha Bandh Tomorrow

ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। 

Advertisment

ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ। ଏନେଇ ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଦେବାଶିଷ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ବଢୁଛି। ରାଜ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ସବୁ ଜାଣି ଚୁପ୍ ରହୁଛନ୍ତି।

Advertisment
Odisha Bandh Mamita Murder Case Mamita Meher Murder Case
Advertisment
Advertisment