Advertisment

Save The Artist: କନ୍ଦାଉଛି ମୁଖ କର୍କଟ, ବଞ୍ଚାଅ ହେ ବିଶ୍ବନିୟନ୍ତା

କାନ୍ଦୁଛି କଳାକାର। ମନର କୋହରେ ସମର୍ପିତ ହୋଇ ପଡ଼ୁଛି ଜଗତର ନାଥ ଜଗନ୍ନାଥ ପାଦପଦ୍ମରେ। ଯେଉଁ କଣ୍ଠ ଦିନେ ବିଶ୍ବନୀୟନ୍ତା ଭଜନ ଗାଇ ଦର୍ଶକଙ୍କ ମନରେ ଆଧ୍ୟାତ୍ମିକ ଚେତନା ଉଦ୍ରେକ କରୁଥିଲା। ଆଜି ସେହି କଳାକାର କଣ୍ଠ ନୀରବି ଯିବାକୁ ବସିଛି।

author-image
Rashmi Ranjan Mohapatra
Kendrapada-Pala-Gayak-PKG

କାନ୍ଦୁଛି କଳାକାର। ମନର କୋହରେ ସମର୍ପିତ ହୋଇ ପଡ଼ୁଛି ଜଗତର ନାଥ ଜଗନ୍ନାଥ ପାଦପଦ୍ମରେ। ଯେଉଁ କଣ୍ଠ ଦିନେ ବିଶ୍ବନୀୟନ୍ତା ଭଜନ ଗାଇ ଦର୍ଶକଙ୍କ ମନରେ ଆଧ୍ୟାତ୍ମିକ ଚେତନା ଉଦ୍ରେକ କରୁଥିଲା। ଆଜି ସେହି କଳାକାର କଣ୍ଠ ନୀରବି ଯିବାକୁ ବସିଛି। ମୁଖ କର୍କଟ ଭଲ କରିବା ପାଇଁ ଏବଂ ପରିବାର ମୁହଁରେ ଟିକିଏ ହସ ଦେଖିବା ପାଇଁ ତାର ଆକୁଳ ନିବେଦନ ସମସ୍ତଙ୍କୁ ହତବାକ୍ କରିଛି। ଇଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ପକ୍ଷ୍ୟୋଟ ଗ୍ରାମର ପାଲା ଗାୟକ୍ ପ୍ରଶାନ୍ତ ନାୟକ। ମୁଖ କର୍କଟ ଯୋଗୁ ସେ ଯେମିତ ନିସ୍ୱ ହୋଇ ଯାଇଛନ୍ତି। ଘରେ ଚାରି ପ୍ରାଣୀ କୁଟୁମ୍ବ, ଆଗକୁ ରାହା ନାହିଁ କି ସହା ନାହିଁ। ସରକାରୀ ସାହାଯ୍ୟ କହିଲେ ୫କେଜି ଚାଉଳ ଛାଡିଦେଲେ ଆଉ କିଛି ନାହିଁ। ଯାହା ସମ୍ବଳ ଥିଲା ବିକି ଚିକିତ୍ସା କରିଛନ୍ତି ଯାହା ବଳିଛି ତାହା ସମୁଦ୍ରକୁ ଶଙ୍ଖେ। ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଦରକାର। ଆଖି ଖୋଲିଲେ ସତେ ଯେମିତି ଚାରିଆଡ଼େ ଅନ୍ଧାର ।

Advertisment

କର୍କଟରେ ଆକ୍ରାନ୍ତ ହୋବା ପରେ ଚିକିତ୍ସା ପାଇଁ ସର୍ବସ୍ବ ହରାଇ ଅସହାୟ ହୋଇ ପଡିଛନ୍ତି। ଘରେ ପତ୍ନୀ, +2 ପଢ଼ୁଥିବା ଝିଅ ଓ ଦିତୀୟ ଶ୍ରେଣୀରେ ପଢ଼ୁଥିବା ପୁଅ। ତେବେ ପ୍ରଶାନ୍ତଙ୍କ ଦୁଃଖ ଦେଖି ତାଙ୍କ ଘରେ ପହଂଚି ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହରିହର ମହାପାତ୍ର। ଆଉ ପ୍ରଶାନ୍ତଙ୍କୁ ସହାୟତାର ହାତ ବଢ଼ାଇଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିକ ହରିଭାଇ କମେଡି କ୍ଳବ୍ ପକ୍ଷରୁ ପ୍ରତି ମାସରେ ଏକ ହଜାର ଟଙ୍କା ପ୍ରଦାନ କରିବା ସହିତ ଉନ୍ନତ ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହରି। ତବେ କେବଳ ପ୍ରଶାନ୍ତ ନୁହଁ ଏହି କ୍ଲବ ଜରିଆରେ ଆଉ 17ଜଣ ବେସାହାରା କଳାକାପରଙ୍କୁ ଭତ୍ତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି।
 
ପାଲା ଗାଇ ଉତ୍କଳୀୟ ଭାଷା ସାହିତ୍ୟ, ଜାତୀୟ  ସଂସ୍କୃତି ସୁରକ୍ଷା ପ୍ରଚାର ପ୍ରସାରର ମାଧ୍ୟମ ସାଜିଥିଲ ପ୍ରଶାନ୍ତ। ହେଲେ ଏବେ ସେ ଅସହାୟ। ତେଣୁ ଟିକିଏ ସାହାଯ୍ୟ ପାଇଁ କୌଣସି ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ ଏବଂ ପ୍ରଶାସନକୁ ଗୁହାରୀ କରିଛନ୍ତି ପରିବାର ।

Cancer Artist Odisha
Advertisment